Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କାର୍ତ୍ତିକ ପାଣ୍ଡିଆନଙ୍କୁ ଘେରିଲେ ବିଜେପିର ପାଞ୍ଚ ମହାରଥୀ, ମିଳିତ ସାମ୍ବାଦିକ ସମ୍ମିଳନୀ କରି କଲେ ଆକ୍ରମଣ
ଜାତୀୟ ଖବର

କାର୍ତ୍ତିକ ପାଣ୍ଡିଆନଙ୍କୁ ଘେରିଲେ ବିଜେପିର ପାଞ୍ଚ ମହାରଥୀ, ମିଳିତ ସାମ୍ବାଦିକ ସମ୍ମିଳନୀ କରି କଲେ ଆକ୍ରମଣ

May 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
କାର୍ତ୍ତିକ ପାଣ୍ଡିଆନଙ୍କୁ ଘେରିଲେ ବିଜେପିର ପାଞ୍ଚ ମହାରଥୀ, ମିଳିତ ସାମ୍ବାଦିକ ସମ୍ମିଳନୀ କରି କଲେ ଆକ୍ରମଣ

ଭୁବନେଶ୍ବର: ଆଜି ରାଜ୍ୟ ବିଜେପିରେ ଦେଖିବାକୁ ମିଳିଛି ଏକ ଅପୂର୍ବ ଦୃଶ୍ୟ। ତାହା ହେଲା ଯେ, ପ୍ରଥମ ଥର ପାଇଁ ଦଳର ପାଞ୍ଚ ଜଣ ତୁଙ୍ଗ ନେତା ଏକାଠି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଆଉ ତାହା ହେଉଛି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବିରୋଧରେ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପ୍ରମୁଖ ପାଣ୍ଡିଆନଙ୍କୁ ଟାର୍ଗେଟ କରିସାରିଲେଣି। ସେଥିରେ ମଧ୍ୟ ସନ୍ତୁଷ୍ଠ ନ ହୋଇ ଆଜି ପାଞ୍ଚ ମହାରଥୀ ଏକାଠି ସାମ୍ବାଦିକ ସମ୍ମିଳନୀ କରି ପୁଣି ପାଣ୍ଡିଆନଙ୍କୁ ଆକ୍ରମଣ କରିଛନ୍ତି।

ଆଜିର ସାମ୍ବାଦିକ ସମ୍ମିଳନୀରେ ଯେଉଁ ପାଞ୍ଚ ରଥୀ ଥିଲେ, ସେମାନେ ହେଲେ ପ୍ରତାପ ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ମନମୋହନ ସାମଲ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡଙ୍ଗୀ। ତେବେ ଆଶ୍ଚର୍ଯ୍ୟର କଥା ଏହି ସାମ୍ବାଦିକ ସମ୍ମିଳନୀ ରାଜ୍ୟ କାର୍ଯ୍ୟାଳୟରେ କରାଯାଇ ନ ଥିଲା। ବରଂ ଏକ ତାରକା ହୋଟେଲରେ ଏହାର ବଡ ଆୟୋଜନ କରାଯାଇଥିଲା। ଏପରିକି ଏହି ମିଳିତ ଆକ୍ରମଣରେ ସାଥ ଦେବା ପାଇଁ ସୂଦୂର ସମ୍ବଲପୁରରୁ ଧର୍ମେନ୍ଦ୍ରଙ୍କୁ ରାଜଧାନୀକୁ ଡକାଯାଇଥିଲା।

ଏହି ସାମ୍ବାଦିକ ସମ୍ମିଳନୀ ଏକ ସୁଚିନ୍ତିତ ତଥା ପୂର୍ବ ପ୍ରସ୍ତୁତି କରି କରାଯାଇଥିଲା ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ କେଉଁ ନେତା କଣ କହିବେ ସେ ସଂପର୍କରେ ସମସ୍ତଙ୍କୁ ବିଷୟ ବସ୍ତୁ ବଣ୍ଟାଯାଇଥିଲା। ସେହି ବିଷୟ ବ୍ୟତିତ ଅନ୍ୟ କିଛି କହିବେ ନାହିଁ ବୋଲି ବୋଧହୁଏ ଉପରୁ ନିର୍ଦ୍ଦେଶ ରହିଥିଲା। ନହେଲେ ଧର୍ମେନ୍ଦ୍ର, ବୈଜୟନ୍ତ ଅପରାଜିତାଙ୍କ ପରି ନେତାମାନେ ହାତରେ ଟିପା କାଗଜ ଦେଖି ସାମ୍ବାଦିକ ସମ୍ମିଳନୀ କରି ନ ଥାଆନ୍ତେ। ଲାଗୁ ଥିଲା ସତେ ଯେପରି କେଉଁଠି କିଛି ଭୁଲ ହୋଇଗଲେ ଉପରୁ ମାଡ ହେବ। ତାହାକୁ ଧ୍ୟାନ ରଖି ଏମାନେ  ନିର୍ଦ୍ଧିଷ୍ଠ ସୀମା ଭିତରେ ରହି କଥା କହୁଥିଲେ।

ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରତାପ ଷଡଙ୍ଗୀ କନ୍ଧମାଳ ଦଙ୍ଗା ଏବଂ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା ଉପରେ କହିଥିଲେ। ସେତେବେଳେ ହତ୍ୟା ପୂର୍ବରୁ ଲକ୍ଷ୍ଣଣାନନ୍ଦ ସରସ୍ବତୀଙ୍କର ସରକାର କିପରି ସୁରକ୍ଷା ପ୍ରତ୍ୟାହାର କରିଥିଲେ ତା ଉପରେ କହିଥିଲେ। ସରକାର ଜାଣିଶୁଣି ତାଙ୍କ ସୁରକ୍ଷା ହଟାଇଥିଲେ ବୋଲି କହି ସେ ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିଲେ।

ସେହିପରି ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ କିପରି ଘେରିବନ୍ଦି କରି ରଖିଛନ୍ତି ସେ ସଂପର୍କରେ ବୈଜୟନ୍ତ ପଣ୍ଡା କହିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ କାହା ସହିତ ଭେଟାଇ ନ ଦେବା, ତାଙ୍କୁ ଯାହା ଲେଖିକି ଦେବେ ତାହା ସେ ପଢିବା ସଂପର୍କରେ ବୈଜୟନ୍ତ କହିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଡିପ୍ ଫେକ ଭିଡିଓ କରି ଗଣମାଧ୍ୟମରେ ଛଡାଯାଉଛି ବୋଲି ସେ କହିଥିଲେ। ସେହିପରି ଅପରାଜିତା ଷଡଙ୍ଗୀ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ କହିଥିଲେ। ସେ ପ୍ରକଳ୍ପକୁ ସେ ବିରୋଧ ନୁହେଁ ବଂର ସହଯୋଗ କରିଥିଲେ ବୋଲି କହିଥିଲେ।

ଧର୍ମେନ୍ଦ୍ର ପ୍ରଧାନ ପାଣ୍ଡିଆନଙ୍କ ନାମ ନ ନେଇ ତାଙ୍କୁ କିପରି ନିଚା କରିବା ପାଇଁ ବିଭିନ୍ନ କଥା ସେ କହୁଛନ୍ତି ତା ଉପରେ ଧର୍ମେନ୍ଦ୍ର ଗଣମାଧ୍ୟମ ଆଗରେ କହିଥିଲେ। ସେ ଚାରିଆଡେ ବୁଲିବୁଲି ମୋର ଅପ୍ରଚାର କରୁଛନ୍ତି ବୋଲି ସେ ଉଦାହରଣ ଦେଇ କହିଥିଲେ। ତେବେ ସେଥିରେ ତାଙ୍କର କିଛି ହେବ ନାହିଁ ବୋଲି ଧର୍ମେନ୍ଦ୍ର ଉତ୍ତର ରଖିଥିଲେ। ସେହିପରି ମନମୋହନ ସାମଲ ଏଥର ଓଡିଶାରେ ବିଜେପି ସରକାର କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ।

ଆଜି ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ସେଥିରେ ଧ୍ୟାନ ନ ଦେଇ ବିଜେପି ଏପରି ମିଳିତ ସାମ୍ବାଦିକ ସମ୍ମିଳନୀ କରିବା କାରଣ କଣ ତାହା ଚର୍ଚ୍ଚାର ବିଷୟ ପାଲଟିଛି।

odishaelection2024 ଓଡିଶା ନିର୍ବାଚନ 2024 ବିଜେପି ସାମ୍ବାଦିକ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.