Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ୟୁପିରେ ଗାନ୍ଧୀ ପରିବାରର ରାଜନୈତିକ ଯାତ୍ରା
ଜାତୀୟ ଖବର

ୟୁପିରେ ଗାନ୍ଧୀ ପରିବାରର ରାଜନୈତିକ ଯାତ୍ରା

April 15, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜରୁରୀକାଳୀନ ପରିସ୍ଥିତି ପରେ ୧୯୭୭ରେ ହୋଇଥିବା ସାଧାରଣ ନିର୍ବାଚନକୁ ଛାଡ଼ିଦେଲେ କଂଗ୍ରେସ ଯେତେ ଖରାପ ହେଉ ନା କାହିଁକି ନେହେରୁ-ଗାନ୍ଧୀ ପରିବାର ଯେତେବେଳେ ୟୁପିରୁ ନିର୍ବାଚନ ଲଢ଼ୁଥିଲେ ଜନସାଧାରଣ ସେମାନକୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ୨୦୧୯ରେ ଆମେଥିରେ ରାହୁଲ ଗାନ୍ଧିଙ୍କ ପରାଜୟ ଏକ ବ୍ୟତିକ୍ରମ ଥିଲା। କିନ୍ତୁ ଏଥର ୟୁପିରେ ଗାନ୍ଧୀ ପରିବାର ପାଇଁ ଏକ ‘ସୁରକ୍ଷିତ’ ଆସନ ନାହିଁ। ଗତ ଦୁଇ ଦଶନ୍ଧି ଧରି ଆମେଠି-ରାୟବରେଲି ଆସନରେ ନିର୍ବାଚନ ଘୋଷଣା ପୂର୍ବରୁ ଗାନ୍ଧୀ ପରିବାରର ପ୍ରାର୍ଥୀତ୍ୱ ସ୍ଥିର ହେଉଥିଲା, ଏଥର ତାହା ମଧ୍ୟ ନାହିଁ।

ସ୍ୱାଧୀନତା ପରେ ହୋଇଥିବା ସମସ୍ତ ନିର୍ବାଚନ ମଧ୍ୟରୁ ୧୯୭୭ ହେଉଛି ଏକମାତ୍ର ନିର୍ବାଚନ ଯେଉଁଥିରେ ଗାନ୍ଧୀ ପରିବାରରୁ କେହି ୟୁପିରୁ ନିର୍ବାଚିତ ହୋଇନାହାନ୍ତି। ସେହି ନିର୍ବାଚନରେ ଆମେଥିରୁ ସଞ୍ଜୟ ଗାନ୍ଧୀ ଓ ରାୟବରେଲିରୁ ଇନ୍ଦିରା ଗାନ୍ଧୀ ନିର୍ବାଚନ ହାରିଥିଲେ।

‘୧୯୯୧ରେ ରାଜୀବ ଗାନ୍ଧି ନିର୍ବାଚନ ଜିତିଥିଲେ, କିନ୍ତୁ ଫଳାଫଳ ଆସିବା ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିଲା, ତେଣୁ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହିପରି ଇନ୍ଦିରାଙ୍କ ସହ ଝଗଡ଼ା ପରେ ଅଲଗା ହୋଇଥିବା ମେନକା ଗାନ୍ଧୀ ମଧ୍ୟ ‘୧୯୯୧ ନିର୍ବାଚନରେ ପିଲିଭିତରୁ ପରାଜିତ ହୋଇଥିଲେ। ତେଣୁ ଦଶମ ଲୋକସଭାରେ ଗାନ୍ଧୀ ପରିବାରର ପ୍ରତିନିଧିତ୍ୱ ନ ଥିଲା। ୧୯୯୬ ଓ ୧୯୯୮ ଲୋକସଭା ନିର୍ବାଚନରେ କଂଗ୍ରେସର ନେତୃତ୍ୱ ନେଉଥିବା ଗାନ୍ଧୀ ପରିବାରର କେହି ନିର୍ବାଚନ ଲଢ଼ିନଥିଲେ। ତେବେ ଭିନ୍ନ ରାଜନୈତିକ ବାଟ ବାଛିଥିବା ମେନକା ଗାନ୍ଧୀ ନିଶ୍ଚିତଭାବେ ଲୋକସଭାରେ ପହଞ୍ଚିଥିଲେ।

