Categories
ଜାତୀୟ ଖବର ବିଶେଷ ଖବର

ନିର୍ବାଚନ ପର୍ଯ୍ୟନ୍ତ ବିରୋଧୀ ମେଣ୍ଟ ଏକଜୁଟ ରହିପାରିବ କି ? ଆସିଲା ଏବିପି ନ୍ୟୁଜ ଜନମତ ସର୍ଭେ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ-୨୦୨୪ ପାଇଁ ସବୁ ଛୋଟ ବଡ଼ ରାଜନୈତିକ ଦଳ ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ବିରୋଧୀ ଦଳଗୁଡ଼ିକର ଇଣ୍ଡି ମେଣ୍ଟ ମଧ୍ୟ ବାରମ୍ବାର ବୈଠକ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛି। ତେବେ ଅନେକ ପ୍ରସଙ୍ଗରେ ଇଣ୍ଡି ମେଣ୍ଟରେ ଏକ ମତ ପ୍ରକାଶ ପାଉନାହି଼ଁ। ନିର୍ବାଚନ ପର୍ଯ୍ୟନ୍ତ ଇଣ୍ଡି ମେଣ୍ଟର ସ୍ଥିତି କ’ଣ ରହିବ ? ଏହାକୁ ନେଇ ଏବିପି ନ୍ୟୁଜ୍ ୫୪୩ ଲୋକସଭା ଆସନକୁ ନେଇ ୨୦୨୪ର ଜନମତ ସର୍ଭେ କରିଛି।

ଏବିପି ନ୍ୟୁଜର ଏହି ଜନମତ ସର୍ଭେରେ ୧୩ ହଜାର ୧୧୫ ଜଣଙ୍କ ମତାମତ ଉପରେ ଆକଳନ ହୋଇଛି। ଡିସେମ୍ବର ୧୫ରୁ ଡିସେମ୍ବର ୨୧ ମଧ୍ୟରେ ଏହି ସର୍ଭେ କରାଯାଇଥିଲା । ତ୍ରୁଟିର ମାର୍ଜିନ ମାଇନସ୍ ୩ରୁ ଅଧିକ ମାଇନସ୍ ୫ ପ୍ରତିଶତ ରହିଛି। ସି ଭୋଟର ପୋଲ ସର୍ଭେରେ ପ୍ରଶ୍ନ ଉଠୁଥିଲା, ବିରୋଧୀ ମେଣ୍ଟ ନିର୍ବାଚନ ପର୍ଯ୍ୟନ୍ତ ଏକଜୁଟ ରହିପାରିବ କି ? ଏହି ସର୍ଭେରେ ୩୭% ଲୋକ ‘ହଁ’ କହିଥିଲେ। ୫୦ ପ୍ରତିଶତ ଲୋକ ‘ନା’ ଉତ୍ତର ଦେଇଛନ୍ତି। ୧୩ ପ୍ରତିଶତ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି।

୫୦ ପ୍ରତିଶତ ଲୋକ ଇଣ୍ଡି ମେଣ୍ଟରେ ବିଶ୍ୱାସ କରନ୍ତି ନାହିଁ

ସି ଭୋଟର ଓପନୟନ ପୋଲର ଫଳାଫଳରୁ ଅନୁମାନ କରାଯାଇପାରେ ଯେ, ଦେଶର ଜନତା ଇଣ୍ଡି ମେଣ୍ଟର ଏକତା ଉପରେ ବିଶ୍ୱାସ କରନ୍ତି ନାହିଁ। ଅଧା ଉତ୍ତରଦାତା (୫୦ ପ୍ରତିଶତ) ନିର୍ବାଚନ ପର୍ଯ୍ୟନ୍ତ ଦଳର ଏକତା ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ସର୍ବେକ୍ଷଣ ତଥ୍ୟ ଏବଂ ଇଣ୍ଡି ମେଣ୍ଟର ଚିନ୍ତା ବଢ଼ାଇପାରେ।

‘ମେଣ୍ଟ ଚେହେରାଭାବେ ରାହୁଲ ଗାନ୍ଧି ପ୍ରଥମ ପସନ୍ଦ’

୨୦୨୪ର ପ୍ରଥମ ଜନମତ ସର୍ଭେରେ ବିରୋଧୀ ମେଣ୍ଟର ଚେହେରା କିଏ ହେବ ? ଏହି ପ୍ରଶ୍ନ ମଧ୍ୟ ପଚରାଯାଇଛି, ଯେଉଁଥିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଫଳାଫଳ ସାମ୍ନାକୁ ଆସିଛି। ଏହି ସର୍ଭେରେ ରାହୁଲ ଗାନ୍ଧିଙ୍କୁ ସର୍ବାଧିକ ଅର୍ଥାତ୍ ୩୪ ପ୍ରତିଶତ ଲୋକ ବିରୋଧୀ ମେଣ୍ଟର ଚେହେରା କରିଛନ୍ତି। ସେତିକି ପ୍ରତିଶତ ଲୋକ ‘ଜାଣନ୍ତି ନାହିଁ’ ବୋଲି ଉତ୍ତର ଦେଇଛନ୍ତି।

ତେବେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ମେଣ୍ଟର ଚେହେରା ବୋଲି ମାତ୍ର ୧୩ ପ୍ରତିଶତ ଲୋକ କହିଛନ୍ତି। ତୃତୀୟ ସ୍ଥାନରେ ନୀତୀଶ କୁମାରଙ୍କୁ ଅଧିକ ଚମତ୍କାର ଚେହେରା କରିବାକୁ ୧୦ ପ୍ରତିଶତ ଲୋକ ରାଜି ହୋଇଛନ୍ତି। ମାତ୍ର ୯ ପ୍ରତିଶତ ଲୋକ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ମେଣ୍ଟ ଚେହେରାଭାବେ ଦେଖୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଇଣ୍ଡି ମେଣ୍ଟରେ କଂଗ୍ରେସ ଆସନ ବଣ୍ଟନ ପାଇଁ କେଉଁ ଫର୍ମୁଲା ସ୍ଥିର ହୋଇଛି

ନୂଆଦିଲ୍ଲୀ: ନିକଟରେ କଂଗ୍ରେସ ଇଣ୍ଡି ମେଣ୍ଟର ଦଳମାନଙ୍କ ସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆସନ ବୁଝାମଣା ନେଇ ଏକ ୫ ଜଣିଆ ଜାତୀୟ ମେଣ୍ଟ କମିଟି ଗଠନ କରିଥିଲା । ଆସନ ବୁଝାମଣା ପୂର୍ବରୁ ବିଭିନ୍ନ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବାକୁ ଏହି କମିଟି ନିଷ୍ପତ୍ତି ନେଇଛି ।

ଏଥିପାଇଁ ଦଳର ପ୍ରତିଷ୍ଠା ଦିବସ ଡିସେମ୍ବର ୨୮ରେ ହେବାକୁ ଥିବା ନାଗପୁର ରାଲି ପରେ ଏହି କମିଟି ରାଜ୍ୟ ୟୁନିଟମାନଙ୍କଠାରୁ ମତାମତ ନେବ । ଖାଲି ସେତିକି ନୁହେଁ, ରାଜ୍ୟର ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ କମିଟି ଜାନୁଆରି ପ୍ରଥମ ସପ୍ତାହରେ ସହଯୋଗୀ ଦଳମାନଙ୍କ ସହ ଆସନ ବଣ୍ଟନ ନେଇ ଚୂଡ଼ାନ୍ତ ଆଲୋଚନା କରିବ ।

୫ ଜଣିଆ କମିଟି ଗଠନ

ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦଳ ମଙ୍ଗଳବାର (ଡିସେମ୍ବର ୧୯) ୫ ଜଣିଆ କମିଟି ଗଠନ କରିଥିଲା । ମୋହନ ପ୍ରକାଶଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି । ଏହି କମିଟିରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଭୂପେଶ ବାଘେଲଙ୍କୁ ମଧ୍ୟ ସାମିଲ କରାଯାଇଛି ।

ଏହାବ୍ୟତୀତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ ଏବଂ ମୁକୁଲ ୱାସନିକଙ୍କୁ ମଧ୍ୟ ଏହି କମିଟିରେ ସାମିଲ କରାଯାଇଛି । ଏହି କମିଟିର ଉଦ୍ଦେଶ୍ୟ ହେଉଛି ୨୦୨୪ ସଂସଦୀୟ ନିର୍ବାଚନ ପାଇଁ ଆସନ ବଣ୍ଟନ ନେଇ ମେଣ୍ଟ ସହଯୋଗୀଙ୍କ ସହ ଆଲୋଚନା କରିବା ।
କଂଗ୍ରେସ ମଧ୍ୟ ଏକ ଇସ୍ତାହାର କମିଟି ଗଠନ କରିଛି।

