Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟି-୨୦ ବିଶ୍ୱକପ ପାଇଁ ୪ ଭାରତୀୟ ବୋଲରଙ୍କୁ ମନୋନୀତ କଲେ ଜାହିର ଖାନ
ଜାତୀୟ ଖବର

ଟି-୨୦ ବିଶ୍ୱକପ ପାଇଁ ୪ ଭାରତୀୟ ବୋଲରଙ୍କୁ ମନୋନୀତ କଲେ ଜାହିର ଖାନ

January 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ ଆଗାମୀ ଟି -୨୦ ବିଶ୍ୱକପ ପାଇଁ ଚାରିଜଣ ଶ୍ରେଷ୍ଠ ଦ୍ରୁତ ବୋଲର ଚୟନ କରିଛନ୍ତି। ତେବେ ସେ ଯୁବ ଆବେଶ ଖାନ ଏବଂ ମୁକେଶ କୁମାରଙ୍କ ନାମ ନେଇ ନାହାଁନ୍ତି।

୨୦୨୪ ଟି -୨୦ ବିଶ୍ୱକପ ଜୁନ୍ ୧ ତାରିଖରୁ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା (ଯୁକ୍ତରାଷ୍ଟ୍ର) ରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ମନୋନୀତ ହୋଇନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ ଟି ଦଳ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ଵ ନେଇପାରନ୍ତି।

ଏହି ସମୟରେ, ପୂର୍ବତନ ଭାରତୀୟ ଭେଟେରାନ ଫାଷ୍ଟ ବୋଲର ଜାହିର ଖାନ ଆସନ୍ତା ଟି -୨୦ ବିଶ୍ୱକପ ପାଇଁ ଚାରିଜଣ ଶ୍ରେଷ୍ଠ ଦ୍ରୁତ ବୋଲରଙ୍କୁ ଚୟନ କରିଛନ୍ତି। ତେବେ ଗତ ସିରିଜରେ ଭାରତ ପାଇଁ ଖେଳିଥିବା ଦୁଇଜଣ ଯୁବ ବୋଲରଙ୍କ ନାମ ଜାହିର ରଖି ନାହାଁନ୍ତି।

ଜାହିର ବିଶ୍ୱାସ କରନ୍ତି ଯେ, ଟି -୨୦ ବିଶ୍ୱକପ ଦଳରେ ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜଙ୍କ ସ୍ଥାନ ନିଶ୍ଚିତ ହୋଇଛି। ଏଥିସହିତ ସେ ତାଙ୍କର ଚାରି ଦ୍ରୁତ ବୋଲରଙ୍କ ମଧ୍ୟରେ ଆବେଶ ଖାନ ଏବଂ ମୁକେଶ କୁମାରଙ୍କୁ ଅନ୍ତର୍ଭୁକ୍ତ କରିନାହାନ୍ତି।

ଏହା ବ୍ୟତୀତ ଜହିର ଖାନ ୨୦୨୩ ଦିନିକିଆ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ମହମ୍ମଦ ଶାମିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ମୋର ବିଶ୍ୱାସ ଅଛି ଯେ ଶାମି ବିଶ୍ୱକପ ଦଳର ଏକ ଅଂଶ ହେବେ ଏବଂ ସେ ଭାରତ ପାଇଁ ଏକ୍ସ ଫ୍ୟାକ୍ଟର ବୋଲି ମଧ୍ୟ ପ୍ରମାଣ କରିପାରନ୍ତି।

ବୁମରା, ସିରାଜ ଏବଂ ଶାମିଙ୍କ ବ୍ୟତୀତ ଜହିର ଖାନ ମଧ୍ୟ ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଅର୍ଶଦୀପ ସିଂଙ୍କୁ ଚୟନ କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ, ଏହି ଚାରି ଜଣ ଦ୍ରୁତ ବୋଲର ଆଗାମୀ ବିଶ୍ୱକପ୍‌ରେ ସ୍ଥାନ ପାଇବାକୁ ଯୋଗ୍ୟ।

ପ୍ରକାଶ ଯୋଗୟେ ଯେ, ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳ ଚୟନ କରିନାହିଁ। ତେବେ ଏହା ନିଶ୍ଚିତ ଯେ, ବିଶ୍ୱକପ ପାଇଁ ଭାରତୀୟ ଦଳରେ କେବଳ ତିନି ଜଣ ସ୍ପିନର ଏବଂ ତିନି ଜଣ ଦ୍ରୁତ ବୋଲରଙ୍କୁ ଚୟନ କରାଯିବ, କାରଣ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଜଣେ ଦ୍ରୁତ ବୋଲର ଭାବେ ଭୂମିକା ନିଭାଇପାରନ୍ତି।

america BCCI fast bowler india westindies ଜାହିର ଖାନ ଟି-20 ବିଶ୍ୱକପ ଦ୍ରୁତ ବୋଲର ଭାରତୀୟ ବୋଲର
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.