Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶ୍ରୀରାମ ଜନ୍ମଭୂମି ମନ୍ଦିର ପ୍ରତି ଉତ୍ସର୍ଗୀତ ଛଅଟି ସ୍ମାରକୀ ଡାକଟିକଟ ଉନ୍ମୋଚିତ
ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶ୍ରୀରାମ ଜନ୍ମଭୂମି ମନ୍ଦିର ପ୍ରତି ଉତ୍ସର୍ଗୀତ ଛଅଟି ସ୍ମାରକୀ ଡାକଟିକଟ ଉନ୍ମୋଚିତ

January 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀରାମ ଜନ୍ମଭୂମି ମନ୍ଦିରକୁ ଉତ୍ସର୍ଗ କରାଯାଇଥିବା ଛଅଟି ସ୍ୱତନ୍ତ୍ର ସ୍ମାରକୀ ଡାକଟିକଟର ଉନ୍ମୋଚନ କରିଛନ୍ତି। ଏଥିସହ ଶ୍ରୀ ମୋଦୀ ପ୍ରଭୁ ରାମଙ୍କ ଉପରେ ବିଶ୍ୱର ଅନ୍ୟାନ୍ୟ ଦେଶରେ ପୂର୍ବରୁ ଉନ୍ମୋଚିତ ଡାକିଟକଟ ଉପରେ ଆଧାରିତ ଏକ ଆଲବମ୍କୁ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଭାରତ ଓ ଭାରତ ବାହାରେ ରହୁଥିବା ସମସ୍ତ ରାମଭକ୍ତଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ସମସ୍ତେ ଜାଣନ୍ତି ଏହି ଡାକଟିକଟଗୁଡିକ ଲଫାପାରେ ଲଗାଯାଇ ଚିଠିପତ୍ର ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପଠାଇବା ପାଇଁ ବ୍ୟବହାର କରାଯାଏ। ତାହା ଆଉ ଏକ ଉଦ୍ଦେଶ୍ୟ ମଧ୍ୟ ସାଧନ କରିଥାଏ। ଡାକଟିକଟ ଭବିଷ୍ୟତ ପିଢି ନିମନ୍ତେ ଇତିହାସର ମାଧ୍ୟମଭାବେ ମଧ୍ୟ କାର୍ଯ୍ୟ କରିଥାଏ। ଆପଣ ଯେତେବେଳେ କାହାକୁ ଚିଠି ବା ଜିନିଷପତ୍ର ଡାକଟିକଟ ଲଗାଇ ପଠାଉଛନ୍ତି ତାଙ୍କୁ ଆପଣ ଇତିହାସର ଏକ ବସ୍ତୁ ପଠାଉଛନ୍ତି। ଏହି ଟିକଟ ଗୁଡିକ କେବଳ ଛୋଟ କାଗଜ ଟୁକୁଡା ନୁହେଁ, ବରଂ ଇତିହାସର ପୁସ୍ତକ, କଳାକୃତି ବା ଐତହାସିକ ସ୍ଥାନର କ୍ଷୁଦ୍ରାତିକ୍ଷୁଦ୍ର କଳାକୃତି ବା ଐତିହାସିକ ସ୍ଥାନର କ୍ଷୁଦ୍ରାତିକ୍ଷୁଦ୍ର ଆକୃତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସ୍ମାରକୀ ଡାକଟିକଟଗୁଡିକ ଆମର ଯୁବପିଢିକୁ ଭଗବାନ ରାମ ଓ ତାଙ୍କ ଜୀବନୀ ସମ୍ପର୍କରେ ତଥ୍ୟ ପ୍ରଦାନ କରିବ। ଭଗବାନ ରାମଙ୍କ ପ୍ରତି ଭକ୍ତି ଏକ କଳାତ୍ମକ ଢଙ୍ଗରେ ଏହି ଟିକଟଗୁଡିକରେ ଦର୍ଶାଯାଇଛି। ଏଥିରେ ଲୋକପ୍ରିୟ ପଦ୍ୟାଂଶ, ମଙ୍ଗଳଭବନ ଅମଙ୍ଗଳ ହାରୀ’ଦେଶର ବିକାଶ ପାଇଁ ଏକ ସଦିଚ୍ଛା ରହିଛି। ସୂର୍ଯ୍ୟବଂଶୀ ରାମଙ୍କ ପ୍ରତୀକ ସୂର୍ଯ୍ୟ, ସରଜୁନଦୀ ମନ୍ଦିରର ଆଭ୍ୟନ୍ତରୀଣ ଭାସ୍କର୍ଯ୍ୟର ଛବି ଏହି ଟିକଟରେ ରହିଛି । ସୂର୍ଯ୍ୟ ଦେଶକୁ ନୂତନ ଆଲୋକର ବାର୍ତ୍ତା ଦେଉଥିବାବେଳେ, ସରଜୁର ଛବି ଦେଶ ସବୁବେଳେ ଭଗବାନ ରାମଙ୍କ ଆଶୀର୍ବାଦ ଯୋଗୁ ଚଳଚଞ୍ଚଳ ରହିବ।

