Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ତିନୋଟି ଲୋକସଭା କ୍ଷେତ୍ରରେ ପ୍ରଚାର ସାରି ଫେରିଲେ ରାଜନାଥ ସିଂ, ହେଲେ ନବୀନଙ୍କ ବିରୋଧରେ ଚୁପ୍

ଭୁବନେଶ୍ବର: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡିଶାର ତିନୋଟି ଲୋକସଭା କ୍ଷେତ୍ରରେ ପ୍ରଚାର କରି ନୂଆଦିଲ୍ଲୀ ଫେରିଯାଇଛନ୍ତି। ସେ ନବରଙ୍ଗପୁର, ବ୍ରହ୍ମପୁର ଓ ମୟୁରଭଞ୍ଜ ରେ ଜନସମାବେଶକୁ ଉଦବୋଧନ ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ବିଜେପି ଶିବିର ବେଶ ଉତ୍ସାହିତ ହୋଇପଡିଛି।

ହେଲେ ଦୁଃଖର କଥା ରାଜନାଥ କୌଣସି ସଭାରେ ନବୀନ ପଟ୍ଟନାୟକଙ୍କୁ ବିରୋଧ କିଛି କହିଲେ ନାହିଁ। ଏପରିକି ରାଜ୍ୟର ବିଜେଡି ସରକାରକୁ ମଧ୍ୟ ସମାଲୋଚନା କଲେ ନାହିଁ। କେବଳ ଏତିକି କହିଲେ ଯେ, ଓଡିଶାରେ ଡବଲ ଇଂଜିନି ସରକାର ହେବ। ଓଡିଶାର ବିକାଶ ହେବ। ହେଲେ ରାଜ୍ୟ ବିଜେପି ନେତା ଯେଉଁ ଆଶା ବାନ୍ଧି ବସିଥିଲେ ତାହା ଫସର ଫାଟିଗଲା।

ରାଜନାଥ ସବୁ ସଭାରେ କେବଳ ମୋଦି ସରକାର କଣ କରିଛନ୍ତି ତାହାର ହିସାବ ଲୋକଙ୍କ ଆଗରେ ଉପସ୍ଥାପିତ କଲେ। ମୋଦି ଗ୍ୟାରେଣ୍ଟି ଆଜି କିପରି ଘରେ ଘରେ ପହଞ୍ଚି ପାରିଛି ତାହାର ବର୍ଣ୍ଣନା କରିଥିଲେ। ମୋଦିଙ୍କ ଶାସନ କାଳରେ ସାରା ବିଶ୍ବରେ ଭାରତ କିପରି ଭଲ ସ୍ଥିତିକୁ ଆସି ପାରିଛି ତାହା ଲୋକଙ୍କୁ କହିଥିଲେ। ପୁଣି ଥରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ସେ ଜନସାମଗମକୁ ଆହ୍ବାନ ଦେଇଥିଲେ।

ତେବେ ଏହି ସଭାରେ ସ୍ଥାନୀୟ ନେତାମାନେ ନବୀନ ସରକାରଙ୍କୁ ଗାଳି କରିଥିଲେ। ରାଜନାଥ ଓଡିଆ ଜାଣି ପାରୁ ନ ଥିବାରୁ ବହୁ ନେତା ତାଙ୍କ ହୃଦୟରେ ଥିବା ରାଗକୁ ପ୍ରକାଶ କରିଥିଲେ। ସଭାପତି ମନମୋହନ ସାମଲ, ଅପରାଜିତା ଷଡଙ୍ଗୀଙ୍କ ପରି ବହୁ ନେତା ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରକାଶ କରିଥିଲେ। ଏହାକୁ ନେଇ ଲୋକେ ଉତ୍ସାହିତ ହୋଇଥିଲେ ସତ ହେଲେ ରାଜନାଥ ପଦେ ନ କହିବା ସେମାନଙ୍କୁ ନିରୁତ୍ସାହ କରିଥିଲା।

ପୂର୍ବରୁ ସମ୍ବଲପୁର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ଏକ ସରକାରୀ ସଭା ସହ ଦଳୀୟ ସଭା କରାଯାଇଥିଲା। ସେହି ସଭାରେ ମୋଦି ନିଜର ସଫଳତା ଉପରେ କହିଥିଲେ ମଧ୍ୟ ନବୀନ ବା ବିଜେଡି ସରକାରଙ୍କ ବିରୋଧରେ କିଛି କହି ନ ଥିଲେ। ଯାହାକୁ ନେଇ ରାଜ୍ୟ ବିଜେପି ମଧ୍ୟରେ ନିରୁତ୍ସାହ ପରିଲକ୍ଷିତ ହୋଇଥିଲା।

