Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଫୁଲବାଣୀରେ ପ୍ରଧାନମନ୍ତ୍ରୀ ମୋଦୀ, ନବୀନଙ୍କ ନାଁ ନେଇ କଲେ ପ୍ରଚଣ୍ଡ ଆକ୍ରମଣ
ଜାତୀୟ ଖବର

ଫୁଲବାଣୀରେ ପ୍ରଧାନମନ୍ତ୍ରୀ ମୋଦୀ, ନବୀନଙ୍କ ନାଁ ନେଇ କଲେ ପ୍ରଚଣ୍ଡ ଆକ୍ରମଣ

May 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ଫୁଲବାଣୀରେ ଜୋରଦାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବ ଅପେକ୍ଷା ଏଥର ରାଜ୍ୟ ସରକାରଙ୍କ ବିରୋଧରେ ଶାଣିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଏଥର ସେ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। ସେ ନବୀନ ପଟ୍ଟନାୟକଙ୍କୁ ଆହ୍ବାନ ଦେଇଛନ୍ତି।

ଫୁଲବାଣୀ ସଭାରେ ମୋଦୀ କହିଛନ୍ତି ଯେ, ମୁଁ ନବୀନବାବୁଙ୍କୁ ଆହ୍ବାନ କରୁଛି, ସେ ବିନା କାଗଜରେ ଓଡିଶାର ସମସ୍ତ ଜିଲ୍ଲାର ନାମ କହିପାରିବେ କି ? ଯିଏ ନିଜ ରାଜ୍ୟର ଜିଲ୍ଲା ଜାଣିପାରି ନାହିଁ ସେ ଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କର ଦରକାର କି ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଓଡିଶା ମାଟିର ନେତାଙ୍କୁ ଆମେ ମୁଖ୍ୟମନ୍ତ୍ରୀ କରିବୁ।

ସେ ବିଶାଳ ଜନସମାବେଶକୁ ଅନୁରୋଧ କରି କହିଥିଲେ ଯେ, ଆପଣମାନେ କେବଳ ପାଞ୍ଚ ବର୍ଷ ଆମକୁ ଶାସନ କରିବା ପାଇଁ ଦିଅନ୍ତୁ। କେବଳ ପାଞ୍ଚବର୍ଷ ପାଇଁ ଶାସନ କ୍ଷମତା ଦିଅନ୍ତୁ ଦେଖିବେ ଓଡିଶା କିପରି ଦେଶରେ ନମ୍ବର ୱାନ ରାଜ୍ୟ ଭାବେ ପରିଗଣତି ହେବ। ଆମର ସମସ୍ତ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାନ୍ତୁ। ସେହିପରି ସବୁ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ଆମର ଯେଉଁ ଚାରିଶହ ପାର ନାରା ରହିଛି ତାହାକୁ ସାକାର କରାନ୍ତୁ।

ସେହିପରି ମୋଦୀ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ପ୍ରସଂଗ ମଧ୍ୟ ଲୋକଙ୍କ ସମ୍ମଖରେ ରଖିଥିଲେ। ସେ କହିଥିଲେ ଯେ, ଯେଉଁ ମୁଖ୍ୟମନ୍ତ୍ରୀ ରତ୍ନ ଭଣ୍ଡାର ଚାବି ସୁରକ୍ଷିତ ରଖିପାରୁ ନାହାଁନ୍ତି ସିଏ କିପରି ରାଜ୍ୟ ସମ୍ଭାଳିବ। ରତ୍ନ ଭଣ୍ଡାରର କୁଆଡେ ଡୁପ୍ଲିକେଟ ଚାବି ଅଛି, ହେଲେ ଏହି ଡୁପ୍ଲେକେଟ ଚାବି କିଏ କଲା। ଏହାଦ୍ବାରା ରତ୍ନ ଭଣ୍ଡାରରୁ ଜିନିଷ କୁଆଡେ ଉଭାନ କରାଯାଇଛି କି ବୋଲି ସେ ପ୍ରଶ୍ନ କରିଥିଲେ।

ସେ କହିଥିଲେ ଯେ, ଓଡିଶା ଖଣିଜ ସଂପଦରେ ଭରପୁର। ହେଲେ ଏହି ରାଜ୍ୟର ଲୋକେ ଦୁଃଖି କାହିଁକି। ମୋଦୀ କହିଥିଲେ ଯେ, ମୁଁ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିଲି। ସେହି ରାଜ୍ୟ ବର୍ତ୍ତମାନ ବେଶ ସମୃଦ୍ଧ ରାଜ୍ୟ ହୋଇପାରିଛି। କିପରି ହେଲା ବୋଲି ସେ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, ଗୁଜୁରାଟରେ ଲୁଣକୁ ଛାଡି ଦେଲେ ଆଉ କୌଣସି ଖଣିଜ ସଂପଦ ନାହିଁ। ହେଲେ ଆଜି ସେହି ରାଜ୍ୟର ଲୋକେ ବେଶ ଖୁସି ରହିଛନ୍ତି। ସେମିତି ଆପଣମାନେ ଆମକୁ ଶାସନ କରିବାକୁ ଦିଅନ୍ତୁ ଦେଖିବେ ଓଡିଶା ନମ୍ବର ୱାନ ରାଜ୍ୟ କରାଇଦେବୁ।

ଏହି ସଭାରେ କନ୍ଧମାଳ ନିର୍ବାଚନ ମଣ୍ଡଳୀରେ ସାଂସଦ ପ୍ରାର୍ଥୀଙ୍କ ସହିତ ସମସ୍ତ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ଥିଲେ।

odishaelection2024 Prime Minister ଓଡିଶାନିର୍ବାଚନ2024 ଓଡିଶାରେ ମୋଦୀ ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.