Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏକଦା ଦାମ ରାଉତ ଓ ରଘୁ ମହାନ୍ତି ମଧ୍ୟ ବିଜେପିରେ ମିଶି ଥିଲେ, ଏବେ ସେମାନଙ୍କ ସ୍ଥିତି କଣ?
ଜାତୀୟ ଖବର

ଏକଦା ଦାମ ରାଉତ ଓ ରଘୁ ମହାନ୍ତି ମଧ୍ୟ ବିଜେପିରେ ମିଶି ଥିଲେ, ଏବେ ସେମାନଙ୍କ ସ୍ଥିତି କଣ?

February 26, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପୂର୍ବରୁ ଦାମ ରାଉତ ଓ ରଘୁ ମହାନ୍ତି ମଧ୍ୟ ବିଜେପିରେ ଯୋଗ ଦେଇଥିଲେ, ଏବେ ସେମାନଙ୍କ ଅବସ୍ଥା କଣ ?

ଭୁବନେଶ୍ବର: ନିର୍ବାଚନ ପାଖେଇଲେ ଦଳବଦଳ ହେବା ଏକ ଚିରାଚରିତ ପ୍ରଥା ହୋଇ ସାରିଲାଣି। ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ଦଳ ବଦଳ ପକ୍ରିୟା ଜୋରଦାର ଚାଲିଛି। ତେବେ ସବୁଠାରୁ ଚର୍ଚ୍ଚାର ପରିସରକୁ ଯାହା ଆସିଛି ତାହା ହେଲା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ନେତାଙ୍କ ଭାଗ୍ୟ। କାରଣ ନିକଟରେ ବିଜେଡିରୁ ବହିସ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ବିଜେଡିର ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେପିରେ ଯୋଗ ଦେଇଛନ୍ତି।

ଏକଦା ଏହି ଦୁଇ ନେତା ବିଜେଡିରେ ବେଶ ପ୍ରଭାବଶାଳି ଥିଲେ। ଉଭୟ ମୁଖ୍ୟମନ୍ତ୍ରୀଙ୍କ ପାଖେ ପାଖେ ରହୁଥିଲେ। ନବୀନ ରାଜନୀତିକୁ ଆସିବା ସମୟରୁ ଦେବାଶିଷ ତାଙ୍କର ଅତି ଘନିଷ୍ଠ ଥିଲେ। ସେହିପରି ପ୍ରଦୀପ ମଧ୍ୟ ନବୀନଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳି ଦାୟିତ୍ବ ନେଇ ଥିଲେ। ହେଲେ ସମୟ ଚକ୍ରରେ ଉଭୟଙ୍କୁ ବିଜେଡି ବହିସ୍କୃତ କରିଛି। ଏବେ ନିର୍ବାଚନ ଆସୁଥିବାରୁ ସେମାନେ ବିଜେପିରେ ସାମିଲ ହୋଇଛନ୍ତି।

ତେବେ ଗତ 2019 ନିର୍ବାଚନ ପୂର୍ବରୁ ମଧ୍ୟ ଏହିପରି ଘଟଣା ପରିଲକ୍ଷିତ ହୋଇଥିଲା। ସେତେବେଳେ ବିଜେଡିର ଦୁଇ ଟାଣୁଆ ନେତା ରଘୁନାଥ ମହାନ୍ତି ଓ ଦାମୋଦର ରାଉତ ବିଜେପିରେ ସାମିଲ ହୋଇଥିଲେ। ସମୟ ଚକ୍ରରେ ଉଭୟଙ୍କୁ ମଧ୍ୟ ବିଜେଡି ଦଳରୁ ବହିସ୍କାର କରିଥିଲା। ଆଉ ଉଭୟ ସେତେବେଳେ ବିଜେପିରେ ସାମିଲ ହୋଇଥିଲେ।

ଦାମୋଦର ରାଉତଙ୍କୁ ବିଜେପି ଦଳର ପ୍ରଚାର କମିଟର ଅଧ୍ୟକ୍ଷ କରିଥିଲା। ସେତିକି ନୁହେଁ ନିର୍ବାଚନରେ ଲଢେଇ କରିବା ପାଇଁ ବାଲିକୂଦା ଏରସମାରୁ ବିଜେପି ଟିକେଟ ମଧ୍ୟ ଦେଇଥିଲା। ହେଲେ ଦାମୋଦର ଜିତିବା ଦୂରେ ଥାଉ ସେ ତୃତୀୟ ସ୍ଥାନକୁ ଖସି ଆସିଥିଲେ। ସେଠାରେ ରଘୁନନ୍ଦନ ଦାସ ଜିତିଥିବା ବେଳେ ଦ୍ବିତୀୟରେ ଥିଲେ କଂଗ୍ରେସ ପ୍ରାର୍ଥୀ।

