Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର’ ୨୦୨୩ ଘୋଷିତ
ଜାତୀୟ ଖବର

ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର’ ୨୦୨୩ ଘୋଷିତ

January 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦ୍ରୌପଦୀ ମୁର୍ମୁ
୭୭ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ନୂଆଦିଲ୍ଲୀ: ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆଜି  ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର’ ୨୦୨୩ ଘୋଷଣା କରାଯାଇଛି। ଜାନୁଆରୀ ୦୯, ୨୦୨୪ (ମଙ୍ଗଳବାର) ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ବିଜେତାମାନେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ।

କ୍ରୀଡ଼ା ପ୍ରୋତ୍ସାହନ ଓ ବିକାଶ କ୍ଷେତ୍ରରେ ଆଖିଦୃଶିଆ ଭୂମିକା ଗ୍ରହଣ କରିଥିବା କର୍ପୋରେଟ୍ ସଂସ୍ଥା (ଉଭୟ ଘରୋଇ ଓ ସରକାରୀ କ୍ଷେତ୍ର), କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ରାଜ୍ୟ ଓ ଜାତୀୟ ସ୍ତରର କ୍ରୀଡ଼ା ସଂଗଠନ ମାନଙ୍କୁ ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର’ ପ୍ରଦାନ କରାଯାଏ ।

ଏଥି ପାଇଁ ଅନ୍‌ଲାଇନ୍‌ରେ ଆବେଦନ ଆହ୍ୱାନ କରାଯାଇଥିଲା ଏବଂ କ୍ରୀଡ଼ାବିତ୍ / ପ୍ରଶିକ୍ଷକ/ ସଂସ୍ଥା ଗୁଡ଼ିକୁ ଏକ ଉତ୍ସର୍ଗୀକୃତ ଅନଲାଇନ୍ ପୋର୍ଟାଲ୍ ଜରିଆରେ ସ୍ୱୟଂ ଆବେଦନ କରିବାକୁ ଅନୁମତି ଦିଆଯାଇଥିଲା । ୨୦୨୩ ମସିହାରେ ଏହି ପୁରସ୍କାର ପାଇଁ ବହୁ ସଂଖ୍ୟକ ଆବେଦନ / ନାମାଙ୍କନ ମିଳିଥିଲା, ଯାହାକୁ ଭାରତ ସରକାରଙ୍କ ସଚିବ (କ୍ରୀଡ଼ା) ଶ୍ରୀମତୀ ସୁଜାତା ଚତୁର୍ବେଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ନିକଟରେ ଉପସ୍ଥାପିତ କରାଯାଇଥିଲା ଏବଂ ଏଥିରେ ପୂର୍ବ ପୁରସ୍କାରପ୍ରାପ୍ତ, ଶିଳ୍ପ ସଂଘ, କ୍ରୀଡ଼ା ସାମ୍ବାଦିକ / ବିଶେଷଜ୍ଞ /ଭାଷ୍ୟକାର, ରାଜ୍ୟ ସରକାରଙ୍କ ସଚିବ (କ୍ରୀଡ଼ା), ଭାରତୀୟ ଅଲିମ୍ପିକ୍ ସଂଘ ଏବଂ କ୍ରୀଡ଼ାରେ ସକ୍ରିୟ ଥିବା ସ୍ୱେଚ୍ଛାସେବୀ ସଂସ୍ଥା ଗୁଡିକର ସଦସ୍ୟମାନେ ସାମିଲ ହୋଇଥିଲେ ।

ଭାରତର ଜାତୀୟ କ୍ରୀଡ଼ା ପୁରସ୍କାରର ୬ଟି ମୁଖ୍ୟ ପୁରସ୍କାର ହେଉଛି ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ବା କେବଳ ଖେଳ ରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ମେଜର ଧ୍ୟାନଚାନ୍ଦ ପୁରସ୍କାର, ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି, ଯାହାକୁ ମାକା ଟ୍ରଫି ମଧ୍ୟ କୁହାଯାଏ ଏବଂ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ।

କମିଟିର ସୁପାରିସ ଆଧାରରେ ଏବଂ ଉପଯୁକ୍ତ ଯାଞ୍ଚ ପରେ ସରକାର ନିମ୍ନଲିଖିତ ସଂସ୍ଥାଗୁଡ଼ିକୁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି:

ପୁରସ୍କାରର ନାମ: ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ୨୦୨୩

କ୍ର. ସଂ :

 

ଶ୍ରେଣୀ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ୨୦୨୩ ପାଇଁ ଘୋଷିତ ବିଜେତା
୧. ଉଦୀୟମାନ / ଯୁବ ପ୍ରତିଭାଙ୍କୁ ପରିଚିତ କରାଇବା ଏବଂ ପୃଷ୍ଠପୋଷକତା ଜୈନ ଡିମ୍ଡ  ଟୁ ବି ୟୁନିଭରସିଟି, ବେଙ୍ଗାଲୁରୁ

 

୨.

 

କର୍ପୋରେଟ୍ ସାମାଜିକ ଉତ୍ତର ଦାୟିତ୍ୱ ମାଧ୍ୟମରେ କ୍ରୀଡ଼ାକୁ ପ୍ରୋତ୍ସାହନ ଓଡ଼ିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍‌

 

ଜାନୁଆରୀ ୦୯ , ୨୦୨୪ (ମଙ୍ଗଳବାର) ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ବିଜେତାମାନେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ।

କ୍ରୀଡ଼ା ମନ୍ତ୍ରଣାଳୟ ରାଷ୍ଟ୍ରପତି ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026

ବୋମା ବିସ୍ଫୋରଣରେ ଦୁଇ ନାବାଳକ ଗୁରୁତର

April 6, 2026
Latest News

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

କଣ୍ଢଲ ଆଶ୍ରମ ବିଦ୍ୟାଳୟରେ ସ୍ବତନ୍ତ୍ର ମାର୍ଗଦର୍ଶନ ଓ ପରାମର୍ଶ ଶିବିର

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.