ରାଷ୍ଟ୍ରୀୟ ବିଜେପିର ଘୋଷଣା, ଓଡିଶା ପାଇଁ ଦୁଇଜଣ ନିର୍ବାଚନ ପ୍ରଭାରୀ, ବୈଜୟନ୍ତଙ୍କୁ ୟୁପି ଦାୟିତ୍ବ

Published: Jan 27, 2024, 7:04 pm IST
ଓଡିଶା ବିଜେପି

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀ ଆଜି ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନାମ ତାଲିକା ଘୋଷଣା କରିଛନ୍ତି।

ଓଡ଼ିଶା ପାଇଁ ଶ୍ରୀ ବିଜୟ ପାଲ ସିଂହ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇଥିବାବେଳେ ଶ୍ରୀମତୀ ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଦାୟିତ୍ୱ ଦେଇଛନ୍ତି। ଶ୍ରୀ ତୋମାର ଉତର ପ୍ରଦେଶରୁ ସାଂସଦ ଏବଂ ଶ୍ରୀମତୀ ଉସେଣ୍ଡି ଛତିଶଗଡରେ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି।

ଉଭୟ ରାଜ୍ୟରେ ବିଜେପି ସରକାର ଗଠନରେ ଶ୍ରୀ ତୋମାର ଓ ଶ୍ରୀମତୀ ଲତା ଉସେଣ୍ଡିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ୨ ଜଣଙ୍କ ରାଜନୈତିକ ଏବଂ ସାଂଗଠନିକ ଦକ୍ଷତା ଓଡିଶାରେ ବିଜେପି ସରକାର ଗଠନ କରିବାର ବେଶ୍ ସହାୟକ ହେବ। ଓଡିଶା ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଓ ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ସରକାର ଗଠନ ପାଇଁ ଏଭଳି ଦକ୍ଷ ନେତାଙ୍କୁ ଓଡ଼ିଶା ପାଇଁ ଚୟନ କରିଥିବାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଜୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହାସହ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ଶ୍ରୀ ସାମଲ ଦୃଢ଼କ୍ତି ପ୍ରକାଶ କରିଛନ୍ତି। ସେହିପରି ଓଡିଶାର ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

Related posts