ଏହି ସ୍ମାରକୀ ଡାକଟିକଟ ପ୍ରକାଶନ ନିମନ୍ତେ ଡାକ ବିଭାଗକୁ ଯେଉଁ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ସହ ସଂଶ୍ଳିଷ୍ଟ ସାଧୁ ସନ୍ଥମାନେ ମାର୍ଗଦର୍ଶନ ଦେଉଛନ୍ତି, ସେମାନଙ୍କୁ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଭୁ ରାମ, ମାତା ସୀତା ଓ ରାମାୟଣର କଥାବସ୍ତୁ କୌଣସି ସମୟ, ସମାଜ ଓ ଜାତି ମଧ୍ୟରେ ସୀମାବଦ୍ଧ ନୁହେଁ ଓ ଏହା ପ୍ରତ୍ୟେକଙ୍କର ସହ ଯୋଡି ହୋଇ ରହିଛି। କଠିନ ପରିସ୍ଥିତିରେ ତ୍ୟାଗ, ପ୍ରେମ, ସଂହତି ଓ ଶୌର୍ଯ୍ୟର ଶିକ୍ଷା ଦେଉଥିବା ରାମାୟଣ ସମଗ୍ର ମାନବତାକୁ ସଂଯୋଗ କରିଥାଏ। ସେଥିପାଇଁ ରାମାୟଣ ସବୁବେଳେ ସାରା ବିଶ୍ୱର କେନ୍ଦ୍ରବିନ୍ଦୁ ହୋଇ ରହି ଆସିଛି। ଆଜି ଉନ୍ମୋଚିତ ଆଲବମ୍ରେ ପ୍ରଭୁ ରାମ, ମାତା ସୀତା ଓ ରାମାୟଣକୁ ସାରା ଜଗତ ଗର୍ବର ସହ କିପରି ଦେଖେ ତାହାର ସେଥିରେ ପ୍ରତିଫଳନ ହୋଇଛି।

ଖୁବ୍ ଶ୍ରଦ୍ଧାର ସହ ଆମେରିକା, ଅଷ୍ଟ୍ରେଲିଆ, କାମ୍ବୋଡିଆ, କାନାଡା, ଚେକ ସାଧାରଣତନ୍ତ୍ର, ଫିଜି, ଇଣ୍ଡୋନେସିଆ, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ଥାଇଲାଣ୍ଡ, ଗୁଏନା, ସିଙ୍ଗାପୁର କିପରି ଡାକଟିକଟ ପ୍ରକାଶନ କରିଛନ୍ତି ପ୍ରଧାନମନ୍ତ୍ରୀ ତାହାର ବର୍ଣ୍ଣନା କରିଥିଲେ। ନୂତନ ଭାବେ ଉନ୍ମୋଚିତ ଆଲବମ୍ରେ ପ୍ରଭୁ ଶ୍ରୀ ରାମ ଓ ମାତା ଜାନକୀଙ୍କୁ ନେଇ ଅନେକ ବର୍ଣ୍ଣନା ରହିଛି।

ଭଗବାନ ରାମ କିପରି ଭାରତ ବାହାରେ ମଧ୍ୟ ଏକାଧାରାରେ ମହାନ ତାଙ୍କୁ ଏଥିରୁ ଜଣାପଡିଥାଏ। ଏପରିକି ଆଧୁନିକ ଯୁଗର ଦେଶଗୁଡିକରେ ମଧ୍ୟ ପ୍ରଭୁ ରାମଙ୍କ ଚରିତ୍ରର ପ୍ରଶଂସା କରାଯାଇଥାଏ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହର୍ଷି ବାଲ୍ମିକୀଙ୍କ ଭଗବାନଙ୍କ ନିକଟରେ ପ୍ରାର୍ଥନା ଆଜି ମଧ୍ୟ ଅମର ହୋଇରହିଛି। ସେ କହିଛନ୍ତି

ଯାବତ୍ ସ୍ଥାସ୍ୟନ୍ତି ଗିରୟଃ ସରିତଶ୍ଚ ମହୀତଳେ,
ତାବତ୍ ରାମାୟଣ କଥା,
ଲୋକେଷୁ ପ୍ରଚରିସ୍ୟତି।

ଏହାର ଅର୍ଥ ହେଲା ଯେପର୍ଯ୍ୟନ୍ତ ପାହାଡ ପର୍ବତ ଓ ନଦନଦୀ ପୃଥିବୀରେ ରହିଥିବ, ସେପର୍ଯ୍ୟନ୍ତ ପ୍ରଭୁ ରାମଙ୍କ ବ୍ୟକ୍ତିତ୍ୱ ଜନମାନସରେ ରହିଥିବ।

narendra modi shree ram ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

May 23, 2026

ବଦଳିଲା ଓଟିଇଟି ତାରିଖ

May 22, 2026

୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସମା ଲାଗୁ

May 22, 2026

ନଗରପାଳଙ୍କ ଘର ଉପରକୁ ବୋମାମାଡ, ପୋଲିସ ତଦନ୍ତ ଜାରି

May 22, 2026
Latest News

ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

May 23, 2026

ବଦଳିଲା ଓଟିଇଟି ତାରିଖ

May 22, 2026

୬ ମାସ ପାଇଁ ଶକ୍ତି କ୍ଷେତ୍ରରେ ଏସମା ଲାଗୁ

May 22, 2026

ନଗରପାଳଙ୍କ ଘର ଉପରକୁ ବୋମାମାଡ, ପୋଲିସ ତଦନ୍ତ ଜାରି

May 22, 2026

ପୁରୁଣାଗଡ଼ରୁ ମିଳିଲା ଓଡ଼ିଶାର ହଜିଲା ସଭ୍ୟତାର ସନ୍ଧାନ

May 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.