Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡରେ ଓଡିଶାରୁ ସାଂସଦ ହୋଇଥିବା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ଜାତୀୟ ଖବର

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡରେ ଓଡିଶାରୁ ସାଂସଦ ହୋଇଥିବା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

December 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନରେ ବିଜେପିର ବିଜୟ ପରେ ବର୍ତ୍ତମାନ ସେଠାରେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ କଳ୍ପନାଜଳ୍ପନା ଜାରୀ ରହିଛି। ବର୍ତ୍ତମାନ ଯେଉଁମାନଙ୍କ ନାମ ଚର୍ଚ୍ଚାରେ ରହିଛି ସେମାନଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ କଲେ ଅନ୍ୟ ଏକ ଗୋଷ୍ଠୀ ବା ଜାତି ଅଡୁଆ ସୃଷ୍ଟି କରିପାରନ୍ତି ବୋଲି ଭୟ ରହିଛି। ସେଥିପାଇଁ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ କିଛି ନିଷ୍ପତି କରିପାରୁ ନାହାଁନ୍ତି। ତେବେ ଏପରି ପରିସ୍ଥିତିରେ ଓଡିଶାରୁ ସାଂସଦ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନାମ ଚର୍ଚ୍ଚାକୁ ଆସିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡେ ଅଶ୍ବିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି କୁହାଯାଉଛି। କେବଳ ଘୋଷଣା ବାକି ରହିଛି ବୋଲି ଚର୍ଚ୍ଚା ଚାଲିଛି। ଏହାର କାରଣରେ କୁହାଯାଇଛି ଯେ, ଅଶ୍ବିନୀ ବୈଷ୍ଣବ ଜଣେ ନିର୍ବିବାଦୀୟ ନେତା। ରାଜସ୍ଥାନର ବୈଷ୍ଣବ ବ୍ରାହ୍ମଣ ଜାତିର ହୋଇଥିବାରୁ ଏବଂ ସେ ରାଜ୍ୟ ରାଜନୀତିରେ ତାଙ୍କର ଉଭୟ ସମର୍ଥକ ଓ ବିରୋଧୀ ନ ଥିବାରୁ ସେ ହିଁ ମୁଖ୍ୟମନ୍ତ୍ରୀ ପାଇଁ ଉପଯୁକ୍ତ ହେବେ ବୋଲି ଦଳ ଚିନ୍ତା କରୁଛି।

ବର୍ତ୍ତମାନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦୌଡରେ ଯେଉଁମାନେ ଅଛନ୍ତି ସେମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ବାବା ବାଲକନାଥ, ଦୀୟାକୁମାରୀ, ଗଜେନ୍ଦ୍ର ସିଂ ଶେଖାୱାତଙ୍କ ନାମ ରହିଛି। ହେଲେ ଏମାନଙ୍କ ମଧ୍ୟରୁ କାହାକୁ ବି ମୁଖ୍ୟମନ୍ତ୍ରୀ କଲେ ଅନ୍ୟ ଗୋଷ୍ଠୀ ଏବଂ ଜାତି ମଧ୍ୟରେ ବିଦ୍ରୋହ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ କାହା ନାମ ଘୋଷଣା ହୋଇପାରୁ ନାହିଁ। ହେଲେ ଏସବୁ ଭିତରେ ରାଣୀ ବସୁନ୍ଧରା ରାଜେଙ୍କ ନାମ ଆଗରେ ରହିଛି।

ବସୁନ୍ଧରା ବର୍ତ୍ତମାନ ଦିଲ୍ଲୀରେ ଡେରା ପକାଇ ନେତାଙ୍କ ସମର୍ଥନ ଜୁଟାଇବାରେ ଲାଗିଛନ୍ତି। ହେଲେ ଚଳିତ ନିର୍ବାଚନରେ ବସୁନ୍ଧରାଙ୍କ ଉପରେ ବହୁ ନେତା ଅସନ୍ତୁଷ୍ଠ ହୋଇ ସ୍ବାଧୀନରୁ ପ୍ରାର୍ଥୀ ହୋଇଥିଲେ। ଏପରି ବର୍ତ୍ତମାନ ବିଧାୟକ ଭାବେ ନିର୍ବାଚନ ହୋଇଥିବା ଅନେକ ନେତା ମଧ୍ୟ ବସୁନ୍ଧାରଙ୍କ କାର୍ଯ୍ୟକଳାପ ନେଇ ସନ୍ତୁଷ୍ଠ ନାହାଁନ୍ତି। ଅନ୍ୟପଟେ ସେ ରାଜପୁତ ସମାଜର ହୋଇଥିବାରୁ ଦଳିତ ସମାଜ ବିରୋଧ କରିବାର ସମ୍ଭାବନା ରହିଛି।

