Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଯୁବ ମତଦାତାଙ୍କ ପାଇଁ ଅଲିମ୍ପିକ୍ସ ବିଜେତା ନୀରଜ୍‌ ଚୋପ୍ରାଙ୍କ ବାର୍ତ୍ତା
ଜାତୀୟ ଖବର

ଯୁବ ମତଦାତାଙ୍କ ପାଇଁ ଅଲିମ୍ପିକ୍ସ ବିଜେତା ନୀରଜ୍‌ ଚୋପ୍ରାଙ୍କ ବାର୍ତ୍ତା

March 15, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୀରଜ ଚୋପ୍ରା

କ୍ରୀଡ଼ାବିତମାନେ ନିଜର ନିଷ୍ଠା, ପ୍ରତିବଦ୍ଧତା ଓ ଦଳଗତ କାର୍ଯ୍ୟ ମାଧ୍ୟମରେ ଦେଶର ସେବା କରିଥାନ୍ତି। ଦେଶ ହେଉ କି ବିଦେଶ, ଜାତୀୟ ରଙ୍ଗ ପିନ୍ଧିବା ଉଭୟ ସୌଭାଗ୍ୟ ଓ ଦାୟିତ୍ୱ। କିନ୍ତୁ ବିଶ୍ୱର ସବୁଠାରୁ ସକ୍ରିୟ ଗଣତନ୍ତ୍ରର ଏକ ଅଂଶବିଶେଷ ହୋଇଥିବା କ୍ରୀଡ଼ାବିତ୍ ଏବଂ ଯୁବ ଭାରତୀୟ ଭାବରେ ଆମେ ଆଉ ଏକ ସୌଭାଗ୍ୟ ପାଇବାକୁ ଚାହିଁଥାଉ – ତାହା ହେଉଛି ମତଦାନ।

ନିର୍ବାଚନ ଗଣତନ୍ତ୍ରର ଆଧାର, ଏହା ନାଗରିକମାନଙ୍କୁ ସେମାନଙ୍କ ପ୍ରତିନିଧି ଚୟନ କରିବାର ଗୁରୁତ୍ୱପୂର୍ଣ୍ଣ ଅଧିକାର ପ୍ରଦାନ କରିଥାଏ। ତେବେ ଏହି ଅଧିକାର ନିଷ୍କ୍ରିୟ ନୁହେଁ; ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ ହେବା ଏକ କର୍ତ୍ତବ୍ୟ, ବିଶେଷ କରି ଯୁବବର୍ଗଙ୍କ କର୍ତ୍ତବ୍ୟ। ଐତିହାସିକ ଦୃଷ୍ଟିରୁ ଯୁବପିଢ଼ି ସାମାଜିକ ପରିବର୍ତ୍ତନର ନେତୃତ୍ୱ ନେଇଛନ୍ତି ଏବଂ ନିର୍ବାଚନରେ ସେମାନଙ୍କ ସମ୍ପୃକ୍ତି ଗୁରୁତ୍ୱପୂର୍ଣ୍ଣ। ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଭୋଟର ପଞ୍ଜୀକରଣଠାରୁ ଆରମ୍ଭ କରି ତୃଣମୂଳ ସ୍ତରର ପ୍ରଚାର ପର୍ଯ୍ୟନ୍ତ ସବୁ ସ୍ତରରେ ଯୁବଗୋଷ୍ଠୀଙ୍କ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ।

ପ୍ରଥମ ଥର ମତଦାତାମାନେ ସ୍ୱଚ୍ଛତା ଏବଂ ଅନ୍ତର୍ଭୁକ୍ତୀକରଣ ଭଳି ନୂତନ ଦୃଷ୍ଟିକୋଣ ଏବଂ ସର୍ବଶ୍ରେଷ୍ଠ ଉଦାହରଣ ଉପସ୍ଥାପନ କରିଥାନ୍ତି। ଜଣେ ଯୁବ ଭୋଟରଙ୍କ ଶକ୍ତି ଓ ଜ୍ଞାନକୌଶଳ ସମ୍ପନ୍ନ ପ୍ରକୃତ ନିର୍ବାଚନୀ ଦୃଶ୍ୟପଟରେ ଗତିଶୀଳତା ସୃଷ୍ଟି କରି ନାଗରିକଙ୍କ ଆବଶ୍ୟକତା ପ୍ରତି ଉପଲବ୍ଧତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିଥାଏ। ନିର୍ବାଚିତ ଅଧିକାରୀମାନଙ୍କୁ ଉତ୍ତରଦାୟୀ କରିବା, ସ୍ୱର ଉତ୍ତୋଳନ କରିବା ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର କରିବା ଏବଂ ଜନସାଧାରଣଙ୍କ ସହ ଅନୁକୂଳ ପ୍ରସଙ୍ଗଗୁଡ଼ିକର ପକ୍ଷ ଉପସ୍ଥାପନ କରିବାରେ ଯୁବଗୋଷ୍ଠୀ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି, ଯାହା ଗଣତନ୍ତ୍ରର ଅଖଣ୍ଡତା ଏବଂ ସକ୍ରିୟତାକୁ ସୁରକ୍ଷିତ ରଖିଥାଏ।

