Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଧର୍ମେନ୍ଦ୍ରଙ୍କ ମୁଖା ଖୋଲିଲେ ପାଣ୍ଡିଆନ, କହିଲେ ଧାମନଗରକୁ ଭୋଟ ବେଳେ ଆସିଥିଲେ ଆଉ ଦେଖା ନାହିଁ
ଜାତୀୟ ଖବର

ଧର୍ମେନ୍ଦ୍ରଙ୍କ ମୁଖା ଖୋଲିଲେ ପାଣ୍ଡିଆନ, କହିଲେ ଧାମନଗରକୁ ଭୋଟ ବେଳେ ଆସିଥିଲେ ଆଉ ଦେଖା ନାହିଁ

December 27, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
Pandian2
ଧର୍ମେନ୍ଦ୍ରଙ୍କ ମୁଖା ଖୋଲିଲେ ପାଣ୍ଡିଆନ, କହିଲେ ଧାମନଗରକୁ ଭୋଟ ବେଳେ ଆସିଥିଲେ ଆଉ ଦେଖା ନାହିଁ

ଧାମନଗର:ଭଦ୍ରକ ଜିଲ୍ଲା ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ୫–ଟିଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।ଆଜି ଧାମନଗର ନିର୍ବାଚନ ମଣ୍ଡଳୀରେ ଜନତାଙ୍କୁ ଉଦବୋଧନ ଦେଲା ବେଳେ ଧର୍ମେନ୍ଦ୍ରଙ୍କ ନାଁ ତୁଣ୍ଡରେ ନ ଧରିଲେ ବି ତାଙ୍କ ଅସଲ ମୁଖା ଖୋଲି ଦେଇଛନ୍ତି।

ଶ୍ରୀ ପାଣ୍ଡିଆନ କହିଛନ୍ତି, ୧୧ମାସ ତଳେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେପି ପ୍ରାର୍ଥୀଙ୍କ ପ୍ରଚାରର ଯିଏ ମଙ୍ଗ ଧରିଥିଲେ ସେ ପ୍ରଚାର ସମୟରେ ପାଞ୍ଚ ପାଞ୍ଚ ଥର ଧାମନଗର ଆସି ଶହଶହ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନ ସରିଲା ଓ ତାଙ୍କ ପ୍ରାର୍ଥୀ ଜିତିଲା। କିନ୍ତୁ ତା’ପରଠୁ ପ୍ରଚାରର ମଙ୍ଗ ଧରିଥିବା ଏହି ନେତାଙ୍କ ଦେଖା ଦର୍ଶନ ନାହିଁ। ଏମିତିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଧାମନଗର ଆସିନାହାଁନ୍ତି।

ନିର୍ବାଚନ ପ୍ରଚାର ବେଳେ ବିଜେପିର ଏହି ତୁଙ୍ଗ ନେତା କହିଥିଲେ ଯେ, ତାଙ୍କ ପ୍ରାର୍ଥୀ ଜିତିଲେ ସେ ଧାମନଗରର ରୂପରେଖ ବଦଳାଇଦେବେ। ଧାମନଗର ଭିନ୍ନ ଏକ ନିର୍ବାଚନ ମଣ୍ଡଳୀ ପାଲଟି ଯିବ। ହେଲେ କୁଆଡେ ଗଲା ସେ ପ୍ରତିଶ୍ରୁତି?  ଏଥିରୁ ଭୋଟ ରାଜନୀତି କରୁଥିବା ଏହି ନେତାଙ୍କ ପ୍ରକୃତ ଚେହେରା ସ୍ପଷ୍ଟ ହୋଇଯାଇଛି।

ଗତ ୧୦ ମାସ ଭିତରେ ସେଦିଲ୍ଲୀରୁ ଓଡ଼ିଶାକୁ ୧୦୦ଥର ଆସିଥିବେ। କିନ୍ତୁ ଧାମନଗରକୁ ଥରୁଟିଏ ବି ମନେ ପକାଇଲେ ନାହିଁକେମିତି? ଏହି ନେତାମାନଙ୍କ ଚରିତ୍ର ହେଲା ଭୋଟ ସରିଲା ପରେ ଭୁଲିଯିବା। ଉପନିର୍ବାଚନରେ ତାଙ୍କ ପ୍ରାର୍ଥୀ ଜିତିଲା ସତ,  କିନ୍ତୁ ବର୍ଷେ ଭିତରେ ଧାମନଗରବାସୀ ତାଙ୍କ ଉପରୁ ବିଶ୍ୱାସ ହରାଇଲେ। ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିଠାରେ ଏକ ସାଧାରଣ ସଭାକୁ ଉଦବୋଧନ ଦେଇ ୫–ଟିଅଧ୍ୟକ୍ଷ ଏଭଳି ତୀର ମାରିଛନ୍ତି।

