Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ଲୋକସଭା ନିର୍ବାଚନ ପାଇଁ ଦୁଇ ଦୁଇଟି ଆସନରେ ରୁମାଲ ପକାଇ ରଖିଲେ ଦୁଇ କେନ୍ଦ୍ରମନ୍ତ୍ରୀ
ଜାତୀୟ ଖବର

ଓଡିଶା ଲୋକସଭା ନିର୍ବାଚନ ପାଇଁ ଦୁଇ ଦୁଇଟି ଆସନରେ ରୁମାଲ ପକାଇ ରଖିଲେ ଦୁଇ କେନ୍ଦ୍ରମନ୍ତ୍ରୀ

January 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
dharmendra
ଓଡିଶା ଲୋକସଭା ନିର୍ବାଚନ ପାଇଁ ଦୁଇ ଦୁଇଟି ଆସନରେ ରୁମାଲ ପକାଇ ରଖିଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଚାଷୀମାନେ ଧାନବୁଣିବା ପାଇଁ ପାଗ ଖୋଜୁଥିବା ବେଳେ ଏବଂ ନିର୍ବାଚନ ପାଖେଇ ଆସୁଥିବାରୁ ନେତାମାନେ ଆସନ ଖୋଜିବାରେ ଲାଗିଛନ୍ତି। କେଉଁ ଆସନରେ ଜିତିବା ସୁବିଧା ହେବ ସେ ନେଇ ଚାଲିଛି ଆଶାୟୀ ନେତାଙ୍କର ଅଙ୍କକଷା। ସେହିପରି ବର୍ତ୍ତମାନ ଲୋକସଭା ନିର୍ବାଚନ ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ଦୁଇ ଦୁଇଟି ଆସନକୁ ହାତରେ ରଖି ପ୍ରଚାର କରିବାର ଲାଗିଛନ୍ତି।

ସେହି ଦୁଇ କେନ୍ଦ୍ରମନ୍ତ୍ରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବ। ଧର୍ମେନ୍ଦ୍ର ବହୁ ପୂର୍ବରୁ ଢେଙ୍କାନାଳରୁ ଛିଡା ହେବା ପାଇଁ ସେଠାରେ ଟେଣ୍ଟ ପକାଇ ବସିରହିଥିଲେ। ହେଲେ କଣ ହେଲା କେଜାଣି ସେ ସେଠାରୁ ମୁହଁ ଫେରାଇ ସମ୍ବଲପୁର ଆସନ ଆଡକୁ ମୁହାଁଛନ୍ତି। ତେବେ ଶୁଣିବା କଥା ଯେ, ଆରଏସଏସ ସର୍ଭେ ରିପୋର୍ଟ ଅନୁସାରେ ଧର୍ମେନ୍ଦ୍ର କୁଆଡେ ଢେଙ୍କାନାଳରୁ ହାରିବା ସମ୍ଭାବନା ରହିଛି।

ସେଥିପାଇଁ ସେହି ରିପୋର୍ଟ ଆଧାରରେ ବର୍ତ୍ତମାନ ଧର୍ମେନ୍ଦ୍ର ଢେଙ୍କାନାଳ ଛାଡି ସମ୍ବଲପୁରରେ ନିଜର କ୍ୟାମ୍ପ ପକାଇଛନ୍ତି। ସେ ସେହି ଅଞ୍ଚଳ ଛାଡିବାର ନାଁ ଧରୁ ନାହାଁନ୍ତି। ତେବେ ସେ ଢେଙ୍କାନାଳ ଆସନକୁ ସଂପୂର୍ଣ୍ଣ ପରିତ୍ୟାଗ ମଧ୍ୟ କରିନାହାଁନ୍ତି। ସେ ଉଭୟ ସମ୍ବଲପୁର ଏବଂ ଢେଙ୍କାନାଳ ଆସନକୁ ହାତରେ ରଖି ଗୋଟିଚାଳନା କରିବାରେ ଲାଗିଛନ୍ତି। କାରଣ ଦଳ କେତେବେଳେ କଣ ନିଷ୍ପତି ନେବ ତାହା କହି ହେବ ନାହିଁ।

ସେହିପରି ଅନ୍ୟତମ ଟାଣୁଆ ମନ୍ତ୍ରୀ ଅଶ୍ବିନ ବୈଷ୍ଣବ ଓଡିଶାରୁ ଲୋକସଭା ପାଇଁ ଛିଡା ହେବେ ବୋଲି ସ୍ପଷ୍ଟ ହୋଇଗଲାଣି। ତେଣୁ ସେ ମଧ୍ୟ ଦୁଇଟି ଆସନରେ ରୁମାଲ ପକାଇ ରଖିଛନ୍ତି। ଗୋଟିଏ ହେଲା ବାଲେଶ୍ବର ଏବଂ ଅନ୍ୟଟି ହେଲା କଟକ ଲୋକସଭା। ଏହି ଦୁଇ ଆସନର ସେ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଡେରା ପକାଇ ପ୍ରଚାର କରିବାରେ ଲାଗିଛନ୍ତି।

ବର୍ତ୍ତମାନ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ଲୋକସଭା ନିର୍ବାଚନ ନ ଲଢି ବିଧାନସଭାରେ ଛିଡା ହେବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି। ସେଥିପାଇଁ ବାଲେଶ୍ବରରେ ଦଳ ଜଣେ ନୂଆ ପ୍ରାର୍ଥୀ ଦେବ। ସେହିପରି କଟକ ଆସନରେ ପୂର୍ବରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରକାଶ ମିଶ୍ର ଆଉ ପ୍ରତିଦ୍ବନ୍ଦିତା କରିବେ ନାହିଁ। ସେ ମଧ୍ୟ ଦଳରେ ସକ୍ରିୟ ନାହାଁନ୍ତି। ସେଠାରେ ମଧ୍ୟ ଦଳ ଆଉ ଜଣଙ୍କୁ ଟିକେଟ ଦେବ।

ସେଥିପାଇଁ ଉଭୟ ଆସନରେ ଅଶ୍ବିନୀଙ୍କ ପାଇଁ ସୁରକ୍ଷିତ ଆସନ ବୋଲି ଦଳ ଭାବି ନେଇଛି। ତେବେ ତାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ଆସନ କେଉଁଟି ହେବେ ତାହା ଦଳ ସ୍ଥିର କରିବ। ହେଲେ ତା ପୂର୍ବରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉଭୟ ଆସନରେ ନିଜର ଲୋକସଂପର୍କ ବଢାଇବାରେ ଲାଗିଛନ୍ତି।

ତେବେ ଯାହା ଜଣାପଡୁଛି ଅଶ୍ବିନୀଙ୍କ ପାଇଁ ଉଭୟ କଟକ ବା ବାଲେଶ୍ବର କୌଣସି ଅସୁବିଧା ହେବ ନାହିଁ। ହେଲେ ଧର୍ମେନ୍ଦ୍ରଙ୍କ ପାଇଁ ଓଡିଶାର କୌଣସି ଆସନ ସୁରକ୍ଷିତ ନୁହେଁ।

Ashwini Vaishnaw ଧର୍ମେନ୍ଦ୍ରପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ

August 11, 2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଧାୟକମାନଙ୍କ ବୈଠକ

August 11, 2026

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026

୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

August 11, 2026
Latest News

ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ

August 11, 2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଧାୟକମାନଙ୍କ ବୈଠକ

August 11, 2026

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026

୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

August 11, 2026

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.