Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆରମ୍ଭ ହେଲା ଏୟାର-କାର୍ଗୋ ଅପରେସନ୍‌
ଜାତୀୟ ଖବର

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆରମ୍ଭ ହେଲା ଏୟାର-କାର୍ଗୋ ଅପରେସନ୍‌

January 31, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆରମ୍ଭ ହେଲା ଏୟାର-କାର୍ଗୋ ଅପରେସନ୍‌

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଏୟାରକାର୍ଗୋ ବା ଅନ୍ତରାଷ୍ଟ୍ରୀୟ ଆମଦାନୀ-ରପ୍ତାନୀ ଅପରେସନ୍‌ର ଆଜି ଶୁଭାରମ୍ଭ ହୋଇଛି। ଏହାକୁ ଉଦ୍‌ଘାଟନ କରିଥିଲେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ। ଏହି ଅବସରରେ ଶ୍ରୀ ଦେବ କହିଥିଲେ ଯେ ରାଜ୍ୟର ବାଣିଜ୍ୟ କ୍ଷେତ୍ରରେ ଆଜି ଏକ ସ୍ମରଣୀୟ ମୁହୂର୍ତ୍ତ।

ଆମର ରପ୍ତାନୀକାରୀ ଓ ଆମଦାନୀକାରୀ ସଂସ୍ଥାମାନେ ଦୀର୍ଘଦିନ ହେଲା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଦେଶକୁ ରପ୍ତାନୀ ଓ ବିଦେଶରୁ ଆମଦାନୀ ପାଇଁ ସେମାନେ ଭାଇଜାକ୍‌, ଚେନ୍ନାଇ, ବିଶାଖାପାଟଣା ଓ କୋଲକାତା ଏୟାରପୋର୍ଟ ଉପରେ ନିର୍ଭର କରୁଥିଲେ। ଅନେକ ସମୟରେ ବାଣିଜି୍ୟକ ଫି ଦେବା ସହ କୌଣସି କାରଣବଶତଃ ଦିନ ଦିନ ଧରି ମାଲ୍‌ ପରିବହନ ହୋଇପାରୁନଥିଲା।

ଭୁବନେଶ୍ୱର ଏୟାରପୋର୍ଟରୁ ସିଧାସଳଖ ଏବେ ରପ୍ତାନୀ-ଆମଦାନୀରେ ଏସବୁ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଯଦି ବା କୌଣଦି କାରଣବଶତଃ ବିଳମ୍ବ ହୁଏ ତେବେ ଖୁବ୍‌ କମ୍‌ ଦିନ ମଧ୍ୟରେ ଏହାର ସମାଧାନ ସମ୍ଭବ ହୋଇପାରିବ। ଏହି ଅବସରରେ ଶ୍ରୀ ଦେବ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାରେ ରପ୍ତାନୀ ଉତ୍ପାଦର ଯଥେଷ୍ଟ ସମ୍ଭାବନା ରହିଛି।

କେବେଳ କାଜୁ କାହିଁକି, ଧାତବ, ପଦାର୍ଥ, ହସ୍ତତନ୍ତ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟ, ଉଦ୍ୟାନ କୃଷିଜାତ ଦ୍ରବ୍ୟ, ସାମୁଦି୍ରକ ଦ୍ରବ୍ୟ, ଫାର୍ମାସୁ୍ୟଟିକାଲ ଆଦି ବିଭିନ୍ନ ଦ୍ରବ୍ୟର ରପ୍ତାନୀର ମଧ୍ୟ ସୁବିଧା ହେବ। ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଏହି ଅନ୍ତରାଷ୍ଟ୍ରୀୟ ରପ୍ତାନୀ-ଆମଦାନୀ ସେବା ଆରମ୍ଭ କରାଯାଇଛି। ସିଙ୍ଗାପୁର, ବ୍ୟାଙ୍କକ୍‌ ଓ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ସଂଯୋଗ କରାଯାଇଛି।

କେବଳ ଆଧୁନିକ ସମୟରେ ନୁହେଁ ପରନ୍ତୁ ବହୁପୂର୍ବେ ଓଡ଼ିଶା ସାମୁଦି୍ରକ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ସୁନାମ ଅର୍ଜନ କରିଆସିଛି। ଆମଦାନୀ-ରପ୍ତାନୀକୁ ବିଚାରକୁ ନିଆଗଲେ ପ୍ରତିବର୍ଷ ଓଡ଼ିଶା ୧୫ରୁ ୭୦ ହଜାର କୋଟି ଟଙ୍କାର ସମୁଦ୍ରଜାତ ଦ୍ରବ୍ୟ ଓ ହସ୍ତତନ୍ତ ରପ୍ତାନୀ କରୁଛି।

ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଲେ ଯେ ଭୁବନେଶ୍ୱର ଏୟାରପୋର୍ଟରୁ ସିଧାସଳଖ କାର୍ଗୋ ସେବା ଓଡ଼ିଶାର ଆମଦାନୀ-ରପ୍ତାନୀ କ୍ଷେତ୍ରରେ ଏକ ଐତିହାସିକ ଦିବସ। ଆସନ୍ତା ଦିନମାନଙ୍କରେ ଏହା ବିଭିନ୍ନ ଲକ୍ଷ୍ୟସ୍ଥଳୀ ଯଥା ଏସିଆ, ୟୁରୋପ, ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ରପ୍ତାନୀ କରିବ।

କରୋନା ସତ୍ତେ୍ୱ ଓଡ଼ିଶାରେ ୫୬ ପ୍ରତିଶତ ଏୟାରକାର୍ଗୋରେ ପରିବହନ ଜାରି ରହିଛି ବୋଲି ସେ କହିଥିଲେ। ଏଥି ପାଇଁ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ, କଷ୍ଟମ୍‌ ବିଭାଗ, ଏଏଆଇକ୍ଲାସ୍‌, ଆପେଡ଼ା, ଏମ୍‌ପେଡ଼ା, ପ୍ଲାଣ୍ଟ କ୍ୱାରାଣ୍ଟାଇନ୍‌, ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ, ଇଆଏ, ଉଦ୍ୟୋଗୀ, ରପ୍ତାନୀକାରୀ ସମସ୍ତଙ୍କର ଅବଦାନ ରହିଛି ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କାର୍ଗୋ ଅପରେସନ୍‌ ଉତ୍ସବରେ ଯୋଗଦେଇ କହିଥିଲେ ଯେ ଆଜିର ଦିନଟି ପ୍ରତୀକାତ୍ମକ ହେଲେ ମଧ୍ୟ ଓଡ଼ିଶାରୁ ରପ୍ତାନୀଯୋଗ୍ୟ ଓ ଓଡ଼ିଶାକୁ ଆମଦାନୀ ପାଇଁ ଏହି ପ୍ରକ୍ରିୟାର ପ୍ରଚୁର ସମ୍ଭାବନା ରହିଛି। ଓଡ଼ିଶା ସରକାରଙ୍କ ଅନ୍ତର୍ଜାତୀୟ ଯୋଗାଯୋଗ ଏକ ଯୁଗାନ୍ତକାରୀ ପଦକ୍ଷେପ।

ଇଣ୍ଡିଗୋର ବିଶ୍ୱସାରା ସଂଯୋଗୀକରଣ ରହିଛି। ଏୟାରକାର୍ଗୋ ସେଥି ମଧ୍ୟରୁ ଅନ୍ୟତମ। ଇଣ୍ଡିଗୋ ଏୟାରକାର୍ଗୋ ପ୍ରତିଦିନ ୨୧୦ ଟନ୍‌ ଓଜନ ପରିବହନ କ୍ଷମତା ରଖେ । ତେଣୁ ଆମ ରାଜ୍ୟରୁ ଅନ୍ତତଃ ପକ୍ଷେ ୩୦ ପ୍ରତିଶତ କାର୍ଗୋ ମାଧ୍ୟମରେ ପରିବହନ ହେବା ଉଚିତ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ମାଧବ ଚନ୍ଦ୍ର ମିଶ୍ର, କଷ୍ଟମ କମିଶନର ଓ ଇଣ୍ଡିଗୋର ସିନିଅର ମ୍ୟାନେଜର (କାର୍ଗୋ ଅପରେସନ୍‌) ନିଜ ନିଜ ବକ୍ତବ୍ୟ ରଖି କହିଲେ ଯେ ଭୁବନେଶ୍ୱର କାର୍ଗୋ ଅପରେସନ୍‌କୁ କେବଳ ପୂର୍ବଭାରତରେ ସୀମିତ ନରଖି ଏହାକୁ ସାରା ଦେଶ ଓ ବିଶ୍ୱ ସମ୍ମୁଖରେ ପରିଚିତ କରାଇବାକୁ ହେବ।

ଆଜିର ଶୁଭାରମ୍ଭରେ ୧୦୦ କେଜି କାଜୁ ଦୁବାଇ ଓ ଜିନ୍ଦଲ ଷ୍ଟିଲ୍‌ ଯାହା ପ୍ରତ୍ୟେକ ଦିନ କଲିକତା ଏୟାରପୋର୍ଟ ମାଧ୍ୟମରେ ବ୍ୟବସାୟ କରିଆସୁଥିଲେ, ଏହାର ୨୮ କୋଜି ଉତ୍ପାଦ ସ୍ୱିଡେନ୍‌କୁ ପଠାଯାଇଛି।

Bhubaneswar Airport cargoairservice
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026
Latest News

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.