ଶ୍ରୀପାଣ୍ଡିଆନ ଆହୁରି କହିଥିଲେ ଯେ ଏବେ ଧାମନଗରରେ ଅନ୍ୟ ଦଳର ବିଧାୟକ ଅଛନ୍ତି। ସେଥିପାଇଁ ଧାମନଗର ନ ଯିବା ଲାଗି ତାଙ୍କୁ କିଛି ଲୋକ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଧାମନଗର ଯାଇ ଧାମନଗରର ଉନ୍ନତି ଲାଗି ଯାହା ଆବଶ୍ୟକ ତାହା କରିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ମନୋବୃତ୍ତି ନେଇ ରାଜନୀତି କରନ୍ତି। ସାଢ଼େ ୪କୋଟି ଓଡ଼ିଆ ହେଉଛନ୍ତି ତାଙ୍କ ପରିବାର। ଗରିବ ମୁହଁରେ ହସ ଫୁଟାଇବା ହେଉଛି ତାଙ୍କ ଲକ୍ଷ୍ୟ।

ଅସୁରାଳିଜନସଭାରେଜୟ ଜଗନ୍ନାଥ ଓ ବାବା ଆଖଣ୍ଡଳମଣିଙ୍କ ଜୟ ବୋଲି କହି ୫–ଟିଅଧ୍ୟକ୍ଷ ତାଙ୍କ ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ ଗତ ଜୁନ ୧୨ତାରିଖରେ ଧାମନଗର ଆସି ଲୋକଙ୍କଠାରୁ ଅଭିଯୋଗ, ପ୍ରସ୍ତାବ ଗ୍ରହଣ କରିଥିଲେ। ଧାମନଗରବାସୀଙ୍କ ସ୍ନେହ ଓ ଭଲପାଇବା ତାଙ୍କୁ କାମ କରିବା ଲାଗି ପ୍ରେରଣା ଦେଇଛି। ଜୁନ ମାସଠୁ ଇତି ମଧ୍ୟରେ ୧୦୦କୋଟି ଟଙ୍କା ଧାମନଗର ପାଇଁ ମଂଜୁର ହୋଇଛି। ଖୁବଶୀଘ୍ର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ ହେବ। ମହିଳା ଓ ଛାତ୍ରଛାତ୍ରୀମାନେ ମାତ୍ର ୫ଟଙ୍କାରେ ଏଥିରେ ଯାତ୍ରା କରିପାରିବେ।

ଧାମନଗର ନିର୍ବାଚନମଣ୍ଡଳୀରେ ଥିବା ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତି ପାଇଁ ୧୨କୋଟି ଟଙ୍କା ମଂଜୁର ହୋଇଛି ବୋଲିସୂଚନାଦେଇଶ୍ରୀପାଣ୍ଡିଆନକହିଥିଲେଯେଏହିନିର୍ବାଚନମଣ୍ଡଳୀର ୨୧ଟି କଲେଜର ରୂପାନ୍ତରଣ ପାଇଁ ୧୦କୋଟି ଟଙ୍କା, ଆମ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ୨୨କୋଟି ଟଙ୍କା ମଂଜୁର ହୋଇଛି।ତିହିଡିରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପୀଠ ପାଇଁ ୫୦ଲକ୍ଷ, ବିଭିନ୍ନ ଧର୍ମସ୍ଥଳୀ ପାଇଁ  ୬କୋଟି ଟଙ୍କା ମଂଜୁର ହୋଇଛି। ଗତ ୬ମାସ ଭିତରେ ଧାମନଗର ନିର୍ବାଚନମଣ୍ଡଳୀକୁ ୧୦୦କୋଟି ଟଙ୍କା ଅନୁମୋଦନ ମିଳିଛି।

