Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜିଆଖତ ଗୋଧନ କେନ୍ଦ୍ର ସ୍ଥାପନ ପାଇଁ ୫୮ଟି ଅନୁମତି ପତ୍ର ପ୍ରଦାନ
ଜାତୀୟ ଖବର

ଜିଆଖତ ଗୋଧନ କେନ୍ଦ୍ର ସ୍ଥାପନ ପାଇଁ ୫୮ଟି ଅନୁମତି ପତ୍ର ପ୍ରଦାନ

March 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଆଖତ ଗୋଧନ କେନ୍ଦ୍ର ସ୍ଥାପନ ପାଇଁ ୫୮ଟି ଅନୁମତି ପତ୍ର ପ୍ରଦାନ

ଭୁବନେଶ୍ବର: ଗୋଶାଳାଗୁଡ଼ିକୁ ସ୍ୱୟଂସମ୍ପନ୍ନ ଓ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଗୋଶାଳା ଓ ଗୋପାଳକମାନଙ୍କୁ ଜିଆଖତ ଗୋଧନ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ପ୍ରୋତ୍ସାହିତ କରିବା ସହିତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।

ଆଜି ଏହି ପରିପ୍ରେକ୍ଷୀରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ଗୋଶାଳା ଓ ଗୋପାଳକମାନଙ୍କୁ ଜିଆଖତ ଗୋଧନ କେନ୍ଦ୍ର (ଭର୍ମିକମ୍ପୋଷ୍ଟ) ୟୁନିଟ୍‌ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର (ଗୋ ଆହେଡ ଲେଟର) ପ୍ରଦାନ କରାଯାଇଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ରାଜ୍ୟର ୫୮ଟି ଗୋଶାଳାକୁ ଏହି ଅନୁମତି ପତ୍ର ପ୍ରଦାନ କରିଛନ୍ତି ।

ଏହି ଉପଲକ୍ଷେ କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ପ୍ରାଣିକଲ୍ୟାଣ ଓ ଗୋପାଳକଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତା ସ୍ୱରୂପ ଗୋଶାଳାରେ ଜିଆଖତ ଗୋଧନ କେନ୍ଦ୍ର ସ୍ଥାପନ ରାଜ୍ୟ ସରକାରଙ୍କ ଏକ ଅଭିନବ ପଦକ୍ଷେପ। ଜିଆଖତ ଉତ୍ପାଦନ କରି ଗୋଶାଳାଗୁଡ଼ିକ ସ୍ୱାବଲମ୍ବୀ ହୋଇପାରିବେ ଏବଂ ଗୋପାଳକମାନେ ସେମାନଙ୍କ ଆୟକୁ ଅନେକାଂଶରେ ବୃଦ୍ଧି କରିପାରିବେ।

ଜିଆଖତ ରାଜ୍ୟର ଜୈବିକ କୃଷିକୁ ପ୍ରୋତ୍ସାହିତ କରିବ ଏବଂ ମୃତ୍ତିକାର ଉର୍ବରତା ଓ ସ୍ୱାସ୍ଥ୍ୟରକ୍ଷା ଦିଗରେ ଉପଯୋଗୀ ହୋଇପାରିବ। ଗୋବର ଓ ଗୋମୂତ୍ର ଆଦି ବର୍ଜ୍ୟବସ୍ତୁର ସୁପରିଚାଳନା କରି ସେଥିରୁ ଭର୍ମିକମ୍ପୋଷ୍ଟ ପ୍ରସ୍ତୁତ କରିବା ପାଇଁ ଗୋଶାଳା, ପ୍ରାଥମିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସଦସ୍ୟ ଓ ଗୋପାଳକମାନଙ୍କ ଗୋଧନ ୟୁନିଟ୍‌ ପ୍ରତିଷ୍ଠା ପାଇଁ ୫୦ ପ୍ରତିଶତ ସହାୟତା ଓ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ରାଜ୍ୟ ସରକାର ପ୍ରାଣିସମ୍ପଦ ଓ ପ୍ରାଣୀଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ସୁବିଧାକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଦୁଃସ୍ଥ ଓ ଅସହାୟ ବୁଲା ଷଣ୍ଢ ଓ ବଳଦ ଇତ୍ୟାଦିଙ୍କ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ନିରାପଦ ଆଶ୍ରୟସ୍ଥଳ ହେଉଛି ଗୋଶାଳା। ବେସରକାରୀ ସ୍ତରରେ ସ୍ଥାପିତ ହୋଇଥିବା ଗୋଶାଳାଗୁଡ଼ିକରେ ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ ଓ ନୂତନ ଗୋଶାଳା ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।

ଚଳିତ ବର୍ଷ ଏ ବାବଦରେ ପ୍ରାୟ ୯ କୋଟି ଟଙ୍କା ବଣ୍ଟନ କରାଯାଇଛି। ରାଜ୍ୟର ସମସ୍ତ ୩୧୪ଟି ବ୍ଲକ୍‌ରେ ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣିସେବା ଯାନର ବ୍ୟବସ୍ଥା ହୋଇଛି ଏବଂ ସହରାଞ୍ଚଳରେ ତୁରନ୍ତ ପ୍ରାଣିଚିକିତ୍ସା ପାଇଁ ମଧ୍ୟ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରା ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଭର୍ମିକମ୍ପୋଷ୍ଟ ଗୋଧନ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଗୋଶାଳାରୁ ଉତ୍ପାଦିତ ବର୍ଜ୍ୟବସ୍ତୁର ସୁପରିଚାଳନା ହେବା ସହିତ ଏଥିରୁ କୃଷି ଉପଯୋଗୀ ମୂଲ୍ୟବାନ ଜିଆଖତ ଉତ୍ପାଦନ ହୋଇପାରିବ।

ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ କର୍ମଶାଳାରେ ବିଭିନ୍ନ ଗୋଶାଳା ଓ ଗୋପାଳକମାନଙ୍କୁ ଜିଆଖତ ଗୋଧନ କେନ୍ଦ୍ର ସ୍ଥାପନ ଓ ପରିଚାଳନା ଏବଂ ଗୋବରୁ ଜିଆଖତର ଉତ୍ପାଦନର ବୈଷୟିକ ଦିଗ ସମ୍ପର୍କରେ ବିଶଦ ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଗୋଶାଳାର କର୍ମକର୍ତ୍ତା, ଗୋପାଳକ ଓ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।

‘ମୋ ଖତ’ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026
Latest News

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.