Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡିର ପ୍ରତାପ ଦେବଙ୍କୁ ଟକ୍କର ଦେବେ କଂଗ୍ରେସର ଦେବସ୍ମିତା ଶର୍ମା, ସେ କିଏ ??
ଜାତୀୟ ଖବର

ବିଜେଡିର ପ୍ରତାପ ଦେବଙ୍କୁ ଟକ୍କର ଦେବେ କଂଗ୍ରେସର ଦେବସ୍ମିତା ଶର୍ମା, ସେ କିଏ ??

April 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିର ପ୍ରତାପ ଦେବଙ୍କୁ ଟକ୍କର ଦେବେ କଂଗ୍ରେସର ଦେବସ୍ମିତା ଶର୍ମା, ସେ କିଏ ??

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳି ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାଏ। କାରଣ ଏହି ନିର୍ବାଚନ ମଣ୍ଡଳିର ବିଧାୟକ ହେଉଛନ୍ତି ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ ପ୍ରତାପ ଦେବ। ତେବେ ଏଥର ନିର୍ବାଚନରେ ପ୍ରତାପଙ୍କ ସହିତ ଜଣେ ଯୁବା ପ୍ରାର୍ଥୀ ଲଢେଇ କରିବେ। ସେ ହେଉଛନ୍ତି ଦେବସ୍ମିତା ଶର୍ମା। କଂଗ୍ରେସ ତାଙ୍କୁ ଆଳିରେ ପ୍ରାର୍ଥୀ କରିଛି।

ତେବେ ଦେବସ୍ମିତା ହେଉଛନ୍ତି ଆଳିର ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ। ଦେବେନ୍ଦ୍ର ଶର୍ମା ଏଥର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ତାଙ୍କ ବଦଳରେ ଝିଅ ଦେବସ୍ମିତା ଛିଡା ହେବ ବୋଲି ସେ କଂଗ୍ରେସକୁ ଜଣାଇ ଦେଇଥିଲେ। ସେହି ଅନୁସାରେ ଦଳ ଦେବସ୍ମିତାଙ୍କ ନାମ ଘୋଷଣା କରିଛି।

ଦେବେନ୍ଦ୍ର କହିଛନ୍ତି ଯେ ତାଙ୍କର ଦେହ ଭଲ ରହୁ ନ ଥିବାରୁ ସେ ଆଉ ନିର୍ବାଚନରେ ଭାଗ ନେବେ ନାହିଁ। ତେବେ ସେ ନିର୍ବାଚନ ମଣ୍ଡଳି ରାଜନୀତିରେ ସକ୍ରିୟ ରହିବେ। ବର୍ତ୍ତମାନ ଯୁବ ପିଢି ନିର୍ବାଚନକୁ ଆସିବା ଦରକାର। ସେଥିପାଇଁ ଝିଅ ରାଜନୀତିରେ ପାଦ ଦେଇଛି। ବର୍ତ୍ତମାନ ଆଳି ଏବଂ ରାଜକନିକାରେ କଂଗ୍ରେସ ସଂଗଠନ ବେଶ ସୁଦୃଢ ରହିଛି। ସେଥିପାଇଁ ଦେବସ୍ମିତା ଜିତିବା ସହଜ ହେବ ବୋଲି ଦେବେନ୍ଦ୍ର ଆଶା ରଖିଛନ୍ତି।

ଦେବସ୍ମିତା ଏଥର ନିର୍ବାଚନରେ ଛିଡା ହେବେ ବୋଲି ଚାକିରୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ବୃତିରେ ଜଣେ ଡାକ୍ତର। ନିକଟରେ ସେ ସରକାରୀ ଡାକ୍ତରୀ ପଦବୀରୁ ଇସ୍ତଫା ଦେଇଛନ୍ତି। ତେବେ ଦେବସ୍ମିତା ବହୁ ପୂର୍ବରୁ ନିର୍ବାଚନ ରଣାଙ୍ଗନରେ ଛିଡା ହେବେ ବୋଲି ନିଷ୍ପତି କରି ସେହି ଅଞ୍ଚଳରେ ଲୋକସଂପର୍କ ମଧ୍ୟ ଜାରୀ ରଖିଛନ୍ତି। ସେ ଘରକୁ ଘର ବୁଲି ଲୋକଙ୍କ ସହିତ ବିଶେଷ କରି ମହିଳାଙ୍କ ସହିତ ଯୋଗାଯୋଗରେ ଅଛନ୍ତି।

ଏ ନେଇ ଦେବସ୍ମିତା କହୁନ୍ତି ଯେ ତାଙ୍କ ଜେଜେ ବାପା ଦିବାକର ଶର୍ମା ଡାକ୍ତର ଥାଇ ରାଜନୀତିରେ ପାଦ ଦେଇଥିଲେ। ଆଉ ବିଧାୟକ ମଧ୍ୟ ହୋଇଥିଲେ। ସେହିପରି ବାପା ଦେବେନ୍ଦ୍ର ଶର୍ମା ମଧ୍ୟ ବିଧାୟକ ଥିଲେ। ତେଣୁ ଆମ ପରିବାର ଗୋଟିଏ ରାଜନୈତିକ ପରିବାର। ଆମ ପରିବାର ପ୍ରତି ଆଳି ଜନସଧାରଣଙ୍କର ଭଲ ପାଇବା ରହିଛି। ପରବର୍ତ୍ତି ପିଢି ଭାବେ ତାହାକୁ ମୁଁ ଆଗକୁ ନେବେ ବୋଲି ଦେବସ୍ମିତା କହିଛନ୍ତି।

ଦେବସ୍ମିତା କଂଗ୍ରେସ ରାଜନୀତିରେ ପୂର୍ବରୁ ପାଦ ଥାପି ସାରିଛନ୍ତି। କାରଣ 2014 ମସିହାରେ ବାପା ଦେବେନ୍ଦ୍ର ଶର୍ମାଙ୍କ ପାଇଁ ସେ ପ୍ରଚାରର ମଙ୍ଗ ଧରିଥିଲେ। କଂଗ୍ରେସକୁ ଭୋଟ ଦେବା ପାଇଁ ସେ ଲୋକଙ୍କ ଘରକୁ ଘର ବୁଲିଥିଲେ। ବାପା ମଧ୍ୟ ସେତେବେଳେ ମୋତେ ରାଜନୀତିରେ ଆଗକୁ ଆଣିଥିଲେ ବୋଲି ଦେବସ୍ମିତା କହିଛନ୍ତି। ତେବେ ବର୍ତ୍ତମାନ ସେ ଆଳିରେ ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ ପ୍ରତାପ ଦେବଙ୍କୁ ଟକ୍କର ଦେବେ।

odishaelection2024 ଓଡିଶାନିର୍ବାଚନ2024 ଡାକ୍ତର ଦେବସ୍ମିତା ଶର୍ମା ଦେବସ୍ମିତା ଶର୍ମା ପ୍ରତାପ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Latest News

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.