Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ପ୍ରାର୍ଥୀଙ୍କ ଛାତି ଧୂଡୁଧୂଡୁ, ଭୋଟ ହାର ୬୦ ପ୍ରତିଶତ
ଜାତୀୟ ଖବର

ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ପ୍ରାର୍ଥୀଙ୍କ ଛାତି ଧୂଡୁଧୂଡୁ, ଭୋଟ ହାର ୬୦ ପ୍ରତିଶତ

May 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିନ୍ତା ବଢାଇଲା ସଟ୍ଟା ବଜାରର ପୂର୍ବାନୁମାନ!: ଜାଣନ୍ତୁ ସମସ୍ତ ୫ ରାଜ୍ୟର କିଏ ଗଢିବ ସରକାର?
ଚିନ୍ତା ବଢାଇଲା ସଟ୍ଟା ବଜାରର ପୂର୍ବାନୁମାନ!: ଜାଣନ୍ତୁ ସମସ୍ତ ୫ ରାଜ୍ୟର କିଏ ଗଢିବ ସରକାର?

ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପଞ୍ଚମ ପର୍ଯ୍ୟାୟରେ ତଥା ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସ୍କା ସଂସଦୀୟ କ୍ଷେତ୍ର ଏବଂ ଉକ୍ତ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଶେଷ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହାର ଆପାତତଃ ୬୦ ପ୍ରତିଶତରୁ ଅଧିକ ରହିଛି। ସମସ୍ତ ବୁଥ୍‌ରୁ ତଥ୍ୟ ହସ୍ତଗତ ହେବା ପରେ ଏହି ଭୋଟ ପ୍ରତିଶତ ହାର ଅଧିକ ହେବ।

ରାଜ୍ୟରେ ଉପରୋକ୍ତ ୫ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୩୫ ବିଧାନସଭା କ୍ଷେତ୍ରରେ ଭୋଟରମାନେ ଅପୂର୍ବ ଆନନ୍ଦ ଓ ଉତ୍ସାହର ସହ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ କରି ଜାତୀୟ କର୍ତ୍ତବ୍ୟ ନିଭାଇଛନ୍ତି। ମତଦାନରେ ସମସ୍ତ ବର୍ଗର ଭୋଟର ଯଥା-ନୂଆ ଭୋଟର, ଯୁବ ଭୋଟର, ମହିଳା ଭୋଟର, ଭିନ୍ନକ୍ଷମ ଭୋଟର, ତୃତୀୟ ଲିଙ୍ଗୀ ଭୋଟର, ଆଦିମ ଜନଜାତି ଗୋଷ୍ଠୀ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରି ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ଼ କରିଥିବାରୁ ସମସ୍ତ ଭୋଟରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସାଧୁବାଦ ଜଣାଇଛନ୍ତି। ଏତଦ୍‌ବ୍ୟତୀତ ଶାନ୍ତିଶୃଙ୍ଖଳାର ସହ ମତଦାନ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସମସ୍ତ ପୋଲିଂ କର୍ମଚାରୀ, ସୁରକ୍ଷା ବଳଙ୍କୁ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସାଧୁବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ କେତେକ ବୁଥ୍‌ରେ ସନ୍ଧ୍ୟା ପର୍ଯ୍ୟନ୍ତ ମତଦାନ କରିବା ପାଇଁ ଭୋଟରମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ। ସକାଳୁ ମକ୍‌ପୋଲ୍‌ ସମୟରେ ଅଳ୍ପକିଛି ସ୍ଥାନରେ ଇଭିଏମ୍‌ ମେସିନ୍‌ରେ ତ୍ରୁଟି ଦେଖାଯାଇଥିବାରୁ ତୁରନ୍ତ ତାହା ବଦଳା ଯାଇଥିଲା ଏବଂ ମତଦାନ ସ୍ୱାଭାବିକ ଭାବେ ଚାଲିଥିଲା।

