Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘କାନ୍ଥ ଲିଖନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
ଜାତୀୟ ଖବର

‘କାନ୍ଥ ଲିଖନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

January 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
manamohan
‘କାନ୍ଥ ଲିଖନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ, ମହିଳା, ଚାଷୀ, ଯୁବକ, ଜନଜାତି, ଦଳିତ ତଥା ପଛୁଆବର୍ଗଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଗାଁ ଗାଁରେ ମୋଦି ଗ୍ୟାରେଂଟି ପହଂଚାଇବା ପାଇଁ ‘କାନ୍ଥ ଲିଖନ’ ଅଭିଯାନ ଆରମ୍ଭ ହୋଇଛି।

ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କ ଅଧିକ ଆସ୍ଥାଭାଜନ ହେବ ଭାରତୀୟ ଜନତା ପାର୍ଟି ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ। ସାଢ଼େ ଚାରିକୋଟି ଓଡିଆଙ୍କ ସମେତ ସାଧାରଣ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାର ଚିହ୍ନ ହେଉଛି ପଦ୍ମ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୫୫ ଠାରେ ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପଦ୍ମଚିହ୍ନ ଆଙ୍କିଛନ୍ତି ଶ୍ରୀ ସାମଲ। ୨୦୧୪ ଏବଂ ୨୦୧୯ରେ ବିଜେପି ପାର୍ଟିକୁ ଦେଶର ଲୋକମାନେ ପୂର୍ଣ୍ଣ ଆର୍ଶୀବାଦ ଦେଇଛନ୍ତି। ଗତ ୧୦ବର୍ଷ ମଧ୍ୟରେ ଦେଶରେ ବିକାଶର ନୂତନ ଦିଗ ଆରମ୍ଭ ହୋଇଥିଲା।

ଏହି ‘କାନ୍ଥ ଲିଖନ’ ଅଭିଯାନ ମାଧ୍ୟମରେ ୨୦୨୪ରେ ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ଜନତାଙ୍କୁ ନିବେଦନ କରୁଛୁ । ଫଳରେ ଦେଶରେ ସ୍ଥିର ବିକାଶ ହୋଇପାରିବ । ସମର୍ଥନ, ବିକାଶ, ବିଶ୍ୱାସ ଏବଂ ଦେଶରେ ଅନ୍ତର୍ଭୁକ୍ତ କରି ସମସ୍ତଙ୍କ ଉଦ୍ୟମକୁ ଆଗକୁ ବଢ଼ାନ୍ତୁ।

କାନ୍ଥରେ ଲେଖାଯାଇଥିବା ପ୍ରତ୍ୟେକ ବାକ୍ୟ ଦଳର ପ୍ରତିବଦ୍ଧତା ଏବଂ ସଂକଳ୍ପର ପ୍ରତୀକ ଅଟେ। ଦଳ ଦେଇଥିବା ପ୍ରତିଶ୍ରୁତି ତଥା କେନ୍ଦ୍ର ସରକାରଙ୍କ ସଫଳତା ବିଷୟରେ ଉଲ୍ଳେଖ କରାଯିବ। ମୋଦିଜୀଙ୍କ ସ୍ଲୋଗାନରୁ ଆରମ୍ଭ ହୋଇଥିବା ‘କାନ୍ଥ ଲିଖନ’ ଅଭିଯାନ ପ୍ରତ୍ୟେକ କାର୍ଯ୍ୟକର୍ତା ସଫଳ କରିବା ଉଚିତ ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜାରାଣୀ ମଣ୍ଡଳର ସଭାପତି ଅମରଜ୍ୟୋତି ଜଗଦେବ, ଦିଲୀପ ବେହେରା, କୁନ୍ତଳା ସାହୁ, ସିଦ୍ଧାର୍ଥ ଦାସ, ସ୍ୱୟମ୍ଭୁ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

BJP Election2024 manamohan ନିର୍ବାଚନ2024 ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026

ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

April 12, 2026

ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଭୁବନେଶ୍ୱର କଂଗ୍ରେସ

April 12, 2026

ପିଏମ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

April 12, 2026
Latest News

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026

ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

April 12, 2026

ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଭୁବନେଶ୍ୱର କଂଗ୍ରେସ

April 12, 2026

ପିଏମ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

April 12, 2026

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ବଡ଼ ଆଶ୍ୱସ୍ତି: ଭାରତ ଆସୁଛି ଏଲପିଜି ଜାହାଜ ‘ଜଗ୍ ବିକ୍ରମ’

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.