Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେପି ନେତାଙ୍କୁ ଗୁପ୍ତ ନିର୍ଦ୍ଦେଶ, କିଏ କେଉଁଠି କେବେ ବି ନବୀନ କିମ୍ବା ବିଜେଡିକୁ ଧନ୍ୟବାଦ ଦେବ ନାହିଁ
ଜାତୀୟ ଖବର

ବିଜେପି ନେତାଙ୍କୁ ଗୁପ୍ତ ନିର୍ଦ୍ଦେଶ, କିଏ କେଉଁଠି କେବେ ବି ନବୀନ କିମ୍ବା ବିଜେଡିକୁ ଧନ୍ୟବାଦ ଦେବ ନାହିଁ

February 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ASHWINI
ବିଜେପି ନେତାଙ୍କୁ ଗୁପ୍ତ ନିର୍ଦ୍ଦେଶ, କିଏ କେଉଁଠି କେବେ ବି ନବୀନ କିମ୍ବା ବିଜେଡିକୁ ଧନ୍ୟବାଦ ଦେବ ନାହିଁ

ଭୁବନେଶ୍ବର: ଗତ ତିନିଦିନ ଧରି ରାଜ୍ୟ ବିଜେପି ନେତାଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ତାହା ହେଲା କୌଣସି ନେତା କେଉଁଠାରେ ମଧ୍ୟ ବିଜେଡି କିମ୍ବା ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବେ ନାହିଁ। ବିଶେଷ କରି ଗଣମାଧ୍ୟମକୁ ସମ୍ମୁଖୀନ ହେଉଥିବା ନେତାଙ୍କୁ ଏହି ତାଗିଦ ଜୋର କରାଯାଇଛି।

ଏଥିରେ କୁହାଯାଇଛି ଯେ, ଅଶ୍ବିନୀ ବୈଷ୍ଣବ, ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯିବେ। ହେଲେ ଏହି ସମର୍ଥନ ନେଇ କେହି ନବୀନ କିମ୍ବ ବିଜେଡିକୁ ଧନ୍ୟବାଦ ଦେବେ ନାହିଁ। ତେବେ ଏହାର କୌଣସି କାରଣ ନ ଥିଲେ ମଧ୍ୟ ବିଜେପି ବର୍ତ୍ତମାନ ଯେପରି କ୍ଷତିର ସମ୍ମୁଖୀନ ହୋଇଛି ଆଉ ଅଧିକା ନ ହେଉ ସେଥିପାଇଁ ଏପରି ତାଗିଦ କରାଯାଇଛି।

ଅଶ୍ବିନୀ ମଙ୍ଗଳବାର ଦିନ ଭୁବନେଶ୍ବରରେ ପହଞ୍ଚିବା ପରେ ସେ ବିମାନ ବନ୍ଦରରେ ଗଣମାଧ୍ୟମକୁ ସାକ୍ଷାତ କରିଥିଲେ। ସେ ବିଜେଡି ସମର୍ଥନ ବିଷୟରେ କିଛି କହି ନ ଥିଲେ। ହେଲେ ସେ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ। ଏହାପରେ ସେ ରାଜ୍ୟ କାର୍ଯ୍ୟାଳୟକୁ ଆସିବା ପରେ ସବୁ ବିଧାୟକ ଏବଂ ନେତାଙ୍କୁ ମଧ୍ୟ ତାଗିଦ କରିଥିଲେ। କେହି ନବୀନ କିମ୍ବ ବିଜେଡିକୁ ଧନ୍ୟବାଦ ଦେବେ ନାହିଁ।

ବିଜେପି ଭଲ ଭାବରେ ଜାଣିଛି ଯେ, ରାଜ୍ୟସଭାରେ ଜିତିବା ପାଇଁ ସେମାନଙ୍କର ସଂଖ୍ୟା ନାହିଁ। ତଥାପି ଜଣେ ପ୍ରାର୍ଥୀଙ୍କୁ ଛିଡା କରାଇଲେ। ସେପଟେ ବିଜେଡି ମଧ୍ୟ ରାଜ୍ୟର ସ୍ବାର୍ଥ ପାଇଁ ଅଶ୍ବିନୀଙ୍କୁ ସମର୍ଥନ ଘୋଷଣା କଲା। ହେଲେ ସୌଜନ୍ୟତା ଦୃଷ୍ଟିରୁ ନା ଅଶ୍ବିନୀ ନା କୌଣସି ବିଜେପି ନେତା ଧନ୍ୟବାଦ ଦେବା ପାଇଁ ମଧ୍ୟ ସଙ୍କୋଚବୋଧ କଲେ।

ତେବେ ଏଥର ନୁହେଁ, ଗତଥର ମଧ୍ୟ ଅଶ୍ବିନୀଙ୍କୁ ବିଜେଡି ସମର୍ଥନ କରିଥିଲା। ଯାହାଫଳରେ ସେ ରାଜ୍ୟସଭାକୁ ଯାଇ ଏକ ପାୱାରଫୁଲ ମନ୍ତ୍ରୀ ହୋଇପାରିଲେ। ଆଶ୍ଚର୍ଯ୍ୟର କଥା ସେତେବେଳେ ମଧ୍ୟ ଅଶ୍ବିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡିକୁ ଧନ୍ୟବାଦଟିଏ ଦେଇ ନ ଥିଲେ। ସେତେବେଳେ ମଧ୍ୟ ଏହାକୁ ନେଇ ବେଶ ସମାଲୋଚନା କରାଯାଇଥିଲା।

ଧନ୍ୟବାଦ ଦୂରେ ଥାଉ ଅଶ୍ବିନୀ ବୈଷ୍ଣବ ଯେତେବେଳେ ଉପନିର୍ବାଚନ ପ୍ରଚାରରେ ଓଡିଶା ଆସିଲେ ସେତେବେଳେ ସେ ନବୀନଙ୍କ ଏହି ସମର୍ଥନ ବା ସହଯୋଗକୁ ସଂପୂର୍ଣ୍ଣ ଭୂଲିଗଲେ। ସେ ବିଭିନ୍ନ ନିର୍ବାଚନୀ ସଭାରେ ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲେ। ସେତେବେଳେ ମଧ୍ୟ ସେ ଭୁଲିଗଲେ ଯେ, ଆଜି କାହାର ସମର୍ଥନରେ ସେ ମନ୍ତ୍ରୀ ହୋଇଛନ୍ତି।

rajyasabha ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026
Latest News

ଆପଣଙ୍କ ଶରୀରରେ ଆଇରନ ପରିମାଣ କମ୍ ଅଛି କି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ

April 21, 2026

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026

ଆଜି ମଙ୍ଗଳବାର ଏପ୍ରିଲ ୨୧ ତାରିଖ କିପରି ରହିବ ଦିନଟି, ଜାଣନ୍ତୁ ନିଜର ରାଶିଫଳ

April 21, 2026

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.