Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସିଲା ରାଜ୍ୟ ନିର୍ବାଚନକୁ ନେଇ ‘ଟାଇମ୍ସ ନାଓ’ ସର୍ଭେ ରିପୋର୍ଟ, ଓଡିଶାରେ କେବଳ ନବୀନ
ଜାତୀୟ ଖବର

ଆସିଲା ରାଜ୍ୟ ନିର୍ବାଚନକୁ ନେଇ ‘ଟାଇମ୍ସ ନାଓ’ ସର୍ଭେ ରିପୋର୍ଟ, ଓଡିଶାରେ କେବଳ ନବୀନ

February 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସିଲା ରାଜ୍ୟ ନିର୍ବାଚନକୁ ନେଇ 'ଟାଇମ୍ସ ନାଓ' ସର୍ଭେ ରିପୋର୍ଟ, ଓଡିଶାରେ କେବଳ ନବୀନ

ନୂଆଦିଲ୍ଲୀ: ଜାତୀୟ ଗଣମାଧ୍ୟମର ଟାଇମ୍ସ ନାଓ ର ନିର୍ବାଚନକୁ ନେଇ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓଡିଶାରେ ନବୀନ ପଟ୍ଟନାୟକ ପୂର୍ବପରି ଲୋକପ୍ରିୟତା ବଜାଇ ରଖିଛନ୍ତି।ମୁଖ୍ୟତଃ ରାଜ୍ୟରେ ଜନହିତକର ଯୋଜନା ସହିତ ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ତାଙ୍କର ଲୋକପ୍ରିୟତାକୁ ବଜାଇ ରଖିଛି।

ନବୀନ ସରକାର ଉପରେ କେତେ ସନ୍ତୁଷ୍ଠ ?

ସର୍ଭେରେ ପଚାରାଯାଇଥିଲା ଯେ, ନବୀନ ପଟ୍ଟନାୟକଙ୍କ ଶାସନକୁ ନେଇ କେତେ ସନ୍ତୁଷ୍ଠ ଅଛନ୍ତି। ଏଥିରେ ୫୪ ପ୍ରତିଶତ ଲୋକ ସନ୍ତୁଷ୍ଠ ବୋଲି ମତ ଦେଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୨୪ ପ୍ରତିଶତ ଲୋକେ ବହୁ ମାତ୍ରାରେ ନବୀନ ଶାସନରେ ସନ୍ତୁଷ୍ଠ ବୋଲି କହିଛନ୍ତି। ସେହିପରି ୩୧ ପ୍ରତିଶତ ଲୋକେ ସନ୍ତୁଷ୍ଠ ବୋଲି କହିଛନ୍ତି। ତେବେ ଏହି ସର୍ଭେ ରିପୋର୍ଟରେ ୪୩ ଲୋକେ ଅସନ୍ତୁଷ୍ଠ ବୋଲି ମତ ଦେଇଛନ୍ତି। ଆଉ ୨ ପ୍ରତିଶତ ଏହା ଉପରେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି।

ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେବ କି?

ସେହିପରି ବିଜେଡି ବିଜେପି ଭିତରେ ମେଣ୍ଟ ହେବ କି ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତର ଆସିଛି ନା। ଅର୍ଥାତ ବିଜେପି ବିଜେଡି ମଧ୍ୟରେ ମେଣ୍ଟ ହେବାର କିଛି କାରଣ ନାହିଁ ବୋଲି ୪୬ ପ୍ରତିଶତ ଲୋକେ ମତ ରଖିଛନ୍ତି। ସେହିପରି ୩୪ ପ୍ରତିଶତ ଲୋକେ ନିଶ୍ଚିତ ହେବ ବୋଲି କହିଛନ୍ତି। ୧୪ ପ୍ରତିଶତ ଲୋକେ କହିଛନ୍ତି ବର୍ତ୍ତମାନ କହିବା କଷ୍ଟକର ବ୍ୟାପାର। ସେମାନଙ୍କ ମଧ୍ୟରୁ ୬ ପ୍ରତିଶତ ଲୋକେ କିଚି କହିପାରିବେ ନାହିଁ ବୋଲି ମତ ଦେଇଛନ୍ତି।

ଓଡିଶାରେ ବିରୋଧୀ ଦଳ ଭାବେ ବିଜେପି ଠିକ କାମ କରୁଛି କି ?

ସେହିପରି ଓଡିଶାରେ ବିଜେପି ବିରୋଧ ଦଳ ଭାବେ ଠିକରେ କାମ କରୁଛି କି ବୋଲି ପ୍ରଶ୍ନ କରାଯାଇଥିଲା। ସେଥିରେ ୪୪ ପ୍ରତିଶତ ଲୋକେ ସନ୍ତୁଷ୍ଠ ଅଛନ୍ତି ବୋଲି କହିଛନ୍ତି। ସେହିପରି ୩୧ ପ୍ରତିଶତ କିଛି ମାତ୍ରାରେ ସନ୍ତୁଷ୍ଠ ଏବଂ ୨୨ ପ୍ରତିଶତ ଭଲ ପ୍ରଦର୍ଶନ ନାହିଁ ବୋଲି ମତ ଦେଇଛନ୍ତି। ୩ ପ୍ରତିଶତ ଲୋକେ କିଛି କହିପାରି ନ ଥିଲେ।

ଏଥର ଲୋକସଭା ନିର୍ବାଚନରେ କେଉଁ ଦଳ କେତେ ଆସନ ପାଇବ?

ତେବେ ଲୋକସଭାରେ କିଏ କେତେ ଆସନ ପାଇବ ବୋଲି ଏହି ସର୍ଭେ କରାଯାଇଥିଲା। ଏଥିରେ ବିଜେପି ମୋଟ ୧୧ ଟି ଆସନ ପାଇବ ବୋଲି ରିପୋର୍ଟ ଆସିଛି। ସେହିପରି ବିଜେଡି ମୋଟ ୯ଟି ଆସନ ପାଇବ। କଂଗ୍ରେସ ପୂର୍ବପରି ଗୋଟିଏ ଆସନ ପାଇବ ବୋଲି ଏହି ସର୍ଭେରେ କୁହାଯାଇଛି।

Election2024 ଟାଇମ୍ସ ନାଓ ନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ଆଜି ସେପ୍ଟେମ୍ବର ୨୫ ତାରିଖରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

September 25, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026
Latest News

ଦିବ୍ରୁଗଡ଼ ସ୍ଥିତ ଆଇସିଏମଆର-ଏନଆଇଏଚଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 25, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ଆଜି ସେପ୍ଟେମ୍ବର ୨୫ ତାରିଖରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

September 25, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.