Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ତିନୋଟି ଲୋକସଭା କ୍ଷେତ୍ରରେ ପ୍ରଚାର ସାରି ଫେରିଲେ ରାଜନାଥ ସିଂ, ହେଲେ ନବୀନଙ୍କ ବିରୋଧରେ ଚୁପ୍
ଜାତୀୟ ଖବର

ତିନୋଟି ଲୋକସଭା କ୍ଷେତ୍ରରେ ପ୍ରଚାର ସାରି ଫେରିଲେ ରାଜନାଥ ସିଂ, ହେଲେ ନବୀନଙ୍କ ବିରୋଧରେ ଚୁପ୍

February 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
rajnathsingh
ତିନୋଟି ଲୋକସଭା କ୍ଷେତ୍ରରେ ପ୍ରଚାର ସାରି ଫେରିଲେ ରାଜନାଥ ସିଂ, ହେଲେ ନବୀନଙ୍କ ବିରୋଧରେ ଚୁପ୍

ଭୁବନେଶ୍ବର: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡିଶାର ତିନୋଟି ଲୋକସଭା କ୍ଷେତ୍ରରେ ପ୍ରଚାର କରି ନୂଆଦିଲ୍ଲୀ ଫେରିଯାଇଛନ୍ତି। ସେ ନବରଙ୍ଗପୁର, ବ୍ରହ୍ମପୁର ଓ ମୟୁରଭଞ୍ଜ ରେ ଜନସମାବେଶକୁ ଉଦବୋଧନ ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ବିଜେପି ଶିବିର ବେଶ ଉତ୍ସାହିତ ହୋଇପଡିଛି।

ହେଲେ ଦୁଃଖର କଥା ରାଜନାଥ କୌଣସି ସଭାରେ ନବୀନ ପଟ୍ଟନାୟକଙ୍କୁ ବିରୋଧ କିଛି କହିଲେ ନାହିଁ। ଏପରିକି ରାଜ୍ୟର ବିଜେଡି ସରକାରକୁ ମଧ୍ୟ ସମାଲୋଚନା କଲେ ନାହିଁ। କେବଳ ଏତିକି କହିଲେ ଯେ, ଓଡିଶାରେ ଡବଲ ଇଂଜିନି ସରକାର ହେବ। ଓଡିଶାର ବିକାଶ ହେବ। ହେଲେ ରାଜ୍ୟ ବିଜେପି ନେତା ଯେଉଁ ଆଶା ବାନ୍ଧି ବସିଥିଲେ ତାହା ଫସର ଫାଟିଗଲା।

ରାଜନାଥ ସବୁ ସଭାରେ କେବଳ ମୋଦି ସରକାର କଣ କରିଛନ୍ତି ତାହାର ହିସାବ ଲୋକଙ୍କ ଆଗରେ ଉପସ୍ଥାପିତ କଲେ। ମୋଦି ଗ୍ୟାରେଣ୍ଟି ଆଜି କିପରି ଘରେ ଘରେ ପହଞ୍ଚି ପାରିଛି ତାହାର ବର୍ଣ୍ଣନା କରିଥିଲେ। ମୋଦିଙ୍କ ଶାସନ କାଳରେ ସାରା ବିଶ୍ବରେ ଭାରତ କିପରି ଭଲ ସ୍ଥିତିକୁ ଆସି ପାରିଛି ତାହା ଲୋକଙ୍କୁ କହିଥିଲେ। ପୁଣି ଥରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ସେ ଜନସାମଗମକୁ ଆହ୍ବାନ ଦେଇଥିଲେ।

ତେବେ ଏହି ସଭାରେ ସ୍ଥାନୀୟ ନେତାମାନେ ନବୀନ ସରକାରଙ୍କୁ ଗାଳି କରିଥିଲେ। ରାଜନାଥ ଓଡିଆ ଜାଣି ପାରୁ ନ ଥିବାରୁ ବହୁ ନେତା ତାଙ୍କ ହୃଦୟରେ ଥିବା ରାଗକୁ ପ୍ରକାଶ କରିଥିଲେ। ସଭାପତି ମନମୋହନ ସାମଲ, ଅପରାଜିତା ଷଡଙ୍ଗୀଙ୍କ ପରି ବହୁ ନେତା ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରକାଶ କରିଥିଲେ। ଏହାକୁ ନେଇ ଲୋକେ ଉତ୍ସାହିତ ହୋଇଥିଲେ ସତ ହେଲେ ରାଜନାଥ ପଦେ ନ କହିବା ସେମାନଙ୍କୁ ନିରୁତ୍ସାହ କରିଥିଲା।

ପୂର୍ବରୁ ସମ୍ବଲପୁର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ଏକ ସରକାରୀ ସଭା ସହ ଦଳୀୟ ସଭା କରାଯାଇଥିଲା। ସେହି ସଭାରେ ମୋଦି ନିଜର ସଫଳତା ଉପରେ କହିଥିଲେ ମଧ୍ୟ ନବୀନ ବା ବିଜେଡି ସରକାରଙ୍କ ବିରୋଧରେ କିଛି କହି ନ ଥିଲେ। ଯାହାକୁ ନେଇ ରାଜ୍ୟ ବିଜେପି ମଧ୍ୟରେ ନିରୁତ୍ସାହ ପରିଲକ୍ଷିତ ହୋଇଥିଲା।

ବର୍ତ୍ତମାନ ରାଜନାଥ ମଧ୍ୟ ସେହିପରି କିଛି ନ କହିବା ବିଜେପି ନେତାଙ୍କ ମୁଣ୍ଡ ବୁଲାଇ ହୋଇଯାଇଛି। ଆଗକୁ ନିର୍ବାଚନ, ଏହିପରି ବହୁ କେନ୍ଦ୍ରୀୟ ନେତା ଓଡିଶା ପ୍ରଚାରରେ ଆସିବେ। ଯଦି ସେମାନେ କେହି କିଛି ନବୀନଙ୍କ ବିରୋଧରେ କହିବେ ନାହିଁ, ତେବେ କେମିତି ବିଜେପି ନେତା ଲୋକଙ୍କୁ ସାମନା କରିବେ ତାହାକୁ ନେଇ ଚିନ୍ତା ପ୍ରକଟ କଲେଣି।

rajnathsingh ନବରଂଗପୁର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବ୍ରହ୍ମପୁର ମୟୁରଭଂଜ ରାଜନାଥ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ପରେ ରାଙ୍କିଂ ଜାରି କଲା ଆଇସିସି: ସବୁ କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ

March 11, 2026

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026
Latest News

ଟି-୨୦ ବିଶ୍ୱକପ୍ ପରେ ରାଙ୍କିଂ ଜାରି କଲା ଆଇସିସି: ସବୁ କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ

March 11, 2026

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.