ବସୁନ୍ଧରାଙ୍କ ଉପରେ କର୍ମୀ ଓ ନେତା ଅସନ୍ତୁଷ୍ଠ ଥିବାର କେନ୍ଦ୍ରୀୟ ନେତା ଜାଣିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନ ବେଳେ ପ୍ରଚାର କରାଗଲା ନାହିଁ। ସେଥିପାଇଁ ସେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାହା ସନ୍ଦେହ ଘେରରେ ରହିଛି। ହେଲେ ଅନ୍ୟକାହାକୁ ମୁଖ୍ୟମନ୍ତ୍ରୀ କଲେ ବସୁନ୍ଧରାଙ୍କ ଏକ ବଡ ଗୋଷ୍ଠୀ ବିଭାଜନ ସୃଷ୍ଟି କରିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। କାରଣ ନିର୍ବାଚନରେ ବିଜେପି ଜିତିବା ପରେ ବହୁ ବିଧାୟକ ବସୁନ୍ଧରାଙ୍କ ବାସଭବନକୁ ଯାଇ ତାଙ୍କୁ ସ୍ବାଗତ କରିଛନ୍ତି।

ଏପରି ପରିସ୍ଥିତିରେ ଅଶ୍ବିନୀ ବୈଷ୍ଣବ ନାମ ଚର୍ଚ୍ଚା ହେଉଛି ବୋଲି ଜଣାପଡିଛି। ପ୍ରଥମ କଥା ହେଲେ ସେ ହେଉଛନ୍ତି ମୂଳ ରାଜସ୍ଥାନୀ, ଜଣେ ଶାନ୍ତଶିଷ୍ଠ ନେତା। ଏପରିକି ରାଜସ୍ଥାନ ରାଜନୀତିରେ ସେ ହେଉଛନ୍ତି ଉଚ୍ଚ ଶିକ୍ଷିତ ନେତା। ସେହିପରି ତାଙ୍କ ଦକ୍ଷତାରେ ମଧ୍ୟ ଖୋଦ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଠ ଅଛନ୍ତି। ଏଥିସହିତ ସେ ମୋଦି ଶାହା ଏବଂ ନଡ୍ଡାଙ୍କ ସହିତ ବହୁ ବରିଷ୍ଠ ନେତାଙ୍କ ମଧ୍ୟରେ ସମନ୍ବୟ ରଖି କାମ କରୁଛନ୍ତି। ତେଣୁ ତାଙ୍କ ନାମ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହୋଇପାରେ ବୋଲି ଜଣାପଡିଛି।

Ashwini Vaishnaw ଅଶ୍ବିନୀ ବୈଷ୍ଣବ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜସ୍ଥାନ ମୁଖ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଷୟ ତୃତୀୟା ପାଇଁ ରିଲାଏନ୍ସ ଜୁଏଲ୍ସର ନୂଆ ଅଫର: ଆଜି ଶେଷ ଦିନ

April 19, 2026

ଆଜି ରବିବାର ଏପ୍ରିଲ ୧୯ ତାରିଖରେ ତିନୋଟି ରାଶି ଉପରେ ରହିଛି ଖରାପ ଖବର

April 19, 2026

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026
Latest News

ଅକ୍ଷୟ ତୃତୀୟା ପାଇଁ ରିଲାଏନ୍ସ ଜୁଏଲ୍ସର ନୂଆ ଅଫର: ଆଜି ଶେଷ ଦିନ

April 19, 2026

ଆଜି ରବିବାର ଏପ୍ରିଲ ୧୯ ତାରିଖରେ ତିନୋଟି ରାଶି ଉପରେ ରହିଛି ଖରାପ ଖବର

April 19, 2026

୧୯ରୁ ୨୪ ପ୍ରବଳ ଗ୍ରୀଷ୍ମଲହରୀ: ସ୍କୁଲ ଛୁଟି ଘୋଷଣା

April 19, 2026

ନିର୍ମାଣ ହେବ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ

April 18, 2026

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.