ମହାତ୍ମା ଗାନ୍ଧୀଙ୍କ ଉକ୍ତିରେ, ‘‘ଆଜି ଆପଣ ଯାହା କରୁଛନ୍ତି ତାହା ଉପରେ ଭବିଷ୍ୟତ ନିର୍ଭର କରେ। ୨୦୨୪ରେ ଭାରତରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଗଣତନ୍ତ୍ର ପୁଣି ଥରେ ପାର୍ଶ୍ୱ ପରିବର୍ତ୍ତନ କରୁଛି। ଏହି ସମୟରେ ଦେଶର ଭାଗ୍ୟ ଗଢିବାରେ ଯୁବଗୋଷ୍ଠୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ଜରୁରୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ନିର୍ବାଚନ ପ୍ରକ୍ରିୟାରେ ଯୁବବର୍ଗଙ୍କ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଥମ ଥର ଭୋଟ୍‌ ଦେବାକୁ ଯାଉଥିବା ମତଦାତାଙ୍କ ଉଦ୍ଦେଶ୍ୟରେ ନିର୍ବାଚନ କମିଶନଙ୍କ ‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଅଭିଯାନ ଉପରେ ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ ଭାରତର ଯୁବଗୋଷ୍ଠୀଙ୍କ ଆଗ୍ରହ ଓ ଉତ୍ସାହକୁ ପ୍ରଶଂସା କରିବା ସହ ଦେଶର ଭବିଷ୍ୟତକୁ ସିଧାସଳଖ ପ୍ରଭାବିତ କରୁଥିବାରୁ ସକ୍ରିୟ ଭାବେ ମତଦାନରେ ସାମିଲ ହେବାକୁ ଅନୁରୋଧ କରିଥିଲେ।

ପ୍ରଥମ ଥର ମତଦାତାଙ୍କୁ ରେକର୍ଡ ସଂଖ୍ୟାରେ ମତଦାନ କରିବାକୁ ଅନୁରୋଧ କରି ସେ ଦେଶର ଭାଗ୍ୟ ଗଢିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ କ୍ଷେତ୍ରର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଏହି ଅଭିଯାନରେ ସାମିଲ ହେବା ଏବଂ ଯୁବ ଭୋଟରମାନଙ୍କୁ ଅନୁପ୍ରାଣିତ କରିବାକୁ ଆହ୍ୱାନ ଦେଇଛନ୍ତି। ନିର୍ବାଚନୀ ଉତ୍ସାହ ଭିତରେ କେବଳ ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେବା ନୁହେଁ, ସମାଜରେ ଚାଲିଥିବା ଆଲୋଚନା ଓ ବିତର୍କ ସମ୍ପର୍କରେ ସଚେତନ ରହିବାକୁ ସେ ଯୁବବର୍ଗଙ୍କୁ ଅନୁରୋଧ କରିଛନ୍ତି।

ନିର୍ବାଚନରେ ଯୁବବର୍ଗଙ୍କ ସାର୍ବଜନୀନ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗ ‘ମେରା ପେହଲା ଭୋଟ୍ ଦେଶ କେ ଲିଏ’ ଅଭିଯାନର ନେତୃତ୍ୱ ନେଉଛନ୍ତି। ଯୁବ ଭୋଟରଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ବ୍ୟବହାର ପାଇଁ ଉତ୍ସାହିତ କରିବାକୁ ଦେଶ ପ୍ରତିଶ୍ରୁତିବଦ୍ଧତାର ପ୍ରତୀକ ଭାବେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ଅଭିଯାନ ସଙ୍ଗୀତର ଉନ୍ମୋଚନ କରିଛନ୍ତି। ମତଦାତା ସଚେତନତା ଅଭିଯାନର ଗୋଟିଏ ଅଂଶବିଶେଷ ପାଲଟିଥିବା ଏହି ସଙ୍ଗୀତ ନିର୍ବାଚନ ପ୍ରକ୍ରିୟାରେ ଅଧିକରୁ ଅଧିକ ଯୁବଗୋଷ୍ଠୀଙ୍କ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ ଭାବନାର ପ୍ରତିଫଳନ କରୁଛି । ସାରା ଦେଶର ଯୁବକମାନେ ନିଜ ଯୁବ ବନ୍ଧୁମାନଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ କରିବାକୁ ଏହି ସଙ୍ଗୀତକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରୁଛନ୍ତି।