ଅସୁରାଳି ପରେ ଭଦ୍ରକ ନେହରୁ ଷ୍ଟାଡିୟମରୁ ମଧ୍ୟବିକାଶ ବିରୋଧୀଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି ୫–ଟିଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।ସେକହିଲେଯେ ଓଡ଼ିଶାରେ ସବୁ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ।।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯେଉଁ ଭଳି ଭାବେ ଶ୍ରୀମନ୍ଦିରଠୁ ନେଇ ଲିଙ୍ଗରାଜ ମନ୍ଦିର, ଭଦ୍ରକାଳୀ ମନ୍ଦିରଠୁ ନେଇ ବିଭିନ୍ନ ମଠ, ମନ୍ଦିର, ମସଜିଦ୍ ଓ ଚର୍ଚ୍ଚର ଉନ୍ନତିକରଣ ଓ ରୂପାନ୍ତରୀକରଣ ଚାଲିଛି, ତାହା ଦେଖି ବିରୋଧୀମାନଙ୍କ ନିଦ ଭାଙ୍ଗି ଯାଇଛି।

ଅପପ୍ରଚାର ସେମାନଙ୍କର ଏକମାତ୍ର ଅସ୍ତ୍ର। ମୁଖ୍ୟମନ୍ତ୍ରୀ ଭଲ କାମ କଲେ ସେମାନଙ୍କର ଅସୁବିଧା ହୋଇଯିବ, ସେଥିପାଇଁ ସେମାନେ ରୂପାନ୍ତରଣ ରୋକିବାକୁ ଦିନରାତି ଚେଷ୍ଟା କରୁଛନ୍ତି। ସେମାନଙ୍କର ବିକାଶ ଉପରେ ବିଲକୁଲ୍‌ ବିଶ୍ବାସ ନାହିଁ। ହେଲେ ଗରିବଙ୍କ ମୁହଁରେ ହସ ଫୁଟାଇବାକୁ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ବିକାଶ ରଥକୁ ଅଟକାଇବାକୁ ଚେଷ୍ଟା କରୁଥିବା ଏହି ବିରୋଧୀମାନଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ ବୋଲି ୫–ଟି ଅଧ୍ୟକ୍ଷ କଟାକ୍ଷ କରିଥିଲେ।

ଭଦ୍ରକ ନେହେରୁ ଷ୍ଟାଡିୟମ ସଭାରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ସେ ଜୁନ୍ ୧୧ ତାରିଖରେ ଭଦ୍ରକ ଗସ୍ତରେ ଆସି ଲୋକଙ୍କ ସମସ୍ୟା ଶୁଣିଥିଲେ। ମୁଖ୍ୟମନ୍ତ୍ରୀ କଥା କମ୍ କାମ ବେଶୀ କରନ୍ତି। ୫ମାସ ଭିତରେ ଅନେକ ଅଭିଯୋଗର ସମାଧାନ ହୋଇଛି। ୫ମାସରେ ଭଦ୍ରକ ପାଇଁ ମଂଜୁର ହୋଇଛି ପାଖାପାଖି ୨୫୦କୋଟି ଟଙ୍କା। ଭଦ୍ରକ ସହର ପାଇଁ ରିଂ ରୋଡ୍ ପାଇଁ ଶହେ କୋଟି ଟଙ୍କା ଅନୁମୋଦନ କରାଯାଇଛି।

ଭଦ୍ରକାଳୀ ମନ୍ଦିର ଯିବାକୁ ବହୁତ ଅସୁବିଧା ହେଉଥିଲା। ତେଣୁ ପୁରୁଣା ବଜାରରୁ ଗୁଜିଦରଡ଼ା ରାସ୍ତା ଭାୟା ଭଦ୍ରକାଳୀ ମନ୍ଦିର ପାଇଁ ୪୧କୋଟି ଟଙ୍କା ମଂଜୁର ହୋଇଛି। ଆହୁରି ଟଙ୍କା ଦରକାର ହେଲେ ଦିଆଯିବ। ନେହେରୁ ଷ୍ଟାଡିୟମ ଉନ୍ନତିକରଣ ଏବଂ ସୁଇମିଂ ପୁଲ୍ ପାଇଁ ୧୦କୋଟି, କାନ୍ତକବିଙ୍କ ନାଁରେ ପାର୍କ ପାଇଁ ୪କୋଟି ୬୦ଲକ୍ଷ, ଇଦଗା ଓ କମ୍ୟୁନିଟି ହଲ ପାଇଁ ୨କୋଟି, ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଥିବା ୧୯ଟି କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲର ୫–ଟିରୂପାନ୍ତରଣ ପାଇଁ ୯କୋଟି ୨୫ଲକ୍ଷ ଟଙ୍କା ମଂଜୁର ହୋଇଛି।

