Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶା ସମେତ ୪ ରାଜ୍ୟରେ ୮ ପୁଲିସ ଅଧିକାରୀ ଓ ୫ ଜିଲ୍ଲାପାଳଙ୍କୁ ବଦଳି କଲେ ନିର୍ବାଚନ ଆୟୋଗ
ଜାତୀୟ ଖବର

ଓଡ଼ିଶା ସମେତ ୪ ରାଜ୍ୟରେ ୮ ପୁଲିସ ଅଧିକାରୀ ଓ ୫ ଜିଲ୍ଲାପାଳଙ୍କୁ ବଦଳି କଲେ ନିର୍ବାଚନ ଆୟୋଗ

March 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ୨୦୨୪ରେ ସମାନ ସୁଯୋଗ ପାଇଁ ନିଜ ପ୍ରତିବଦ୍ଧତାକୁ କାର୍ଯ୍ୟକାରୀ କରି ନିର୍ବାଚନ ଆୟୋଗ ଆଜି ଓଡ଼ିଶା ସମେତ ୪ ରାଜ୍ୟରେ ୮ ପୁଲିସ ଅଧିକାରୀ ଓ ୫ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ଗୁଜରାଟ, ପଞ୍ଜାବ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ୪ଟି ରାଜ୍ୟରେ ଜିଲ୍ଲାପାଳ ଓ ପୁଲିସ ଅଧୀକ୍ଷକ (ଏସପି) ଭାବେ ନେତୃତ୍ୱ ଦାୟିତ୍ୱରେ ଥିବା ଅଣକ୍ୟାଡର ଅଧିକାରୀଙ୍କ ପାଇଁ ବଦଳି ଆଦେଶ ଜାରି କରାଯାଇଛି। ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଓ ଏସପି ପଦବୀ ଯଥାକ୍ରମେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଏବଂ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ଓ ଶ୍ରୀ ସୁଖବୀର ସିଂହ ସାନ୍ଧୁଙ୍କ ଉପସ୍ଥିତିରେ ଆୟୋଜିତ ବୈଠକ ପରେ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି।

ବଦଳି ହୋଇଥିବା ଅଧିକାରୀମାନେ ହେଲେ:

୧.    ଗୁଜରାଟ – ଛୋଟା ଉଦୟପୁର ଏବଂ ଅହମ୍ମଦାବାଦ ଗ୍ରାମୀଣ ଜିଲ୍ଲା ଏସପି

୨.    ପଞ୍ଜାବ – ପଠାନକୋଟ, ଫାଜିଲ୍‌କା, ଜଳନ୍ଧର ଗ୍ରାମୀଣ ଏବଂ ମାଲେରକୋଟଲା ଜିଲ୍ଲାର ଏସଏସପି

୩. ଓଡ଼ିଶା – ଢେଙ୍କାନାଳର ଜିଲ୍ଲାପାଳ ଏବଂ ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସପି

୪. ପଶ୍ଚିମବଙ୍ଗ- ପୂର୍ବ ମେଦିନୀପୁର, ଝାରଗ୍ରାମ, ପୂର୍ବ ବର୍ଦ୍ଧମାନ ଓ ବୀରଭୂମ ଜିଲ୍ଲାର ଡିଏମ୍

ଏହାବ୍ୟତୀତ ନିର୍ବାଚିତ ରାଜନୈତିକ ପ୍ରତିନିଧିଙ୍କ ସହ ସେମାନଙ୍କର ସମ୍ପର୍କ କିମ୍ବା ପାରିବାରିକ ସମ୍ପର୍କକୁ ଦୃଷ୍ଟିରେ ରଖି ପଞ୍ଜାବର ଭଟିଣ୍ଡା ଏସଏସପି ଏବଂ ଆସାମର ସୋନିତପୁର ଏସପିଙ୍କୁ ବଦଳି କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନର ପକ୍ଷପାତିତା କିମ୍ବା ଆପୋସ ବୁଝାମଣା ଆଶଙ୍କାକୁ ଦୂର କରିବା ପାଇଁ ଏହି ଦୁଇ ଜିଲ୍ଲାର ଅଧିକାରୀଙ୍କୁ ଆଗୁଆ ପଦକ୍ଷେପ ସ୍ୱରୂପ ବଦଳି କରାଯାଇଛି।

ଅଣ-କ୍ୟାଡର ଅଧିକାରୀଙ୍କୁ ତତ୍କାଳ ପ୍ରଭାବ ସହିତ ଜିଲ୍ଲାପାଳ ଏବଂ ଏସପି/ଏସଏସପି ରୂପରେ ସେମାନଙ୍କର ବର୍ତ୍ତମାନର ଭୂମିକାରୁ ସ୍ଥାନାନ୍ତର କରିବା ଲାଗି ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆୟୋଗଙ୍କ ଆଦେଶ ପାଳନ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

gujarat ias ips Odisha punjab West Bengal
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Latest News

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.