Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଇଣ୍ଡି ମେଣ୍ଟରେ କଂଗ୍ରେସ ଆସନ ବଣ୍ଟନ ପାଇଁ କେଉଁ ଫର୍ମୁଲା ସ୍ଥିର ହୋଇଛି
ଜାତୀୟ ଖବର

ଇଣ୍ଡି ମେଣ୍ଟରେ କଂଗ୍ରେସ ଆସନ ବଣ୍ଟନ ପାଇଁ କେଉଁ ଫର୍ମୁଲା ସ୍ଥିର ହୋଇଛି

December 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନିକଟରେ କଂଗ୍ରେସ ଇଣ୍ଡି ମେଣ୍ଟର ଦଳମାନଙ୍କ ସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆସନ ବୁଝାମଣା ନେଇ ଏକ ୫ ଜଣିଆ ଜାତୀୟ ମେଣ୍ଟ କମିଟି ଗଠନ କରିଥିଲା । ଆସନ ବୁଝାମଣା ପୂର୍ବରୁ ବିଭିନ୍ନ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବାକୁ ଏହି କମିଟି ନିଷ୍ପତ୍ତି ନେଇଛି ।

ଏଥିପାଇଁ ଦଳର ପ୍ରତିଷ୍ଠା ଦିବସ ଡିସେମ୍ବର ୨୮ରେ ହେବାକୁ ଥିବା ନାଗପୁର ରାଲି ପରେ ଏହି କମିଟି ରାଜ୍ୟ ୟୁନିଟମାନଙ୍କଠାରୁ ମତାମତ ନେବ । ଖାଲି ସେତିକି ନୁହେଁ, ରାଜ୍ୟର ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ କମିଟି ଜାନୁଆରି ପ୍ରଥମ ସପ୍ତାହରେ ସହଯୋଗୀ ଦଳମାନଙ୍କ ସହ ଆସନ ବଣ୍ଟନ ନେଇ ଚୂଡ଼ାନ୍ତ ଆଲୋଚନା କରିବ ।

୫ ଜଣିଆ କମିଟି ଗଠନ

ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦଳ ମଙ୍ଗଳବାର (ଡିସେମ୍ବର ୧୯) ୫ ଜଣିଆ କମିଟି ଗଠନ କରିଥିଲା । ମୋହନ ପ୍ରକାଶଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି । ଏହି କମିଟିରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଭୂପେଶ ବାଘେଲଙ୍କୁ ମଧ୍ୟ ସାମିଲ କରାଯାଇଛି ।

ଏହାବ୍ୟତୀତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ ଏବଂ ମୁକୁଲ ୱାସନିକଙ୍କୁ ମଧ୍ୟ ଏହି କମିଟିରେ ସାମିଲ କରାଯାଇଛି । ଏହି କମିଟିର ଉଦ୍ଦେଶ୍ୟ ହେଉଛି ୨୦୨୪ ସଂସଦୀୟ ନିର୍ବାଚନ ପାଇଁ ଆସନ ବଣ୍ଟନ ନେଇ ମେଣ୍ଟ ସହଯୋଗୀଙ୍କ ସହ ଆଲୋଚନା କରିବା ।
କଂଗ୍ରେସ ମଧ୍ୟ ଏକ ଇସ୍ତାହାର କମିଟି ଗଠନ କରିଛି।

ଏତଦ୍ ବ୍ୟତୀତ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି କଂଗ୍ରେସ ଶୁକ୍ରବାର (ଡିସେମ୍ବର ୨୨) ଏକ ଇସ୍ତାହାର କମିଟି ଗଠନ କରିଛି, ଏହି କମିଟିର ନେତୃତ୍ୱ ନେବେ ପି ଚିଦାମ୍ବରମ୍ । ଟିଏସ୍ ସିଂହଦେଓଙ୍କୁ ଏହାର ଆବାହକ କରାଯାଇଛି । ପ୍ରିୟଙ୍କା ଗାନ୍ଧି, ସିଦ୍ଧରମୈୟା ଓ ଶଶି ଥରୁରଙ୍କ ଭଳି ନେତାଙ୍କୁ ମଧ୍ୟ ଏହି କମିଟିରେ ସାମିଲ କରାଯାଇଛି ।

ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ

ନିକଟରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି କ୍ରମରେ କଂଗ୍ରେସ ହାଇକମାଣ୍ଡ ଉତ୍ତରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ଦଳୀୟ ନେତାଙ୍କ ବୈଠକ କରିଥିଲେ ।

Congress Election2024 INDIAAlliance ଇଣ୍ଡି ମେଣ୍ଟ ନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନବରାତ୍ରିର ଦ୍ଵିତୀୟ ଦିବସ: ପଢନ୍ତୁ ମା’ ବ୍ରହ୍ମଚାରିଣୀଙ୍କ କଥା

March 20, 2026

ଆଜି ଦେବୀ ବ୍ରହ୍ମଚାରିଣୀଙ୍କୁ ପୂଜା କରିବା ଦ୍ୱାରା ଶାନ୍ତ ହେବ ମଙ୍ଗଳ ଦୋଷ: କରନ୍ତୁ ଏହି ଉପଚାର

March 20, 2026

‘ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ଯୋଗାଣ ପ୍ରଭାବିତ ହେବ…’: କତର ମନ୍ତ୍ରୀଙ୍କ ଦାବି ପରେ ବଢିଲା ଭାରତର ଚିନ୍ତା

March 20, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026
Latest News

ଆଜି ନବରାତ୍ରିର ଦ୍ଵିତୀୟ ଦିବସ: ପଢନ୍ତୁ ମା’ ବ୍ରହ୍ମଚାରିଣୀଙ୍କ କଥା

March 20, 2026

ଆଜି ଦେବୀ ବ୍ରହ୍ମଚାରିଣୀଙ୍କୁ ପୂଜା କରିବା ଦ୍ୱାରା ଶାନ୍ତ ହେବ ମଙ୍ଗଳ ଦୋଷ: କରନ୍ତୁ ଏହି ଉପଚାର

March 20, 2026

‘ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ଯୋଗାଣ ପ୍ରଭାବିତ ହେବ…’: କତର ମନ୍ତ୍ରୀଙ୍କ ଦାବି ପରେ ବଢିଲା ଭାରତର ଚିନ୍ତା

March 20, 2026

ବ୍ଲକ ସ୍ତରୀୟ କଳାକାର ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ

March 20, 2026

ଜଗତସିଂହପୁରରେ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ପଦ ଚନ୍ଦ୍ର ସ୍ବାଇଁ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.