ସେହିପରି ଭଦ୍ରକାଳୀ ମନ୍ଦିର ଉନ୍ନତି ପାଇଁ ଯାହା ଟଙ୍କା ଦରକାର ମଂଜୁର କରାଯିବ ବୋଲି ୫–ଟିଅଧ୍ୟକ୍ଷ କହିଛନ୍ତି। ଯେଉଁ ଟଙ୍କା ଆସିବ ତାକୁ ସ୍ବଚ୍ଛତା ସହ କାମରେ ଲଗାଇବାକୁ ପରାମର୍ଶଦେଇଥିଲେ। ଏହାଛଡ଼ାଆମ ବ୍ୟାଙ୍କ ଯୋଜନାରେ ଦୁଇ ମାସ ଭିତରେ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବ ଏବଂ ସେହିପରି ଫେବ୍ରୁଆରୀ ଶେଷ ସୁଦ୍ଧା ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହେବ ବୋଲି ସେସୂଚନାଦେଇଥିଲେ।

ଆଜି ଭଦ୍ରକ ଜିଲ୍ଲା ଗସ୍ତରେ ଯାଇ ୫–ଟିତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପ୍ରଥମେ ଆରଡିଠାରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆଖଣ୍ଡଳମଣି ମନ୍ଦିରକୁ ୫୦କୋଟି ଟଙ୍କା ଅନୁଦାନ ମୁଖ୍ୟମନ୍ତ୍ରୀ ମଂଜୁର କରିଥିବା ସୂଚନା ଦେଇଥିଲେ। ଆରଡିଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ଚାନ୍ଦବାଲି ନିର୍ବାଚନମଣ୍ଡଳିର ବିକାଶ ପାଇଁ ମଂଜୁର ହୋଇଥିବା ଅର୍ଥରାଶି ସମ୍ପର୍କରେ ସୂଚନା ଦେଇଥିଲେ।

ସେ କହିଥିଲେ ଯେ, ଦାନକଣିଆ ଘାଟରୁ ଆରଡିକୁ ଯୋଗାଯୋଗ ପାଇଁ ସେତୁ ନିର୍ମାଣ ପାଇଁ ୮୦କୋଟି ମଂଜୁର ହୋଇଛି। ସେହିପରି ପାଞ୍ଚଟିକିରି ଘାଟରୁ ନଦୀ ଉପରେ ସେତୁ ନିର୍ମାଣ ପାଇଁ ୫୦କୋଟି ମଂଜୁର ହୋଇଛି। ଚାନ୍ଦବାଲି ସହରରେ ପାଇପ ଯୋଗେ ଜଳ ଯୋଗାଣ ଲାଗି ୫୦କୋଟି ଟଙ୍କା ମଂଜୁର ହୋଇଛି। ସେହିପରି ମତ୍ସ୍ୟଜୀବୀଙ୍କ କଲ୍ୟାଣ ନିମନ୍ତେ ୨୭କୋଟି, ଧାମରାଇ ମନ୍ଦିର ଉନ୍ନତି ପାଇଁ ୧କୋଟି, ପାଟଣମଙ୍ଗଳା ମନ୍ଦିର ଉନ୍ନତି ପାଇଁ ୧କୋଟି ଟଙ୍କା ମଂଜୁର ହୋଇଛି।

ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଥିବା ସବୁ କଲେଜର ରୂପାନ୍ତରଣ ପାଇଁ ୬କୋଟି ଟଙ୍କା ମଂଜୁର ହୋଇଛି। ମନ୍ଦିର, ମସଜିଦ ଓ କମ୍ୟୁନିଟି ସେଣ୍ଟର ପାଇଁ ୪କୋଟି ୫୦ଲକ୍ଷ ଟଙ୍କା ମଂଜୁର ହୋଇଛି। ଗତ ୫ମାସ ମଧ୍ୟରେ ଭଦ୍ରକ ଜିଲ୍ଲାକୁ ୩୦୦କୋଟି ଟଙ୍କା ମଂଜୁର ହୋଇଥିବା ୫–ଟିଅଧ୍ୟକ୍ଷଏହିଅବସରରେ  ସୂଚନାଦେଇଥିଲେ।

 

5T 5T Chairman କାର୍ତ୍ତିକ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.