ବର୍ତ୍ତମାନ ରାଜନାଥ ମଧ୍ୟ ସେହିପରି କିଛି ନ କହିବା ବିଜେପି ନେତାଙ୍କ ମୁଣ୍ଡ ବୁଲାଇ ହୋଇଯାଇଛି। ଆଗକୁ ନିର୍ବାଚନ, ଏହିପରି ବହୁ କେନ୍ଦ୍ରୀୟ ନେତା ଓଡିଶା ପ୍ରଚାରରେ ଆସିବେ। ଯଦି ସେମାନେ କେହି କିଛି ନବୀନଙ୍କ ବିରୋଧରେ କହିବେ ନାହିଁ, ତେବେ କେମିତି ବିଜେପି ନେତା ଲୋକଙ୍କୁ ସାମନା କରିବେ ତାହାକୁ ନେଇ ଚିନ୍ତା ପ୍ରକଟ କଲେଣି।

Categories
ଆଜିର ଖବର ଜାତୀୟ ଖବର

ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ଓ ଶାହା : ଉନ୍ମୋଚନ ହେବ ଶହୀଦ ସ୍ତମ୍ଭ

ନୂଆଦିଲ୍ଲୀ : ପୁଲଓ୍ବାମା ଆକ୍ରମଣକୁ ଏକ ବର୍ଷ ପୁରୁଥିବା ବେଳେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ । ଉଭୟ ରାଜନାଥ ସିଂ ଏବଂ ଅମିତ ଶାହା ଟ୍ବିଟ୍ଟର ଜରିଆରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପୁଲଓ୍ବାମାର ଲେଥପୋରା କ୍ୟାମ୍ପରେ ଏକ ଶହୀଦ ସ୍ତମ୍ଭର ମଧ୍ୟ ଉନ୍ମୋଚନ କରାଯିବ । ଏହି ସ୍ତମ୍ଭରେ 40 ଜଣ ଶହୀଦ ଯବାନଙ୍କ ନାମ ଏବଂ ଫଟୋ ରହିବ । ଦେଶର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନର ଏହା ଏକ ପ୍ରୟାସ ବୋଲି ସିଆରପିଏଫ୍‌ର ଉପ ମୁଖ୍ୟ ଜୁଲଫିକର ହସନ୍‌ ପ୍ରକାଶ କରିଛନ୍ତି । ଭାରତ ମାତାର ସୁରକ୍ଷା ଏବଂ ଅଖଣ୍ଡତା ପ୍ରୟାସରେ ପ୍ରାଣ ହରାଇଥିବା ଶହୀଦ ଯବାନ ମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି ବୋଲି ଶାହା ଟ୍ବିଟ୍‌ କରିଛନ୍ତି । ଆତଙ୍କବାଦ ବିରୋଧରେ ସମ୍ପୂର୍ଣ୍ଣ ଦେଶ ଏକ ହୋଇ ଛିଡା ହୋଇଛି ଏବଂ 2019ରେ ଶହୀଦ ହୋଇଥିବା ସିଆରପିଏଫ୍‌ ଯବାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି ବୋଲି ରାଜନାଥ ଟ୍ବିଟ୍‌ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 2019 ଫେବୃୟାର 14 ତାରିଖ ଅପରାହ୍ନ 3ଟା ସମୟରେ ଜୈସ୍‌ ଏ ମହମ୍ମଦର ଆତ୍ମଘାତୀ ଆକ୍ରମଣରେ 40 ଯବାନ ପ୍ରାଣ ହରାଇଥିଲେ ।

Categories
ଆଜିର ଖବର

ବାଜପେୟୀଙ୍କ 25 ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି

ଲକ୍ଷ୍ନୌ,25/12 : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଜପେୟୀଙ୍କ ଜନ୍ମଜୟନ୍ତୀ ଅବସରରରେ ଲକ୍ଷ୍ନୌରେ ମୋଦି ଏହି ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି । ବାଜପେୟୀଙ୍କ ଜନ୍ମଜୟନ୍ତୀ ପାଇଁ ଲକ୍ଷ୍ନୌରେ ତିନି ଦିନିଆ ଉତ୍ସବ ପାଳନ ହୋଇଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ମୋଦି ଏହି ଉଦ୍‌ଘାଟନ କରିଛନ୍ତି । ଏହା ସହିତ ଅଟଳ ବିହାରୀ ବାଜପେୟୀ ମେଡିକାଲ ବିଶ୍ବବିଦ୍ୟାଳୟ ନିମନ୍ତେ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋଦି । (ଏଜେନ୍ସୀ)