ଜବାହରଲାଲ ନେହେରୁ

୧୯୫୧-୫୨ମସିହାରେ ସେ ଆହ୍ଲାବାଦ ଜିଲ୍ଲା (ପୂର୍ବ) ଓ ଜୌନପୁର ଜିଲ୍ଲା (ପଶ୍ଚିମ) ଏବଂ ୧୯୫୭ ଓ ୧୯୬୨ମସିହାରେ ଫୁଲପୁରରୁ ସାଂସଦଭାବେ ନିର୍ବାଚିତ ହୋଇଥିଲେ।

ଫିରୋଜ ଗାନ୍ଧୀ

ସେ ଇନ୍ଦିରା ଗାନ୍ଧୀଙ୍କ ସ୍ୱାମୀ ଥିଲେ। ୧୯୫୨ମସିହାରେ ସେ ରାୟବରେଲି-ପ୍ରତାପଗଡ଼ ଓ ୧୯୫୭ମସିହାରେ ରାୟବରେଲିରୁ ସାଂସଦଭାବେ ନିର୍ବାଚିତ ହୋଇଥିଲେ।

ବିଜୟଲକ୍ଷ୍ମୀ ପଣ୍ଡିତ

ସେ ଜବାହରଲାଲ ନେହେରୁଙ୍କ ଭଉଣୀ ଥିଲେ। ୧୯୫୧-୫୨ରେ ସେ ଲକ୍ଷ୍ନୌରୁ ସାଂସଦ ହୋଇଥିଲେ। ନେହେରୁଙ୍କ ଦେହାନ୍ତ ପରେ ସେ ୧୯୬୪ରେ ଫୁଲପୁର ଉପନିର୍ବାଚନରେ ବିଜୟୀ ହୋଇଥିଲେ ଏବଂ ୧୯୬୭ରେ ଏଠାରୁ ସାଂସଦ ହୋଇଥିଲେ।

ଇନ୍ଦିରା ଗାନ୍ଧୀ

ପୂର୍ବତନ ପ୍ରଧାନମନ୍ତ୍ରୀ ୧୯୬୭, ୭୧ ଓ ୮୦ରେ ରାୟବରେଲିରୁ ସାଂସଦ ଥିଲେ। ୧୯୭୭ରେ ଜୟନାରାୟଣଙ୍କ ଠାରୁ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସଞ୍ଜୟ ଗାନ୍ଧି

ଇନ୍ଦିରା ଗାନ୍ଧିଙ୍କ ସାନ ପୁଅ ସଞ୍ଜୟ ୧୯୭୭ ମସିହାରେ ଆମେଠିରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ।

ରାଜୀବ ଗାନ୍ଧୀ

ବିମାନ ଦୁର୍ଘଟଣାରେ ସଞ୍ଜୟ ଗାନ୍ଧିଙ୍କ ମୃତ୍ୟୁ ପରେ ସେ ୧୯୮୧ ରେ ଉପନିର୍ବାଚନରେ ଆମେଥିରୁ ସାଂସଦ ହୋଇଥିଲେ। ସେ ‘୧୯୮୪, ‘୧୯୮୯ ଏବଂ ‘୧୯୯୧ରେ ଆମେଥିରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ।

ଅରୁଣ ନେହେରୁ

ଗାନ୍ଧି ପରିବାରର ଅରୁଣ ୧୯୮୦ରେ ପ୍ରଥମ ଥର ପାଇଁ ରାୟବରେଲି ଉପନିର୍ବାଚନ ଜିତିଥିଲେ ଏବଂ ‘୧୯୮୪ରେ ଏଠାରୁ ସାଂସଦ ହୋଇଥିଲେ। ୧୯୮୯ରେ ସେ ଜନତା ଦଳ ଟିକେଟରେ ବିଲହୋରରୁ ବିଜୟୀ ହୋଇଥିଲେ

ମେନକା ଗାନ୍ଧୀ

ଇନ୍ଦିରାଙ୍କ ବୋହୂ ତଥା ସଞ୍ଜୟ ଗାନ୍ଧୀଙ୍କ ପତ୍ନୀ ୧୯୮୪ମସିହାରେ ରାଜୀବ ଗାନ୍ଧୀଙ୍କ ବିରୋଧରେ ପ୍ରଥମ ଥର ପାଇଁ ଆମେଠିରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ୨୦୦୪, ୨୦୧୪ରେ ଓଁଲା, ୨୦୦୯ରେ ସୁଲତାନପୁର ସୁଲତାନପୁରରୁ ବିଜେପି ସାଂସଦ ହୋଇଥିଲେ।

ସୋନିଆ ଗାନ୍ଧି

୧୯୯୯ରେ ସେ ଆମେଥିରୁ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ। ସେ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ଲଗାତାର ରାୟବରେଲିର ପ୍ରତିନିଧିତ୍ୱ କରି ଆସୁଥିଲେ। ୨୦୨୪ ସେ ଲୋକସଭା ନିର୍ବାଚନ ଲଢ଼ୁ ନାହାନ୍ତି।

ରାହୁଲ ଗାନ୍ଧି

୨୦୦୪ରେ ଆମେଥିରୁ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ। ୨୦୧୪ ପର୍ଯ୍ୟନ୍ତ ଆମେଥିରେ ବିଜୟୀ ହୋଇଥିଲେ। ୨୦୧୯ରେ ଆମେଠିରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହିବର୍ଷ ସେ କେରଳର ୱେୟନାଡ଼ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ରାହୁଲ ୱେୟନାଡ଼ ସଂସଦୀୟ ଆସନରୁ ନିର୍ବାଚନ ଲଢ଼ୁଛନ୍ତି।

ବରୁଣ ଗାନ୍ଧୀ

୨୦୦୯ରେ ସେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ ପିଲିଭିତରୁ ସାଂସଦ ହୋଇଥିଲେ। ୨୦୧୪ରୁ ସୁଲତାନପୁରରୁ ଜିତିଥିଲେ। ‘୨୦୧୯ରେ ପୁଣି ପିଲିଭିତରୁ ବିଜୟୀ ହୋଇଥିଲେ। ଏଥର ନିର୍ବାଚନରେ ତାଙ୍କ ଟିକେଟ୍ ବିଜେପି କାଟି ଦେଇଛି। ସେ ସ୍ୱାଧୀନ କିମ୍ବା ସମାଜବାଦୀ ପାର୍ଟି ପକ୍ଷରୁ ନିର୍ବାଚନ ଲଢ଼ିପାରନ୍ତି।

election indira gandhi up
Share. Facebook Twitter LinkedIn Email WhatsApp Copy Link

Related Posts

ସାର୍ ଯଦୁନାଥ ସରକାର ଫେଲୋସିପର ପ୍ରଥମ ବ୍ୟାଚ ଦୀକ୍ଷାନ୍ତ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

September 2, 2025

ଜାମ୍ମୁ-କାଶ୍ମୀର ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଗୃହମନ୍ତ୍ରୀ ଅମିତ ଶାହ, ନେଲେ ଏହି ନିଷ୍ପତି

September 2, 2025

ଓଡ଼ିଶାର ୨ଟି ମେଡିକାଲ କଲେଜରେ ଏମବିବିଏସ ପାଇଁ ନାମଲେଖା, ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

September 2, 2025

ଓଡିଶାର ଦୁଇଟି ସରକାରୀ ମେଡିକାଲ କଲେଜକୁ ଏମବିବିଏସ ପାଇଁ ୧୦୦ ଲେଖାଏଁ ଆସନ ଅନୁମୋଦିତ

September 2, 2025
Latest News

ସାର୍ ଯଦୁନାଥ ସରକାର ଫେଲୋସିପର ପ୍ରଥମ ବ୍ୟାଚ ଦୀକ୍ଷାନ୍ତ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

September 2, 2025

ଜାମ୍ମୁ-କାଶ୍ମୀର ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଗୃହମନ୍ତ୍ରୀ ଅମିତ ଶାହ, ନେଲେ ଏହି ନିଷ୍ପତି

September 2, 2025

ଓଡ଼ିଶାର ୨ଟି ମେଡିକାଲ କଲେଜରେ ଏମବିବିଏସ ପାଇଁ ନାମଲେଖା, ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

September 2, 2025

ଓଡିଶାର ଦୁଇଟି ସରକାରୀ ମେଡିକାଲ କଲେଜକୁ ଏମବିବିଏସ ପାଇଁ ୧୦୦ ଲେଖାଏଁ ଆସନ ଅନୁମୋଦିତ

September 2, 2025

ଯାତ୍ରୀମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି କଲା ପୂର୍ବତଟ ରେଳପଥ

September 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.