Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ସଂଧ୍ୟାରେ ଘୋଷଣା ହୋଇପାରେ ମେଣ୍ଟ ନିଷ୍ପତି, ଜାଣନ୍ତୁ କଣ ହେଲା ଆସନ ବୁଝାମଣା ???
ଜାତୀୟ ଖବର

ଆଜି ସଂଧ୍ୟାରେ ଘୋଷଣା ହୋଇପାରେ ମେଣ୍ଟ ନିଷ୍ପତି, ଜାଣନ୍ତୁ କଣ ହେଲା ଆସନ ବୁଝାମଣା ???

March 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ମେଣ୍ଟ ସଂପର୍କିତ ନିଷ୍ପତି ଘୋଷଣା ହେବାର ବହୁ ସମ୍ଭାବନା ରହିଛି। ନୂଆଦିଲ୍ଲୀ ସୁତ୍ର ଅନୁସାରେ ଆଉ ସମୟ ନ ଥିବାରୁ ଆଜି ଚୁଡାନ୍ତ ନିଷ୍ପତି ନିଆଯାଇ ସଂଧ୍ୟାରେ ଘୋଷଣା କରାଯିବ। ଏହାପରେ ବିଜେପି ତାହାର ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିବ। ଯଦି ସବୁ ଠିକଠାକ ଚାଲେ ତେବେ ଆଜି ନିଶ୍ଚିତ ଘୋଷଣା ହେବ ବୋଲି କୁହାଯାଉଛି।

ମେଣ୍ଟ ସଂପର୍କରେ ଆଲୋଚନା କରିବା ପାଇଁ କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଗତକାଲି ନୂଆଦିଲ୍ଲୀ ଯାଇଥିଲେ। ସେମାନେ ବିଭିନ୍ନ ନେତାଙ୍କ ସହିତ କୁଆଡେ ଆଲୋଚନା କରି ଭୁବନେଶ୍ବର ଫେରି ଆସିଛନ୍ତି ବୋଲି କୁହାଯାଉଛି। ହେଲେ କଣ ଛିଣ୍ଡିଲା, କେତେ ଆସନ କାହା ଭାଗରେ ପଡିଲା ସେ ନେଇ କେହି କିଛି କହି ନାହାଁନ୍ତି।

ତେବେ ସୁତ୍ର ଅନୁସାରେ ଲୋକସଭା ପାଇଁ ବିଜେଡିକୁ ୭ ଟି ଆସନ ଦିଆଯାଉ ଥିବା ବେଳେ ବିଜେପିକୁ ୧୪ଟି ଆସନ ମିଳିବ ବୋଲି ନିଷ୍ପତି ହୋଇଛି। ହେଲେ ପୁରୀ ଓ ଭୁବନେଶ୍ବର ଆସନ ନେଇ କେଁ ରହିଥିବାର ଜଣାପଡିଛି। ଏହି ଦୁଇ ଆସନ ବିଜେଡି ରଖିବାକୁ ଦାବୀ କରିଛି। ହେଲେ ବିଜେପି ନେତୃତ୍ବ ସେଥିରେ ରାଜି ନ ଥିବାର ଜଣାପଡିଛି। ତାହାର ସମାଧାନ ସଂଧ୍ୟା ସୁଦ୍ଧା ହେବ ବୋଲି ଆଶା କରାଯାଉଛି।

ସେହିପରି ବିଧାନସଭା ଆସନ ଭାଗବଣ୍ଟା ନେଇ ଉଭୟ ଦଳ ଏକ ପ୍ରକାରର ଚୁଡାନ୍ତ କରିଥିବାର ଜଣାପଡିଛି। ସେହି ଅନୁସାରେ ମୋଟ ୧୪୭  ବିଧାନସଭା ଆସନରୁ ବିଜେଡି ୯୮ ଲଢିବାକୁ ଯାଉଥିବା ବେଳେ ବିଜେପି ୪୯ ଟି ଆସନରେ ପ୍ରାର୍ଥୀ ଦେବ। ତେବେ ଏହାକୁ ନେଇ ବିଜେଡି କୁଆଡେ ଅସନ୍ତୁଷ୍ଠ ବୋଲି ଜଣାପଡିଛି। ଦଳ ୧୦୦ ଉପରେ ଆସନ ଦାବୀ କରୁଛି।

ତେବେ କେଉଁ ଦଳ କେତେ ଆସନରେ ଲଢିବ ତାହା ଏକ ପ୍ରକାରର ଚୁଡାନ୍ତ ହୋଇଥିବାର ଜଣାପଡିଛି। ହେଲେ ସବୁଠାରୁ ଆଉ ଏକ ବଡ କେଁ ରହିବ ତାହା ହେଲା କେଉଁ ଦଳ କେଉଁ ଆସନ ନେବ। କାରଣ ପୂର୍ବ ମେଣ୍ଟ ସମୟରେ ଯେଉଁ ଆସନ ଭାଗ ବଣ୍ଟା ହୋଇଥିଲା ତାହାକୁ ପୁଣି ରିପିଟ କରିବାକୁ ବିଜେଡି ଚାହୁଁ ନାହିଁ।

ତେବେ ଆଜି ସଂଧ୍ୟାରେ ଏ ନେଇ ଚିତ୍ର ସ୍ପଷ୍ଟ ହେବ। ଯଦି କିଛି ଅସୁବିଧା ହୁଏ ତେବେ ୧୨ ତାରିଖରେ ଅମିତ ସାହା ଭୁବନେଶ୍ବର ଆସି ଘୋଷଣା କରିବେ ବୋଲି ମଧ୍ୟ କୁହାଯାଉଛି।

BJDBJPAlliance Election2024 ନିର୍ବାଚନ2024 ବିଜେଡିବିଜେପି ମେଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.