Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋରାପୁଟ ଗୁପ୍ତେଶ୍ଵର ଜଙ୍ଗଲକୁ ଜୈବବିବିଧ ଐତିହ୍ୟସ୍ଥଳୀ ଭାବେ ଘୋଷଣା, ହେଲେ କାହିଁକି ?
ଜାତୀୟ ଖବର

କୋରାପୁଟ ଗୁପ୍ତେଶ୍ଵର ଜଙ୍ଗଲକୁ ଜୈବବିବିଧ ଐତିହ୍ୟସ୍ଥଳୀ ଭାବେ ଘୋଷଣା, ହେଲେ କାହିଁକି ?

February 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Gupteswar
କୋରାପୁଟ ଗୁପ୍ତେଶ୍ଵର ଜଙ୍ଗଲକୁ ଜୈବବିବିଧ ଐତିହ୍ୟସ୍ଥଳୀ ଭାବେ ଘୋଷଣା, ହେଲେ କାହିଁକି ?

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ଜୟପୁର ବନଖଣ୍ଡରେ ଥିବା ପବିତ୍ର ଗୁପ୍ତେଶ୍ଵର ଜଙ୍ଗଲକୁ ରାଜ୍ୟ ସରକାର ଜୈବବିବିଧ ଐତିହ୍ୟସ୍ଥଳୀ ରୂପେ ଘୋଷଣା କରିଛନ୍ତି । ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏ ବାବଦରେ ବିଧିବଦ୍ଧ ବିଜ୍ଞାପ୍ତି ଜାରି କରାଯାଇଛି।

ସୂଚନାଯୋଗ୍ୟ, ଏହି ଜୈବବିବିଧତା ପୂର୍ଣ୍ଣ ଜଙ୍ଗଲଟି ୩୫୦ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ଏଠାରେ ଆଦିମ ଜନଜାତି ମାନଙ୍କର ପାରମ୍ପରିକ ପୂଜାସ୍ଥଳୀ ଓ ଶିବ ମନ୍ଦିର ରହିଛି। ଓଡ଼ିଶା ଜୈବବିବିଧତା ବୋର୍ଡ ଦ୍ଵାରା କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଏହି ଅଞ୍ଚଳରେ ଅତି କମରେ ୬୦୮ ପ୍ରଜାତିର ବନ୍ୟଜନ୍ତୁ ଅଛନ୍ତି ।

ଏମାନଙ୍କ ମଧ୍ୟରେ ୨୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ , ୧୮୮ ପ୍ରଜାତିର ପକ୍ଷୀ, ୧୮ ପ୍ରଜାତିର ଉଭୟଚର ପ୍ରାଣୀ, ୪୫ ପ୍ରଜାତିର ମାଛ, ୧୪୧ ପ୍ରଜାତିର ପ୍ରଜାପତି, ୪୩ ପ୍ରଜାତିର କୀଟ, ୪୧ କଳି ପ୍ରଜାତି, ୩୦ ପ୍ରଜାତିର ବୁଢିଆଣୀ, ୬ ପ୍ରଜାତିର କଙ୍କଡା ବିଛା ଏବଂ ୨୦ ବିଭିନ୍ନ ଅମେରୁଦଣ୍ତୀ ପ୍ରାଣୀ ଅନ୍ତର୍ଭୁକ୍ତ । ଏଠାରେ ମଧ୍ୟ ବଉଳା କୁମ୍ଭୀର, ଏକକ ପ୍ରଜାତିର ବେଙ୍ଗ ଓ ପାହାଡିଆ ଝିଟିପିଟି ଦେଖାଯାନ୍ତି।

