Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡିର ଘୋଷିତ ୬ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ, ୪ ବିଧାୟକଙ୍କ ଟିକେଟ କଟିଲା, ଭାଗ୍ୟବାନ ତୁଷାର
ଜାତୀୟ ଖବର

ବିଜେଡିର ଘୋଷିତ ୬ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ, ୪ ବିଧାୟକଙ୍କ ଟିକେଟ କଟିଲା, ଭାଗ୍ୟବାନ ତୁଷାର

April 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିର ଘୋଷିତ ୬ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ, ୪ ବିଧାୟକଙ୍କ ଟିକେଟ କଟିଲା, ଭାଗ୍ୟବାନ ତୁଷାର

ଭୁବନେଶ୍ବର: ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେବେ ଏହି ପ୍ରାର୍ଥୀଙ୍କ ମଧ୍ୟରୁ ନବୀନ ୪ ଜଣ ବିଧାୟକଙ୍କ ଟିକେଟ କାଟିବା ସହିତ ୫ ଜଣ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛନ୍ତି। ତେବେ ଏହି ସପ୍ତମ ତାଲିକାରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ହେଉଛନ୍ତି ଏକମାତ୍ର ବିଧାୟକ ଯାହାର ଟିକେଟ କଟି ନାହିଁ। ତାଙ୍କୁ ଛାଡିଦେଲେ ଏଥର ବିଜେଡି ୫ ଜଣ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛି।

ଯେଉଁମାନଙ୍କର ଟିକେଟ କଟିଛି ସେମାନେ ହେଲେ ବରୀ ବିଧାୟିକା ସୁନନ୍ଦା ଦାସ, ବାଲିକୂଦା ଏରସମାର ରଘୁନନ୍ଦନ ଦାସ, ହିନ୍ଦୋଳରୁ ସୀମାରାଣୀ ନାୟକ ଏବଂ ବାଙ୍ଗିରୀପୋଷିର ବିଧାୟକ ସୁଦାମ ମାରଣ୍ଡି। ତେବେ ସୁଦାମ ମାରାଣ୍ଡିଙ୍କୁ ଦଳ ଏଥର ଟିକେଟ ନ ଦେଇ ତାଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି। ହେଲେ ଅନ୍ୟମାନଙ୍କ ସଂପୂର୍ଣ୍ଣ ରୂପେ ନିର୍ବାଚନ ମଇଦାନରୁ ଦୂରେଇ ଦିଆଯାଇଛି।

ତେବେ ବରୀର ବିଧାୟିକା ସୁନନ୍ଦା ଦାସଙ୍କୁ ଦଳ ଏଥର ଭରସାକୁ ନେଇ ନାହିଁ। ହେଲେ ବିଜେପି ଛାଡି ବିଜେଡିରେ ଯୋଗଦେଇଥିବା ବିଶ୍ବ ରଂଜନ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି। ଗତ ନିର୍ବାଚନରେ ସୁନନ୍ଦା ଏବଂ ବିଶ୍ବ ରଂଜନ ମଧ୍ୟରେ ଲଢେଇ ହୋଇଥିଲା। ଏଥିରେ ବିଶ୍ବ ପ୍ରାୟ ଚାରି ହଜାର ପାଖାପାଖି ଭୋଟରେ ହାରିଯାଇଥିଲେ। ଏଥର ତାଙ୍କୁ ଦଳ ପ୍ରାର୍ଥୀ କରି ସେ ବହୁ ଭୋଟରେ ଜିତିବେ ବୋଲି ଆଶା କରିଛି।

ସେହିପରି ବାଲକୂଦା ଏରସମାରେ ବିଧାୟକ ରଘୁନନ୍ଦନ ଦାସଙ୍କୁ ଦଳ ଭରସା କରି ନାହିଁ। ତାଙ୍କ ବଦଳରେ ଗତଥର ତାଙ୍କ ସହିତ ସ୍ବାଧୀନରୁ ଲଢେଇ କରିଥିବା ସାରଦା ଜେନାଙ୍କୁ ପ୍ରାର୍ଥୀ କରିଛି। ସାରଦା ବିଜେଡିରେ ମିଶିବା ପରେ ଦଳ ତାଙ୍କ ଉପରେ ଭରସା କରିଛି। ରଘୁନନ୍ଦନଙ୍କ କୁଆଡେ ଦେହ ଭଲ ରହୁ ନ ଥିବାରୁ ଦଳ ତାଙ୍କୁ ଟିକେଟ ଦେଲା ନାହିଁ ବୋଲି କୁହାଯାଉଛି।

ହିନ୍ଦୋଳରେ ଏଥର ବିଜେଡି ଢେଙ୍କାନାଳ  ସାଂସଦ ମହେଶ ସାହୁଙ୍କୁ ବିଧାୟକ ପ୍ରାର୍ଥି କରିଛି।  ସେ ପୁଣିଥରେ ସାଂସଦ ପ୍ରାର୍ଥୀ ହେବେ ବୋଲି ଆଶା କରିଥିଲେ। ହେଲେ ଦଳ ତାଙ୍କ ବଦଳରେ ଯୁବ ପ୍ରାର୍ଥୀ ଅବିନାଶ ସାମଲଙ୍କ ଉପରେ ଭରସା କରିଛି। ଅବିନାଶଙ୍କ ନାମ ଘୋଷଣା ହେବା ପରେ ମହେଶ କଣ କରିବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ଦଳ ସେଠାକାର ବିଧାୟକ ସୀମାରାଣୀ ନାୟକଙ୍କ ଟିକେଟ କାଟି ମହେଶ ସାହୁଙ୍କୁ ପ୍ରାର୍ଥୀ କରିଛି।

ବିଜେଡି ବାଙ୍ଗିରୀପୋଷିର ବିଧାୟକ ସୁଦାମ ମାରାଣ୍ଡିଙ୍କ ଟିକେଟ କାଟିଥିଲେ ମଧ୍ୟ ତାଙ୍କ ପତ୍ନୀଙ୍କ ଉପରେ ଦଳ ଭରସା କରି ଟିକେଟ ଦେଇଛି। ତେବେ ଏହି ୬ ଜଣିଆ ତାଲିକାରେ କେବଳ ତୁଷାରଙ୍କୁ ଛାଡି ଦେଲେ ଆଉ ସମସ୍ତେ ନୂଆ। ସେହିପରି ୬ ଜଣିଆ ତାଲିକାରେ ଦଳ ଦୁଇ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ବିଧାୟସଭା ପ୍ରାର୍ଥୀ ତାଲିକାରେ ମୋଟ ୩୪ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ଯାହା ୨୪ ପ୍ରତିଶତ ବୋଲି ଜଣା ପଡିଛି।

odishaelection2024 ଓଡିଶାନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026
Latest News

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.