ଭୋଟରମାନଙ୍କୁ ମତଦାନ ପ୍ରତି ଆକର୍ଷିତ କରିବା ପାଇଁ ଆଦର୍ଶ ମତଦାନ କେନ୍ଦ୍ରରେ ଗଣତନ୍ତ୍ରର ମହାପର୍ବର ଖୁବ୍‌ ସୁନ୍ଦର ଚିତ୍ର ଦେଖିବାକୁ ମିଳିଥିଲା। ଯୁବ କର୍ମଚାରୀ ପରିଚାଳିତ ବୁଥ୍‌, ମହିଳା କର୍ମଚାରୀ ପରିଚାଳିତ ବୁଥ୍‌, ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ୍‌ ଆଦି ସ୍ଥାପନ କରାଯାଇ ଭୋଟରମାନଙ୍କୁ ସ୍ୱାଗତ କରାଯାଇଥିଲା। ଅନେକ ବୁଥ୍‌ରେ ସ୍ଥାନୀୟ ଚିତ୍ରକଳା, ଜନଜାତି ଥିମ୍‌ ଦେଖିବାକୁ ମିଳିଥିଲା। ସମସ୍ତ ବୁଥ୍‌ରେ ମତଦାତାମାନଙ୍କୁ ମତଦାନର ସୁଖଦ ଅନୁଭୂତି ଦିଆଯିବା ପାଇଁ ପୋଲିଂ କର୍ମଚାରୀ ପ୍ରୟାସ କରିଥିଲେ। ସମସ୍ତ ବୁଥ୍‌ରେ ପାନୀୟ ଜଳ, ଛାଇ, ସେଲ୍‌ଫି ଷ୍ଟାଣ୍ଡ ଆଦିର ବ୍ୟବସ୍ଥା କରାଯାଇଥିଲା। ପ୍ରତି ବୁଥ୍‌ରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଥିଲା।

ହ୍ୱିଲ୍‌ ଚେୟାର ମାଧ୍ୟମରେ ଭିନ୍ନକ୍ଷମ ଓ ବରିଷ୍ଠ ଭୋଟରମାନଙ୍କୁ ସେ୍ୱଚ୍ଛାସେବୀମାନେ ମତଦାନରେ ସାହାଯ୍ୟ କରିଥିଲେ। ସେମାନଙ୍କୁ ଘରୁ ମତଦାନ କେନ୍ଦ୍ର ଆସିବା ଓ ଯିବା ପାଇଁ ମାଗଣାରେ ଯାନ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ରଖାଯାଇଥିଲା। ୱେବ୍‌କାଷ୍ଟିଂ ଜରିଆରେ ନିର୍ଦ୍ଦିଷ୍ଟ ବୁଥ୍‌ଗୁଡ଼ିକ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣିଂ ଅଫିସରମାନଙ୍କ ପକ୍ଷରୁ ତୀକ୍ଷ୍‌ଣ ନଜର ରଖାଯାଇଥିଲା।

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ତିରୁମାଲା ନାୟକଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ପରିଚାଳନା ସମ୍ବନ୍ଧୀୟ ଅଭିଜ୍ଞତା ଥିବା ବରିଷ୍ଠ ଅଧିକାରୀମାନେ ୱେବ୍‌କାଷ୍ଟିଂ ଜରିଆରେ ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ଉପରେ କଡ଼ା ନଜର ରଖିଥିଲେ। ରିପୋର୍ଟ ପ୍ରସ୍ତୁତ ବେଳକୁ ବିଭିନ୍ନ ବୁଥ୍‌ରୁ ପୋଲିଂ ପାର୍ଟିମାନେ ରିସିଭିଂ ସେଣ୍ଟରକୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛନ୍ତି।

2nd phase 2nd Phase Election odishavoting odishavoting2024 ଓଡିଶା ନିର୍ବାଚନ 2024 ଓଡିଶାରେ ମତଦାନ ଦ୍ବିତୀୟ ପର୍ଯ୍ୟାୟ ମତଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ନନ୍ଦନକାନନକୁ ଗୁଜରାଟ ବନ୍ତାରାରୁ ଆସିଲେ ୭ ପ୍ରଜାତିର ନୂଆ ଅତିଥି

September 12, 2026

ବ୍ରିକ୍ସ ପ୍ଲାଟଫର୍ମରୁ ମହିନ୍ଦ୍ରାଙ୍କୁ ପ୍ରଶଂସା କଲେ ପୁଟିନ୍: ଜାଣନ୍ତୁ କାହିଁକି?

September 12, 2026

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ମହମ୍ମଦ ସିରାଜ ଅଧିନାୟକ ନିଯୁକ୍ତ: ଘୋଷଣା କଲା HCA 

September 12, 2026
Latest News

ନନ୍ଦନକାନନକୁ ଗୁଜରାଟ ବନ୍ତାରାରୁ ଆସିଲେ ୭ ପ୍ରଜାତିର ନୂଆ ଅତିଥି

September 12, 2026

ବ୍ରିକ୍ସ ପ୍ଲାଟଫର୍ମରୁ ମହିନ୍ଦ୍ରାଙ୍କୁ ପ୍ରଶଂସା କଲେ ପୁଟିନ୍: ଜାଣନ୍ତୁ କାହିଁକି?

September 12, 2026

କ୍ଷତିକାରକ ନୁହେଁ ଉପବାସ, ଜାଣନ୍ତୁ କ’ଣ ମିଳିଥାଏ ଲାଭ

September 12, 2026

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ମହମ୍ମଦ ସିରାଜ ଅଧିନାୟକ ନିଯୁକ୍ତ: ଘୋଷଣା କଲା HCA 

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.