ନିଜର ପତିୟାରା ଏବଂ ସାତଥର ବିଧାୟକ ସହ ବହୁବାର ମନ୍ତ୍ରୀ ଥାଇ ମଧ୍ୟ ବିଜେଡି ଛାଡିବା ପରେ ତାଙ୍କର ସ୍ଥିତି ସାଂଘାତିକ ହୋଇଗଲା। ଅନ୍ୟପଟେ ହାରିବା ପରେ ବିଜେପି ତାଙ୍କୁ କଣଠୋସା କରିଦେଲା। ପରିସ୍ଥିତି ଏପରି ହେଲା ଯେ, ସେ ପରବର୍ତ୍ତି ସମୟରେ ବିଜେପିରୁ ଇସ୍ତଫା ମଧ୍ୟ ଦେବାକୁ ବାଧ୍ୟ ହୋଇଥିଲେ। ବର୍ତ୍ତମାନ ବିଜେଡି ତାଙ୍କ ଉପରୁ ନିଲମ୍ବନ ହଟାଇ ଦେଇଥିଲେ ମଧ୍ୟ ସେ ଦଳରେ ଥାଇ ନ ଥିବା ପରି।

ସେହିପରି ରଘୁନାଥ ମହାନ୍ତିଙ୍କ ଏକଦା ବିଜେଡିରେ ଥିଲେ ଅନ୍ୟତମ ପତିୟାରା ଥିବା ନେତା। ଏକାଥରେ ସେ ଥିଲେ ବହୁ ବିଭାଗର ମନ୍ତ୍ରୀ। ତାଙ୍କ ଉପରେ ନବୀନଙ୍କ ଭରସା ବେଶ ଭଲଥିଲା। ହେଲେ ପୁଅ ବୋହୂଙ୍କ ବିବାଦ ନେଇ ଛନ୍ଦି ହୋଇଗଲେ ରଘୁନାଥ। ଶେଷରେ ଜେଲ ଯିବାକୁ ମଧ୍ୟ ପଡିଲା। ରଘୁଙ୍କୁ ବିଜେଡି ବହିସ୍କାର କଲା। ସେ ମଧ୍ୟ ପରବର୍ତ୍ତି ସମୟରେ ବିଜେପିରେ ସାମିଲ ହୋଇ ବସ୍ତାରୁ ଗତ ନିର୍ବାଚନରେ ଲଢେଇ କରିଥିଲେ। ତାଙ୍କ ଅବସ୍ଥା ମଧ୍ୟ ସେଇଆ। ଜିତିବା ଦୂରେ ଥାଉ ତୃତୀୟ ସ୍ଥାନକୁ ଖସି ଆସିଥିଲେ ରଘୁନାଥ।

ଉଭୟ ନେତାଙ୍କର ତାଙ୍କ ନିର୍ବାଚନ ମଣ୍ଡଳିରେ ରହିଥିଲା ବେଶ ଦବଦବା। ହେଲେ ସେମାନଙ୍କୁ ଯେଉଁଦିନ ବିଜେଡି ଦୂରେଇ ଦେଲା, ସେହିଦିନ ଲୋକସବୁ ତାଙ୍କଠାରୁ ଦୂରେଇ ଗଲେ। ଏଥିରୁ ସ୍ପଷ୍ଟ ହେଲା ଯେ, ବିଜେଡି ବିନା ଏମାନଙ୍କର ସ୍ଥିତି ନାହିଁ। ସେମାନେ ଯେତେ ବଡ ବଡ ଦଳରେ ଯୋଗ ଦିଅନ୍ତୁ ପଛେ ନବୀନଙ୍କ ବିନା ଏମାନେ ତିଷ୍ଠିବା ଅସମ୍ଭବ।

ବର୍ତ୍ତମାନ ସେମିତି ବିଜେଡିରେ ଏକଦା ବେଶ ପତିୟାରା ଥିବା ଦୁଇ ନେତା ପ୍ରଦୀପ ଓ ଦେବାଶିଷ ବିଜେପିରେ ଯୋଗ ଦେଇଛନ୍ତି। ଉଭୟଙ୍କୁ ମଧ୍ୟ ବିଜେଡି ବହିସ୍କାର କରିଛି। ଅବଶ୍ୟ ଦେବାଶିଷ ପରବର୍ତ୍ତି ସମୟରେ ଦଳକୁ ଫେରିଛନ୍ତି, ହେଲେ ତାଙ୍କର ଆଉ ପୂର୍ବ ପତିୟାରା ନାହିଁ। ଗତ ନିର୍ବାଚନରେ ଦଳ ଦେବାଶିଷଙ୍କୁ ଟିକେଟ ଦେଇ ନ ଥିଲା।

ଏଥର ଉଭୟ ପ୍ରଦୀପ ପାଣିଗ୍ରାହୀ ଏବଂ ଦେବାଶିଷ ବିଜେପିରେ ମିଶି ନୂଆ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ଉଭୟ ଟିକେଟ ପାଇବା ପାଇଁ ବଡ ଆଶାରେ ଅଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ, ଦାମ ଓ ରଘୁଙ୍କ ଅବସ୍ଥା ଯେପରି ହେଲା ସେହିପରି ପ୍ରଦୀପ ଓ ଦେବାଶିଷଙ୍କ ଅବସ୍ଥା ହେବ ନାହିଁ ତ ? ତାଙ୍କର ସ୍ଥାନ ସେହିପରି ତୃତୀୟକୁ ଖସି ଆସିବ ନାହିଁ ତ ?

Election2024 ଡାକ୍ତର ଦାମୋଦର ରାଉତ ଦାମୋଦର ରାଉତ ଦେବାଶିଷ ନାୟକ ନିର୍ବାଚନ2024 ରଘୁନାଥ ମହାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.