ଏତଦ୍ ବ୍ୟତୀତ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି କଂଗ୍ରେସ ଶୁକ୍ରବାର (ଡିସେମ୍ବର ୨୨) ଏକ ଇସ୍ତାହାର କମିଟି ଗଠନ କରିଛି, ଏହି କମିଟିର ନେତୃତ୍ୱ ନେବେ ପି ଚିଦାମ୍ବରମ୍ । ଟିଏସ୍ ସିଂହଦେଓଙ୍କୁ ଏହାର ଆବାହକ କରାଯାଇଛି । ପ୍ରିୟଙ୍କା ଗାନ୍ଧି, ସିଦ୍ଧରମୈୟା ଓ ଶଶି ଥରୁରଙ୍କ ଭଳି ନେତାଙ୍କୁ ମଧ୍ୟ ଏହି କମିଟିରେ ସାମିଲ କରାଯାଇଛି ।

ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ

ନିକଟରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି କ୍ରମରେ କଂଗ୍ରେସ ହାଇକମାଣ୍ଡ ଉତ୍ତରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ଦଳୀୟ ନେତାଙ୍କ ବୈଠକ କରିଥିଲେ ।

Categories
ଆଜିର ଖବର

ରାହୁଲ, ନୀତୀଶ, ମମତା କିମ୍ବା କେଜ୍ରିୱାଲ, କିଏ ହେବ ଇଣ୍ଡି ମେଣ୍ଟର ଚେହରା ? ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ବିରୋଧୀ ଇଣ୍ଡି ମେଣ୍ଟ ଡିସେମ୍ବର ୧୯ରେ ଦିଲ୍ଲୀରେ ଚତୁର୍ଥ ବୈଠକରେ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିଥିଲେ ମଧ୍ୟ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଏବଂ ମେଣ୍ଟର ଚେହେରା ସ୍ଥିର ହୋଇପାରିନାହିଁ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନେକ ନେତା ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ପ୍ରସ୍ତାବ ଦେଇଥିଲେ । ସେପଟେ ଏବିପି ନ୍ୟୁଜ୍‌ ସି ଭୋଟର ପକ୍ଷରୁ କରାଯାଇଥିବା ଓପିନିୟନ ପୋଲରେ ଲୋକସଭା ନିର୍ବାଚନ ଓ ଦେଶର ରାଜନୀତିକୁ ନେଇ ସମାନ ପ୍ରଶ୍ନ ପଚରାଯାଇଥିଲା ।

ନିର୍ବାଚନରେ ବିରୋଧୀ ଇଣ୍ଡି ମେଣ୍ଟର ଚେହେରା କିଏ ହେବ ବୋଲି ପଚରାଯିବାରୁ ଅଧିକାଂଶ ଲୋକ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାମ ନେଇଛନ୍ତି । ଦ୍ୱିତୀୟ ସ୍ଥାନରେ ଅରବିନ୍ଦ କେଜ୍ରିୱାଲ, ତୃତୀୟ ସ୍ଥାନରେ ନୀତୀଶ କୁମାର ଓ ଚତୁର୍ଥ ସ୍ଥାନରେ ମମତା ବାନାର୍ଜୀଙ୍କୁ ବିରୋଧୀ ମେଣ୍ଟର ଚେହେରାଭାବେ ଲୋକେ ପସନ୍ଦ କରିଛନ୍ତି ।
ବିରୋଧୀ ମେଣ୍ଟର ଚେହେରା କିଏ ହେବା ଉଚିତ ?

ରାହୁଲ ଗାନ୍ଧି- ୩୪%
ନୀତୀଶ କୁମାର – ୧୦%
ମମତା ବାନାର୍ଜୀ- ୯%
ଅରବିନ୍ଦ କେଜ୍ରିୱାଲ- ୧୩%
ଜାଣନ୍ତି ନାହିଁ- ୩୪%

ସର୍ଭେରେ ୩୪ ପ୍ରତିଶତ ଲୋକ ରାହୁଲ ଗାନ୍ଧିଙ୍କୁ ବିରୋଧୀ ମେଣ୍ଟର ଚେହେରା, ୧୩ ପ୍ରତିଶତ ଅରବିନ୍ଦ କେଜ୍ରିୱାଲଙ୍କ ନାମ, ୧୦ ପ୍ରତିଶତ ନୀତୀଶ କୁମାରଙ୍କୁ ପସନ୍ଦ କରିଥିବାବେଳେ ୯ ପ୍ରତିଶତ ଲୋକ ମମତା ବାନାର୍ଜୀଙ୍କୁ ପସନ୍ଦ କରିଛନ୍ତି । ସେହିପରି ୩୪ ପ୍ରତିଶତ ଲୋକ ‘ଜାଣନ୍ତି ନାହିଁ’ ବୋଲି ଉତ୍ତର ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୧୯ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡି ମେଣ୍ଟ ବୈଠକରେ ମମତା ବାନାର୍ଜୀ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଆସନ ବଣ୍ଟନ ତଦାରଖ ପାଇଁ ଏକ କମିଟିର ଆବାହକ କରିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଏ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନଥିଲା ।