Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆର୍ଥିକ ପ୍ରଦର୍ଶନକୁ ଅଧିକ ତ୍ୱରାନ୍ୱିତ କର, ସଚିବସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ
ଜାତୀୟ ଖବର

ଆର୍ଥିକ ପ୍ରଦର୍ଶନକୁ ଅଧିକ ତ୍ୱରାନ୍ୱିତ କର, ସଚିବସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

December 6, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆର୍ଥିକ ପ୍ରଦର୍ଶନକୁ ଅଧିକ ତ୍ୱରାନ୍ୱିତ କର, ସଚିବସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ , କମିଶନର ତଥା ଶାସନ ସଚିବମାନେ ଯୋଗ ଦେଇଥିଲେ।

ଏହି ବୈଠକରେ ପ୍ରଥମେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗତ ନଭେମ୍ୱର ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ପ୍ରମୁଖ କାର‌୍ୟ୍ ୟସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ।

ନଭେମ୍ବର ମାସରେ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ ରାଜ୍ୟରେ ବ୍ୟାଙ୍କି ସୁବିଧା ନଥିବା ବିଭିନ୍ନ ପଂଚାୟତରେ ବ୍ୟାଙ୍କି ସୁବିଧାର ଶୁଭାରମ୍ଭ, ଗମନା ଗମନ ସୁବିଧା ନଥିବା ଅଂଚଳକୁ ପରିବହନ ସୁବିଧା ପାଇଁ ଆରମ୍ଭ କରାଯାଇଥିବା ଲକ୍ଷ୍ମୀ ବସ ସେବା ଯୋଜନା କ୍ରମଶଃ ଚାଲୁ ରହିବା, ମାଣ୍ଡିଆକୁ ସର୍ବଜନାଦୃତ କରିବା ଉଦ୍ଦେଶ୍ୟରେ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହେବା, ଉଚ୍ଚ ଶିକ୍ଷା ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ, ଜଳ ସଂପଦ ବିଭାଗ ଆଦିରେ ବିଭିନ୍ନ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସମ୍ପର୍କରେ ସୂଚନା ଦିଆଯାଇଥିଲା।

ବୈଠକରୁ ଜଣାଯାଇଛି ଯେ, ଗତ ନଭେମ୍ବର ମାସରେଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସେତୁ ନିର୍ମାଣ ଶେଷ ହୋଇଛି। ଓଡିଶା ଫୁଟବଲ ଏକାଡେମୀ ସ୍ଥାପନ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସହିତ ଓଡିଶା ଟେନିସ୍ ଏକାଡେମୀ ଉଦ୍ଘାଟନ ହୋଇଛି। ଜଳ ସଂପଦ ବିଭାଗରେ ଜଳ ବିଜ୍ଞାନ ଓ ତଥ୍ୟ କେନ୍ଦ୍ର ଉଦ୍ଘାଟିତ ହୋଇଛି। ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ସ୍ୱର୍ଣ୍ଣ ପଦକ ଲାଭ କରିଥିବା ସହ ଅନ୍ୟବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର‌୍ୟ୍ୟ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

ପରେ ପରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ଗତ ନଭେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଆଲୋକପାତ କରିଥିଲେ। ବୈଠକରୁ ଜଣାଯାଇଛି ଯେ, ବଜେଟ ଅନୁମୋଦନ ଅନୁସାରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷର ଆର୍ଥିକ ଅବିବୃଦ୍ଧି ସହିତ ବିନିଯୋଗ ପ୍ରତିଶତ ଅଧିକ ରହିଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଭିତ୍ତିଭୂମି ନିର୍ମାଣ କ୍ଷେତ୍ର, ସାମାଜିକ ସୁରକ୍ଷା କ୍ଷେତ୍ରରେ ଗତ ବର୍ଷ ଏହି ମାସ ତୁଳନାରେ ଏ ବର୍ଷ ଅଭିବୃଦ୍ଧି ପ୍ରତିଶତ ଅଧିକ ରହିଛି।

ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗରେ ଗତ ବର୍ଷ ନଭେମ୍ବର ମାସ ତୁଳନାରେ ଏ ବର୍ଷ ୧୧୭ ପ୍ରତିଶତ ଅଭିବୃଦ୍ଧି ଘଟିଛି । ପଂଚାୟତି ରାଜ ବିଭାଗରେ ୨୩୦ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ବେଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୮୮ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଜିଏସଟି ସଂଗ୍ରହ, ଭୂରାଜସ୍ୱ ଆଦାୟ ଏବଂ ଯାନବାହନରୁ କର ଆଦାୟ ଆଦିରେ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ନିଜସ୍ୱ ରାଜସ୍ୱ ଆଦାୟ ଗତ ବର୍ଷ ତୁଳନାରେ ୧୮.୪ ପ୍ରତିଶତ ବୃଦ୍ଧି ଘଟିଛି। ଅଣ ରାଜସ୍ୱ କର କ୍ଷେତ୍ରରେ ୧୭.୫୭ ପ୍ରତିଶତ ବୃଦ୍ଧି ଘଟିଛି। ରାଜ୍ୟକୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଅନୁଦାନ ପାଣ୍ଠି ବିନିଯୋଗ ପ୍ରମାଣ ପତ୍ର ପ୍ରଦାନ, ୨୦୨୪-୨୫ ରାଜ୍ୟ ବାର୍ଷିକ ବଜେଟ୍ ପ୍ରସ୍ତୁତି ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।

ସବୁ ବିଭାଗର ଆର୍ଥିକ ଓ କାର‌୍ୟ୍ୟ ପ୍ରଦର୍ଶନ ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସମସ୍ତ ବିଭାଗକୁ ଏହି ସଫଳତା ଜାରି ରଖିବାକୁ ପରାମର୍ଶ ଦେବା ସହିତ ବଜେଟ୍ ଅନୁମୋଦନ ଅନୁସାରେ କାର‌୍ୟ୍ୟକୁ ଅଧିକ ତ୍ୱରାନ୍ୱିତ କରି ଆର୍ଥିକ ବିନିଯୋଗ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ଆଗମୀ ଡିସେମ୍ବର ୧୦ ତାରିଖରେ ବିହାରର ପାଟଣା ଠାରେ ହେବାକୁ ଥିବା ୨୬ ତମ ପୂର୍ବାଂଚଳ ପରିଷଦ ବୈଠକରେ ଆଲୋଚନା ହେବାକୁ ଥିବା ବିଭିନ୍ନ ପ୍ରସ୍ତାବ ସଂପର୍କରେ ରାଜ୍ୟର ପ୍ରସ୍ତୁତି ପରିପ୍ରେକ୍ଷୀରେ ଆଲୋଚନା କରାଯାଇଥିଲା। ମୁଖ୍ୟ ବାଣିଜ୍ୟ କର ତଥା ଜିଏସଟି କମିଶନର ଶ୍ରୀ ସଂଜୟ କୁମାର ସିଂ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଏବଂ ଜିଏସ୍ ଟି ଅଧୀନରେ ଏହାର ପ୍ରତ୍ୟାବର୍ତ୍ତନ ସଂପର୍କରେ ବିଶଦ ତଥ୍ୟ ପ୍ରଦାନ କରିଥିଲେ।

ପ୍ରଦୀପ ଜେନା ସଚିବସ୍ତରୀୟ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ଅରୁଣ

April 25, 2026

ବାଇକକୁ ଧକ୍କା ଦେଲା ଆମ ବସ

April 25, 2026

ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା

April 25, 2026
Latest News

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026

ପୁଣି ମଣିପୁର ଅଶାନ୍ତ

April 25, 2026

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ଅରୁଣ

April 25, 2026

ତେହେରାନରୁ ଉଡିଲା ବିମାନ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.