Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜେଲରୁ ବାହାରିଲେ ସଞ୍ଜୟ ସିଂ: ନାମାଙ୍କନ ଦାଖଲ କରିବାକୁ ପୋଲିସ ଭ୍ୟାନରେ ପହଞ୍ଚିଲେ ରାଜ୍ୟସଭା
ଜାତୀୟ ଖବର

ଜେଲରୁ ବାହାରିଲେ ସଞ୍ଜୟ ସିଂ: ନାମାଙ୍କନ ଦାଖଲ କରିବାକୁ ପୋଲିସ ଭ୍ୟାନରେ ପହଞ୍ଚିଲେ ରାଜ୍ୟସଭା

January 8, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବାକୁ ଜେଲରୁ ବାହାରିଛନ୍ତି। ସେ ପୋଲିସ୍ ଭ୍ୟାନ୍ ରେ ସିଭିଲ୍ ଲାଇନ୍ ରେ ପହଞ୍ଚି ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସଞ୍ଜୟ ସିଂଙ୍କ ବ୍ୟତୀତ ପୂର୍ବତନ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ଵାତୀ ମାଲିୱାଲ ମଧ୍ୟ ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜାନୁଆରୀ ୧୯ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ AAP ଦିଲ୍ଲୀରୁ ତିନି ଜଣଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଯେଉଁଥିରେ ସଞ୍ଜୟ ସିଂ ଏବଂ ଏନଡି ଗୁପ୍ତାଙ୍କୁ ପୁଣିଥରେ ସୁଯୋଗ ଦିଆଯାଇଛି।

ନାମାଙ୍କନପତ୍ର ଦାଖଲ ପାଇଁ ଅନୁମତି ଦିଲ୍ଲୀ କୋର୍ଟରୁ ମିଳିଥିଲା:

ଏହାପୂର୍ବରୁ ଶନିବାର ଦିନ ସଞ୍ଜୟ ସିଂଙ୍କୁ ବ୍ୟକ୍ତିଗତ ଭାବେ ରାଜ୍ୟସଭା ନାମାଙ୍କନ ଦାଖଲ କରିବାକୁ ଦିଲ୍ଲୀ କୋର୍ଟରୁ ଅନୁମତି ମିଳିଥିଲା। ଶୁକ୍ରବାର ଦିନ, ଜେଲ ଅଧୀକ୍ଷକଙ୍କୁ ନିର୍ବାଚନ ସହ ଜଡିତ ଦସ୍ତଖତ, ନାମାଙ୍କନ ଫର୍ମ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜରେ ଦସ୍ତଖତ ଦେବାକୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସଞ୍ଜୟ ସିଂ ତିନି ମାସ ଜେଲରେ ଅଛନ୍ତି:

ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଏଏପି ନେତା ସଞ୍ଜୟ ସିଂ ଗତ ତିନି ମାସ ଧରି ତିହାର ଜେଲରେ ରହିଛନ୍ତି। ଅକ୍ଟୋବର ୪ ତାରିଖରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ଇଡି ଅଭିଯୋଗ କରିଛି ଯେ, ସଞ୍ଜୟ ସିଂ ଅବକାରୀ ନୀତି ପ୍ରଣୟନ ଏବଂ ଏହାକୁ କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହି କାରଣରୁ, ମଦ ଉତ୍ପାଦନକାରୀ, ହୋଲସେଲର ଏବଂ ଖୁଚୁରା ବ୍ୟବସାୟୀମାନେ ଆର୍ଥିକ ଭାବରେ ଉପକୃତ ହୋଇଥିଲେ।

ଅବକାରୀ ନୀତି ମାମଲା ଆମ୍ ଆଦମୀ ପାର୍ଟି ନାମାଙ୍କନପତ୍ର ରାଜ୍ୟସଭା ସଞ୍ଜୟ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ପାର୍ଲେର ଗୋଦାମରେ ଚଢାଉ: ମିଳିଲା ମିଆଦ ଶେଷ ହୋଇଥିବା ଫ୍ରୁଟି ଏବଂ ଆପି, ଲାଇସେନ୍ସ ରଦ୍ଦ 

August 15, 2026

Independence Day 2026: ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ, କହିଲେ…

August 15, 2026

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026
Latest News

ପାର୍ଲେର ଗୋଦାମରେ ଚଢାଉ: ମିଳିଲା ମିଆଦ ଶେଷ ହୋଇଥିବା ଫ୍ରୁଟି ଏବଂ ଆପି, ଲାଇସେନ୍ସ ରଦ୍ଦ 

August 15, 2026

Independence Day 2026: ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ, କହିଲେ…

August 15, 2026

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026

ଓସିଏ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବିସିସିଆଇ ଦାଖଲ କରିବ ଜବାବ, ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.