Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପରିକ୍ରମା ପ୍ରକଳ୍ପ ଉଦଘାଟନ ଦିନ ଦୀପଜାଳି, ଘଣ୍ଟ ବଜାଇ ସଂକୀର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
ଜାତୀୟ ଖବର

ପରିକ୍ରମା ପ୍ରକଳ୍ପ ଉଦଘାଟନ ଦିନ ଦୀପଜାଳି, ଘଣ୍ଟ ବଜାଇ ସଂକୀର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

January 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପରିକ୍ରମା ପ୍ରକଳ୍ପ ଉଦଘାଟନ
ପରିକ୍ରମା ପ୍ରକଳ୍ପ ଉଦଘାଟନ ଦିନ ଦୀପଜାଳି, ଘଣ୍ଟ ବଜାଇ ସଂକୀର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଅଫିସଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପୋଲିସ ସମସ୍ତେ ତତ୍ପର ହୋଇ ଉଠିଛନ୍ତି। ଏହି ପବିତ୍ର ଦିବସରେ ଜଗନ୍ନାଥ ପ୍ରେମୀ ତଥା ଭକ୍ତମାନଙ୍କୁ ମୁଖ୍ୟମନ୍ତ୍ରୀ ଆଜି ଏକ ନିବେଦନ କରିଛନ୍ତି।

ପ୍ରକଳ୍ପ ଉଦଘାଟନ ଦିନ ସମସ୍ତେ ନିଜ ନିଜ ଘରେ ଦୀପ ଜାଳି, ଶଙ୍ଖ ବଜାଇ ଗ୍ରାମରେ ସଂକୀର୍ତ୍ତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପ୍ରେମୀଙ୍କୁ ଅନୁରୋଧ କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୭ ତାରିଖରେ ପ୍ରଭୃଙ୍କ ଇଚ୍ଛାରେ ପ୍ରକଳ୍ପ ଉଦଘାଟନ ହେଉଛି। ସମସ୍ତେ ତାହା ଦେଖିବା ସୁଯୋଗ ହୁଏତ ପାଇପାରିବେ ନାହିଁ। ହେଲେ ସେହିଦିନ ସମସ୍ତେ ଭକ୍ତିପୂତଚିତରେ ଠାକୁରଙ୍କୁ ଧ୍ୟାନ କରିନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଗନ୍ନାଥ ହେଉଛନ୍ତି ଜଗତର ନାଥ। ବିଶ୍ବବାସୀଙ୍କ ଠାକୁର। ତାଙ୍କର ବହୁ ଭକ୍ତ ଦେଶ ଓ ବିଦେଶରେ ରହିଛନ୍ତି। ଦୂରରେ ଥିବା ସେହି ଭକ୍ତମାନେ ଉଦଘାଟନ ଦିନ ପୁରୀ ଆସିବା ସମ୍ଭବ ହୋଇପାରିବ ନାହିଁ। ସେଥିପାଇଁ ଦେଶବିଦେଶରେ ଥିବା ଜଗନ୍ନାଥ ଭକ୍ତଗଣ ନିଜ ନିଜ ସ୍ଥାନରେ ଠାକୁରଙ୍କୁ ଧ୍ୟାନ କରିବାକୁ ସେ ନିବେଦନ କରିଛନ୍ତି।

ସେ କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ବିନ ପତ୍ରଟିଏ ମଧ୍ୟ ହଲେ ନାହିଁ। ତେଣୁ ବର୍ତ୍ତମାନ ଯାହାସବୁ ହେଉଛି ତାଙ୍କର ନିର୍ଦ୍ଦେଶରେ ହିଁ ପରିଚାଳିତ ହେଉଛି। ଆମେମାନେ ଭାଗ୍ୟବାନ ଯେ, ଏହିପରି ଏକ ପ୍ରକଳ୍ପ ଦେଖିବାର ସୌଭାଗ୍ୟ ମିଳିଛି। ଗଜପତି ମହାରାଜଙ୍କ ଅନୁସାରେ ସାତ ଶହ ବର୍ଷ ମଧ୍ୟରେ ଶ୍ରୀମନ୍ଦିରର ଏପରି କାମ ହୋଇ ନ ଥିଲା। ସେଥିପାଇଁ ଆସନ୍ତା ୧୭ ତାରିଖ ଓଡିଶା ଇତିହାସରେ ଏକ ଗୌରବର ଦିନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପରିକ୍ରମା ପ୍ରକଳ୍ପ ସଂପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ହେଉଛି ସାଧୁସନ୍ଥ ତଥା ଭକ୍ତମାନେ ଶ୍ରୀମନ୍ଦିର ପରିକ୍ରମା କରିବା ପାଇଁ ସୁବନ୍ଦୋବସ୍ତ କରାଯାଇଛି। ସେମାନେ ଯେପରି ଭକ୍ତିପୂତ ଭାବେ ମନ୍ଦିର ପରିକ୍ରମା କରିପାରିବେ ସେହି ସୁବିଧା କରାଯାଇଛି। ପୂର୍ବରୁ ରାଜାମହାରାଜାମାନେ ଏହି ମନ୍ଦିରର ସୁରକ୍ଷା କରିଆସିଛନ୍ତି। ସେମାନେ ସବୁ ସ୍ମରଣୀୟ। ବର୍ତ୍ତମାନ ପୁରୀ ଆସୁଥିବା ଭକ୍ତମାନେ ଯେପରି ଦିବ୍ୟ ଅନୁଭବ ନେଇପାରିବେ ସେଥିପାଇଁ ଏହି ପ୍ରକଳ୍ପ କରାଯାଇଛି।

ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିପରି ଶ୍ରୀମନ୍ଦିର ସେବାୟତଙ୍କ ବିଶେଷ ସହଯୋଗ ପାଇଁ ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ ପ୍ରକଳ୍ପର ନିର୍ମାଣ ଶ୍ରମିକ, ସମସ୍ତ ସହଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।

NaveenPatnaik Shreemandir Parikrama Prakalap
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ମାଷ୍ଟରଷ୍ଟ୍ରୋକ୍!: ରାଫେଲ୍ ଦେବ ଫ୍ରାନ୍ସ, ବଦଳରେ ନେବ ପିନାକା

February 17, 2026

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ

February 17, 2026

ରବୀନ୍ଦ୍ର ମଣ୍ଡପ ଠାରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

February 17, 2026

2026 T20 ବିଶ୍ୱକପ: ଆଜି ସୁପର 8 ପାଇଁ ସ୍ଥାନ ସୁରକ୍ଷିତ କରିପାରନ୍ତି ଏହି ଦୁଇଟି ଦଳ

February 17, 2026
Latest News

ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ତାରିକ ରହମାନଙ୍କ ଶପଥ ଗ୍ରହଣ

February 17, 2026

ଭାରତର ମାଷ୍ଟରଷ୍ଟ୍ରୋକ୍!: ରାଫେଲ୍ ଦେବ ଫ୍ରାନ୍ସ, ବଦଳରେ ନେବ ପିନାକା

February 17, 2026

୨୦୨୬ ଟି-୨୦ ବିଶ୍ୱକପ୍‌: ପାକିସ୍ତାନ ମ୍ୟାଚ ହାରୁଥିବା ଦେଖି ଷ୍ଟାଡିୟମରୁ ଚାଲିଗଲେ ମୋହସିନ୍ ନକଭି

February 17, 2026

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ

February 17, 2026

ରବୀନ୍ଦ୍ର ମଣ୍ଡପ ଠାରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.