ଦେଶବ୍ୟାପୀ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକ ବ୍ୟାପକ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ ଗଣତନ୍ତ୍ର ପାଇଁ ମତଦାନର ମୂଲ୍ୟ ଉପରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି। ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ଭୌତିକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ବିଷୟବସ୍ତୁ ସୃଷ୍ଟିରେ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ମାଇଗଭ ପ୍ଲାଟଫର୍ମରେ ବ୍ଲଗ୍ ରାଇଟିଂ, ପଡକାଷ୍ଟ, ବିତର୍କ ଏବଂ ଅନ୍ୟାନ୍ୟ ସହିତ ଅନଲାଇନ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଉଛି। କର୍ମଶାଳା, ସେମିନାର, ଫ୍ଲାସ୍ ମବ୍ ଓ ଭୋଟର ପ୍ରତିଶ୍ରୁତି ଅଭିଯାନ ଛାତ୍ରଛାତ୍ରୀଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଅଧିକ ଆକର୍ଷିତ ଓ ଶିକ୍ଷିତ କରୁଛି। ଏନଏସଏସ ସ୍ୱେଚ୍ଛାସେବୀ ଏବଂ ଅନୁଷ୍ଠାନ କ୍ଲବ ଏହି ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ଗ୍ରହଣ କରି ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ଏବଂ ମନୋରଞ୍ଜନ ଶିଳ୍ପ ସମେତ ବିଭିନ୍ନ ପ୍ଲାଟଫର୍ମରୁ ପ୍ରଭାବଶାଳୀ ବ୍ୟକ୍ତିବିଶେଷମାନେ ଏହି ଅଭିଯାନକୁ ସକ୍ରିୟ ଭାବେ ସମର୍ଥନ କରୁଛନ୍ତି ଏବଂ ପ୍ରଥମ ଥର ମତଦାତାଙ୍କୁ ଉତ୍ସାହିତ କରୁଛନ୍ତି। ଦେଶର କୋଣ ଅନୁକୋଣରୁ କ୍ରୀଡ଼ା, ମନୋରଞ୍ଜନ, ବ୍ୟବସାୟ ଓ ଶିଳ୍ପ ଭଳି କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନେ ଏକାଠି ହୋଇ ଏହି ବାର୍ତ୍ତାକୁ ଦୂରଦୂରାନ୍ତରେ ପହଞ୍ଚାଇଛନ୍ତି।

ଜଶପ୍ରୀତ ବୁମ୍ରା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସିରାଜ, ଅବନୀ ଲେଖରା, ସାଇଖୋମ ମୀରାବାଇ ଚାନୁଙ୍କ ଭଳି ମୋର ସାଥୀ କ୍ରୀଡ଼ାବିତ୍, ଅନିଲ କପୁର, ପ୍ରସେନଜିତ୍ ଚାଟାର୍ଜୀ, ରବିନା ଟଣ୍ଡନ, ରାଣା ଦଗୁବାତୀ, କୈଳାସ ଖେର, ଶ୍ରେୟା ଘୋଷାଲ, ରିତେଶ ଅଗ୍ରୱାଲ, ବିଭିଆର୍ ମୋହନ ରେଡ୍ଡୀଙ୍କ ଭଳି ଶିଳ୍ପନେତା ଏବଂ ଅନେକ ପଦ୍ମ ପୁରସ୍କାର ବିଜେତା ଏହି ଅଭିଯାନରେ ଅଂଶଗ୍ରହଣ କରି ଏହାକୁ ଭୋଟର ସଚେତନତାର ଏକ ‘ଜାତୀୟ ଆନ୍ଦୋଳନ’ରେ ପରିଣତ କରିଛନ୍ତି।

ଏହି ‘ଜନ ଆନ୍ଦୋଳନ’ ଯୁବଗୋଷ୍ଠୀଙ୍କ ସ୍ୱରର ସାମୂହିକ ଶକ୍ତି ଏବଂ ଦେଶର ଗଣତାନ୍ତ୍ରିକ ପରିଦୃଶ୍ୟ ଗଠନରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱକୁ ସୂଚାଇଥାଏ । ଆସନ୍ତୁ ଏକାଠି ହୋଇ ଏହି ଦାୟିତ୍ୱକୁ ଗ୍ରହଣ କରିବା ଏବଂ ଆମର ସାମୂହିକ ସ୍ୱରର ଶକ୍ତିକୁ ଉପଯୋଗ କରିବା । ଆସନ୍ତୁ ଆହ୍ୱାନର ସାମ୍ନା କରିବାକୁ ଆଗେଇ ଆସିବା, ଆସନ୍ତୁ ସ୍ୱର ଉତ୍ତୋଳନ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହା କରିବା ପାଇଁ ସଶକ୍ତ କରିବା ।

ନୀରଜ ଚୋପ୍ରା, ଭାରତୀୟ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ ଏବଂ ପୁରୁଷ ଜାଭେଲିନ୍ ଥ୍ରୋରେ ବର୍ତ୍ତମାନର ଅଲିମ୍ପିକ୍ ଏବଂ ବିଶ୍ୱ ଚାମ୍ପିୟନ।

election 2024 Lok Sabha Election Neeraj Chopra new voter
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026

ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

July 30, 2026

ବାଙ୍କିପୁର ଉପନିର୍ବାଚନ: ବିଜେପି ନା ପ୍ରଶାନ୍ତ କିଶୋର?, ଆଶ୍ଚର୍ଯ୍ୟ କଲା ସର୍ଭେ

July 30, 2026
Latest News

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.