Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେପିରେ ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗରେ ସର୍ଭେ, ଆସିଲା ଆଶ୍ଚର୍ଯ୍ୟଜନକ ଉତ୍ତର
ଜାତୀୟ ଖବର

ବିଜେପିରେ ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗରେ ସର୍ଭେ, ଆସିଲା ଆଶ୍ଚର୍ଯ୍ୟଜନକ ଉତ୍ତର

December 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶର ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସବୁ ଦଳ ନିଜ ନିଜ ଅନୁଯାୟୀ ରଣନୀତି ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛନ୍ତି। ନିର୍ବାଚନ ତାରିଖ ଘୋଷଣାକୁ ଆଉ ପ୍ରାୟ ଅଢ଼େଇ ମାସ ବାକି ରହିଛି। ଏଭଳି ପରିସ୍ଥିତିରେ ସି ଭୋଟର ଫର ଏବିପି ନ୍ୟୁଜ୍ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ପ୍ରଥମ ଜନମତ ସର୍ବେକ୍ଷଣ କରିଛି।

ଏହି ଜନମତ ସର୍ବେକ୍ଷଣରେ ଲୋକଙ୍କୁ ପଚରାଯାଇଥିଲା ଯେ ବିଜେପିରେ ନେତୃତ୍ୱ ପରିବର୍ତ୍ତନକୁ ଆପଣ କିପରି ଦେଖୁଛନ୍ତି। ଏହା ଉପରେ ୨୭ ପ୍ରତିଶତ ଲୋକ କହିଛନ୍ତି ଯେ ପୁରୁଣା ନେତାମାନଙ୍କୁ ବାଦ୍ ଦିଆଯାଇଛି। ୩୪ ପ୍ରତିଶତ କହିଛନ୍ତି ଯେ ନୂଆ ନେତୃତ୍ୱକୁ ସୁଯୋଗ ମିଳିଛି। ୨୦ ପ୍ରତିଶତ କହିଛନ୍ତି ଯେ ବିଜେପି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛି। ୧୦ ପ୍ରତିଶତ କହିଛନ୍ତି ଯେ କାର୍ଯ୍ୟକର୍ତାଙ୍କ ମଧ୍ୟରେ ଉତ୍ସାହ ରହିଛି ଏବଂ ୯ ପ୍ରତିଶତ କହିଛନ୍ତି ଯେ ଆମେ ଜାଣିନାହୁଁ।

ବିଜେପିରେ ନେତୃତ୍ୱ ପରିବର୍ତ୍ତନ କୁ ନେଇ କ’ଣ କହିଲେ ଲୋକେ ?

ପୁରୁଣା ନେତାମାନେ ବାଦ୍ ପଡ଼ିଛନ୍ତି- ୨୭ ପ୍ରତିଶତ
ନୂଆ ନେତୃତ୍ୱ ପାଇଁ ସୁଯୋଗ – ୩୪ ପ୍ରତିଶତ
ଭବିଷ୍ୟତ ପ୍ରସ୍ତୁତି -୨୦%
କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ -୧୦ ପ୍ରତିଶତ
ଜାଣନ୍ତି ନାହିଁ- ୯ ପ୍ରତିଶତ

ମୁଖ୍ୟମନ୍ତ୍ରୀଙ୍କ ଚେହେରାରେ ଆଶ୍ଚର୍ଯ୍ୟ କଲା ବିଜେପି, ସର୍ଭେ

ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ୩ଟି ରାଜ୍ୟରେ ସରକାର ଗଠନ କରିଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀର ଚେହେରା ଘୋଷଣା କରି ବିଜେପି ସମସ୍ତଙ୍କୁ ଚକିତ କରିଛି।

ବିଜେପି ବିଷ୍ଣୁଦେବ ସାଏଙ୍କୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ କରିଛି। ମଧ୍ୟପ୍ରଦେଶରେ ମୋହନ ଯାଦବଙ୍କ ନାମ ଘୋଷଣା ରାଜନୈତିକ ପଣ୍ଡିତଙ୍କୁ ବି ଆଶ୍ଚର୍ଯ୍ୟ କରିଛି। ସେପଟେ ରାଜସ୍ଥାନକୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବହୁତ ଅସୁବିଧା ହୋଇଛି ଏବଂ ବିଜେପି ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିଛି।

ଡିସେମ୍ବର ୧୫ରୁ ୨୧ ମଧ୍ୟରେ ସମସ୍ତ ୫୪୩ ଲୋକସଭା ଆସନରେ ୧୩,୧୧୫ ଜଣ ଉତ୍ତରଦାତାଙ୍କୁ ସାମିଲ କରାଯାଇଥିଲା।

Election2024 ନିର୍ବାଚନ2024 ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ମାର୍କୋ ରୁବିଓ, ଜାଣନ୍ତୁ କଣ ହେଲା ଆଲୋଚନା

May 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକା ବିଦେଶ ମନ୍ତ୍ରୀ

May 23, 2026

୮ଟି କାରକୁ ଧକ୍କା ଦେଲା ବସ : ୬ ଜଣ ଗୁରୁତର

May 23, 2026

ବିଜେପିରେ ଯୋଗଦେବା ମାତ୍ରେ ରାଘବ ଚଢାଙ୍କୁ ମିଳିଲା ଉପହାର: ରାଜ୍ୟସଭାରେ ମିଳିଲା ବଡ ଦାୟିତ୍ୱ

May 23, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ମାର୍କୋ ରୁବିଓ, ଜାଣନ୍ତୁ କଣ ହେଲା ଆଲୋଚନା

May 24, 2026

ମୋହନକୁ ଚିଠି ଲେଖିଲେ ନବୀନ

May 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକା ବିଦେଶ ମନ୍ତ୍ରୀ

May 23, 2026

ଟ୍ରିପଲ ମର୍ଡର : ୧୯ ଜଣଙ୍କୁ ଆଜୀବନ

May 23, 2026

ଦୁଇ ଭାଇଙ୍କ ବିରୋଧରେ NSA ଲାଗୁ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.