ଏହା ବ୍ୟତୀତ, ଗୁପ୍ତେଶ୍ଵର ଜଙ୍ଗଲରେ କଳା ବାଜପକ୍ଷୀ, ମାଲବାର ଟ୍ରୋଗନ, ପାହାଡିଆ ବଣି , ଧଳା ପେଟ ବିଶିଷ୍ଟ କାଠହଣ। ପକ୍ଷୀ, ଏକ ଭିନ୍ନ ପ୍ରଜାତିର କୋଇଲି ଆଦି ପକ୍ଷୀଙ୍କର ସନ୍ଧାନ ମିଳିଛି। ଦକ୍ଷିଣ ଓଡିଶାରେ ଦେଖାଯାଉଥିବା ୧୬ ଟି ଚେମେଣି ପ୍ରଜାତି ମଧ୍ୟରୁ ୮ଟି ପ୍ରଜାତି ଗୁପ୍ତେଶ୍ଵରର ରହସ୍ୟମୟ ନୂନପଥର ଗୁମ୍ଫାମାନଙ୍କରେ ଥାଆନ୍ତି। ସେଥୁମଧ୍ୟରୁ ୨ ଟି ଚେମେଣି ପ୍ରଜାତି ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ ତଥ୍ୟ ଅନୁଯାୟୀ ବିଲୁପ୍ତ ପ୍ରାୟ ପ୍ରଜାତିରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ଏହି ଜଙ୍ଗଲରେ ମଧ୍ୟ ଉଭିଦମାନଙ୍କର ଏକ ସମୃଦ୍ଧ ବିବିଧତା ରହିଛି । ୧୮୨ ପ୍ରଜାତିର ବୃକ୍ଷ, ୭୬ ପ୍ରଜାତିର ଗୁଳ୍ମ , ୧୭୭ ତୃଣ ଜାତୀୟ ଉଭିଦ, ୬୯ ପ୍ରଜାତିର ଲତା, ୧୪ ଅର୍କିଡ ପ୍ରଜାତିର ବୃକ୍ଷରାଜି ସହ ବିଲୁପ୍ତ ପ୍ରାୟ ପ୍ରଜାତିର ଗଛ ଯଥା ଫଣଫଣା, ପାତାଳଗରୁଡ, ଗୁରୁଡୁ, ବରୁଣ, ପ୍ରଶାରୁଣୀ, ପାଣିକୁମୁମ , ଗାଇଗୁଟିଆ , ମୟୁରଲେଣ୍ଡୀ ଆଦି ରହିଛି। ଏହା ବ୍ୟତୀତ ଚାଷ ଓ ଶିଳ୍ପ ଉପଯୋଗୀ ଗୁରୁତ୍ଵପୂର୍ଣ୍ଣ ଜଙ୍ଗଲଜାତୀୟ ଅଦା ଓ ହଳଦୀ ପ୍ରଜାତିର ଅଣୁଜୀବ ମଧ୍ୟ ଏହି ଜଙ୍ଗଲ ପରିସଂସ୍ଥାନରେ ଅଛନ୍ତି।

ହଳଦୀ କୁଣ୍ଡ (ଗୁପ୍ତେଶ୍ଵର ) ଜୈବବିବିଧତା ପରିଚାଳନା ସମିତି , ଜଯପୁର ବନଖଣ୍ତ ଏବଂ ଏମ. ଏସ. ସ୍ଵାମୀନାଥନ ରିସର୍ଟ ଫାଉଣ୍ଡେସନ ପକ୍ଷରୁ ଗୁପ୍ତେଶ୍ଵରକୁ ଜୈବବିବିଧତା ଐତିହ୍ୟସ୍ଥଳୀ ରୂପେ ଘୋଷଣା କରିବାକୁ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରକୃତିପ୍ରେମୀ ଓ ବୁଦ୍ଧିଜୀବୀ ମାନେ ସ୍ଵାଗତ କରି ଏହା ଦ୍ଵାରା ଜୈବବିବିଧତା ସଂରକ୍ଷଣ ହେବ ଏବଂ ସ୍ଥାନୀୟ ଅଧିବାସୀମାନଙ୍କ ପାଇଁ ନୂଆ ଜୀବିକା ମାଧ୍ୟମ ଖୋଲିବ ବୋଲି ମତ ଦେଇଛନ୍ତି।

ଓଡିଶା ଜୈବବିବିଧତା ବୋର୍ଡର ଅଧକ୍ଷ୍ୟା ଡ.ମୀତା ବିଶ୍ଵାଳ ଓ ସଦସ୍ୟ ସଚିବ ଡ.ନିହାର ରଞ୍ଜନ ନାୟକ ବୋର୍ଡ ର ଗବେଷକ, ବୈଜ୍ଞାନିକ ଏବଂ ହଳଦୀ କୁଣ୍ଡ ଜୈବବିବିଧତା ପରିଚାଳନା ସମିତିକୁ ଅଭିନନ୍ଦନ ଜଣାଇଛନ୍ତି।

ଗୁପ୍ତେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.