Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାଣପୁରରେ ପାଣ୍ଡିଆନଙ୍କୁ ବିପୁଳ ସମ୍ବର୍ଦ୍ଧନା, ଚିଲିକା ଅଞ୍ଚଳ ପାଇଁ ୯୦ କୋଟି ଟଙ୍କା ଅନୁଦାନର ଦେଲେ ହିସାବ
ଜାତୀୟ ଖବର

ବାଣପୁରରେ ପାଣ୍ଡିଆନଙ୍କୁ ବିପୁଳ ସମ୍ବର୍ଦ୍ଧନା, ଚିଲିକା ଅଞ୍ଚଳ ପାଇଁ ୯୦ କୋଟି ଟଙ୍କା ଅନୁଦାନର ଦେଲେ ହିସାବ

January 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁରରେ କାର୍ତ୍ତିକ ପାଣ୍ଡିଆନଙ୍କୁ ବିପୁଳ ସମ୍ବର୍ଦ୍ଧନା, ଚିଲିକା ଅଞ୍ଚଳ ପାଇଁ ୯୦ କୋଟି ଟଙ୍କା ଅନୁଦାନର ଦେଲେ ହିସାବ

ବାଣପୁର(ସୀତାରାମ ଅଗ୍ରୱାଲ): ଦିନକୁ ଦିନ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ପାଣ୍ଡିଆନ ଓଡ଼ିଶାର ବିକାଶ ପାଇଁ ଅହରହ ଚେଷ୍ଟିତ ଥିବା ବେଳେ ଜନସାଧାରଣ ମଧ୍ୟ ତାଙ୍କୁ ବିପୁଳ ସମର୍ଥନ ଦେବାରେ ଲାଗିଛନ୍ତି।

ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶକ୍ରମେ ପାଣ୍ଡିଆନ ପ୍ରତିଦିନ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ଏବଂ ଉନ୍ନୟନ ପ୍ରକଳ୍ପ ତଦାରଖ କରୁଛନ୍ତି। ଏହି ଅବସରରେ ଶ୍ରୀ ପାଣ୍ଡିଆନ ଆଜି ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ପ୍ରଥମେ ଖୋର୍ଦ୍ଧା ଏବଂ ପରେ ବାଣପୁର ଆସିଥିଲେ। ଖୋର୍ଦ୍ଧା ହାବେଳୀ ପଡିଆରେ ନୂଆ ଓ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ।

ଏହାପରେ ସେ ସିଧାସଳଖ ସଡ଼କପଥରେ ବାଣପୁର ମା’ ଭଗବତୀ ମନ୍ଦିର ପହଞ୍ଚିଥିଲେ। ସେଠାରେ ମା’ ଙ୍କୁ ଦର୍ଶନ କରିବା ସହ ନିକଟରେ ମନ୍ଦିର ପରିସରରେ ଆରମ୍ଭ ହୋଇଥିବା ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ। ଏହାପରେ ଶ୍ରୀ ପାଣ୍ଡିଆନ ବାଣପୁର ପଲଟନ ପଡିଆ ସଭାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ହଜାର ହଜାର ପୁରୁଷ ଓ ମହିଳା ପାଣ୍ଡିଆନକୁ ପୁଷ୍ପ ବୃଷ୍ଟି ଓ ହୁଳହୁଳି ଦେଇ ସ୍ୱାଗତ କରିଥିଲେ।

ପାଣ୍ଡିଆନ ସଭାସ୍ଥଳକୁ ଯାଇ ବ୍ୟାରିକେଡ଼ ପାର୍ଶ୍ୱରେ ବସିଥିବା ସମସ୍ତ ଜନସାଧାରଣଙ୍କ ସହିତ ହାତ ମେଳାଇବା ସହ ଏକାଧିକ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ମଞ୍ଚ ଉପରେ ସେ ଜୟ ଜଗନ୍ନାଥ ଓ ଜୟ ମା ଭଗବତୀ କହି ଉଦବୋଧନ ଆରମ୍ଭ କରିଥିଲେ।

ଏହିି ଅବସରରେ ଶ୍ରୀ ପାଣ୍ଡିଆନ ମା’ ଭଗବତୀ ମନ୍ଦିର ବିକାଶ ପାଇଁ ୩୩ କୋଟି, ଚଣ୍ଡେଶ୍ୱର ଶିବ ମନ୍ଦିର ପାଇଁ ୧.୫ କୋଟି, ବାଣପୁର କଲେଜ ପାଇଁ ୨.୨୫ କୋଟି, ବାଲୁଗାଁ କଲେଜ ପାଇଁ ୧.୫୦ କୋଟି, ବାଣପୁର ଏନଏସି ଡ୍ରେନେଜ ପାଇଁ ୨୪ କୋଟି ଅର୍ଥ ଅନୁମୋଦନ ହୋଇଥିବା କହିଥିଲେ।

ଏପରିକି ଚିଲିକା ନିର୍ବାଚନ ମଣ୍ଡଳିର ଉନ୍ନତି ପାଇଁ ସମୁଦାୟ ୯୦ କୋଟି ଟଙ୍କା ଅନୁମୋଦନ ହୋଇଥିବା କହିଥିଲେ ଶ୍ରୀ ପାଣ୍ଡିଆନ। ଅନୁରୂପ ଭାବେ ବିଏସକେୱାଇ ରୁ ବାଦ ପଡ଼ିଥିବା ଗ୍ରାମାଞ୍ଚଳର ଜନସାଧାରଣମାନେ ଖୁବ ଶୀଘ୍ର ଆବେଦନ କରି ବିଏସକେୱାଇ ନବୀନ କାର୍ଡ ପାଇପାରିବେ ବୋଲି କହିଥଲେ।

ଏହାପରେ ଶ୍ରୀ ପାଣ୍ଡିଆନ ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରି ମାମାନଙ୍କ ସହ ଭାବ ବିନିମୟ କରି ମଧ୍ୟାହ୍ନ ଭୋଜନ କରିଥିଲେ। ପରିଶେଷରେ ସେ ନିକଟସ୍ଥ ହେଲିପ୍ୟାଡ଼ କୁ ଯାଇ ଆକାଶମାର୍ଗରେ ରଣପୁର ଅଭିମୁଖେ ଗସ୍ତ କରିଥିଲେ। ପାଣ୍ଡିଆନ ଙ୍କ ଗସ୍ତ ନିମନ୍ତେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

କାର୍ତ୍ତିକ ପାଣ୍ଡିଆନ ବାଣପୁରରେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026
Latest News

ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026

ପରିବାରକୁ ବନ୍ଧକ ରଖି ୨୫ ଲକ୍ଷରୁ ଅଧିକ ଟଙ୍କାର ସୁନା-ରୁପା ଲୁଟ୍

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.