Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତରେ ପ୍ରତିବର୍ଷ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି ୧ଲକ୍ଷ ଲୋକ 
ଜାତୀୟ ଖବର

ଭାରତରେ ପ୍ରତିବର୍ଷ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି ୧ଲକ୍ଷ ଲୋକ 

May 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରକ୍ତ କର୍କଟ ଏକ ଗୁରୁତର ସମସ୍ୟା ତେବେ ସଠିକ୍ ସମୟରେ ରୋଗ ନିରୂପଣ, ପରୀକ୍ଷା ନିରୀକ୍ଷା ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ମଣିଷ ଏହି ଜଟିଳ ବ୍ୟାଧିରୁ ସୁସ୍ଥ ହୋଇପାରିବ। ସେହିପରି ବର୍ତମାନ ଅତ୍ୟାଧୁନିକ ଷ୍ଟେମ୍ ସେଲ ପ୍ରତ୍ୟାରୋପଣ ପ୍ରକ୍ରିୟା ଦ୍ୱାରା ରକ୍ତ କର୍କଟ ବ୍ୟାଧିକୁ ମଣିଷ ପରାସ୍ତ କରିପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ହେମାଟୋଲୋଜି, ହେମାଟୋ ଅଙ୍କୋଲୋଜି ଏବଂ ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଂଟ ବିଭାଗ ପକ୍ଷରୁ ବିଶ୍ୱ ରକ୍ତ କର୍କଟ ଦିବସ ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରିୟଙ୍କା ସାମଲ କହିଛନ୍ତି ଯେ ସମ୍ ହସ୍ପିଟାଲ୍‌ରେ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୨୦୦୦ ରୁ ଊର୍ଦ୍ଧ୍ୱ ରୋଗୀଙ୍କ ଶରୀରରେ ରକ୍ତ କର୍କଟ ଚିହ୍ନଟ, ପରୀକ୍ଷା ଓ ଚିକିତ୍ସା କରାଯାଇଛି। ସେହିପରି ୨୦୧୯ରୁ ହସ୍ପିଟାଲ୍‌ରେ ବୋନ୍‌ମ୍ୟାରୋ ପ୍ରତ୍ୟାରୋପଣ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ବର୍ତମାନ ୫୦ ଜଣ ରୋଗୀଙ୍କର ଷ୍ଟେମ୍ ସେଲ ପ୍ରତ୍ୟାରୋପଣ (ଉଭୟ ଅଟୋଲୋଗସ୍ ଓ ଆଲୋଜେନିକ୍ ପ୍ରତ୍ୟାରୋପଣ) ସମ୍ପନ୍ନ କରାଯାଇଛି।

ଏହି ଅବସରରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ତଥା ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର କହିଥିଲେ ଯେ ରକ୍ତ କର୍କଟ ସମସ୍ୟା ପ୍ରାୟ ୨୫ ପ୍ରତିଶତ ପିଲାଙ୍କ ମଧ୍ୟରେ ଦେଖା ଦେଉଛି। ସେହିପରି ବିଶ୍ୱରେ ବର୍ଷକୁ ପ୍ରାୟ ୧୫ ଲକ୍ଷ ଓ ଭାରତରେ ଏକ ଲକ୍ଷ ଲୋକଙ୍କ ଶରୀରରେ ରକ୍ତ କର୍କଟ ଚିହ୍ନଟ ହେଉଛି। କିନ୍ତୁ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ସମସ୍ୟାରୁ ସୁସ୍ଥ ହେବା ସମ୍ଭବ ତେଣୁ ଭୟଭୀତ ନ ହୋଇ ରୋଗୀ ନିଜର ଚିକିତ୍ସା କରାଇବା ଆବଶ୍ୟକ ବୋଲି ସେ କହିଥିଲେ।

ରକ୍ତ କର୍କଟ କ୍ଷେତ୍ରରେ ଭାରତର ସ୍ଥାନ ଆମେରିକା ଓ ଚୀନ ପରେ ତୃତୀୟ ସ୍ଥାନରେ ରହିଛି। ପ୍ରତି ୫ ମିନିଟ୍‌ରେ ଜଣେ ଲୋକ ଶରୀରରେ ରକ୍ତ କର୍କଟ ଚିହ୍ନଟ ହେଉଥିବା ବେଳେ ପ୍ରତ୍ୟେକ ବର୍ଷ ୭୦ ହଜାର ଲୋକ ଏହି କାରଣରୁ ମୃତ୍ୟୁ ବରଣ କରୁଛନ୍ତି। ସେହିପରି ଭାରତରେ ସବୁ ପ୍ରକାରର କର୍କଟ ରୋଗୀଙ୍କ ମଧ୍ୟରୁ ୮ ପ୍ରତିଶତ କେବଳ ରକ୍ତ କର୍କଟ ରୋଗରେ ପୀଡ଼ିତ ବୋଲି ଡାକ୍ତର ସାମଲ କହିଥିଲେ।

ଏହି ଅବସରରେ ସମ୍ ହସ୍ପିଟାଲ୍‌ର ମେଡିସିନ୍ ବିଭାଗର ସିନିୟର ପ୍ରଫେସର ଡାକ୍ତର ଲଳିତ୍ କୁମାର ମେହେର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ରୋଗର ଲକ୍ଷଣ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ପ୍ରାରମ୍ଭିକ ସ୍ତରରେ ରୋଗ ଚିହ୍ନଟ ଓ ଚିକିତ୍ସା ହେଲେ ରୋଗୀ ସୁସ୍ଥ ହୋଇପାରିବେ ବୋଲି କହିଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଆଡିସ୍‌ନାଲ୍ ଡିନ୍ (ଏଗ୍‌ଜାମିନେସନ୍ ସେଲ୍‌) ପ୍ରଫେସର ରଚିତା ଷଡ଼ଙ୍ଗୀ ସମ୍ ହସ୍ପିଟାଲରେ ଏହି ରୋଗର ସମସ୍ତ ଚିକିତ୍ସା ଉତମ ରୂପେ କରାଯାଉଛି ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ରଙ୍କର ରକ୍ତ କର୍କଟରୁ ଚିକିତ୍ସା ପରେ ସୁସ୍ଥ ହୋଇଥିବା ରୋଗୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତାକୁ ପ୍ରଫେସର ପ୍ରିୟଙ୍କା ସାମଲ ପଢ଼ି ଶୁଣାଇଥିଲେ। “ଆମେ ଏକତ୍ରିତ ହୋଇ ଏହି ରୋଗ ସହ ଯୁଦ୍ଧ କରି ତାକୁ ପରାସ୍ତ କରିପାରିବା। ଏଥି ନିମନ୍ତେ ସଚେତନତା, ସହଯୋଗ ଏବଂ ଉତମ ଚିକିତ୍ସାର ଆବଶ୍ୟକତା ରହିଛି” ବୋଲି ପ୍ରଫେସର ମିଶ୍ର ତାଙ୍କ ବାର୍ତାରେ କହିଥିଲେ।

କାର୍ଯ୍ୟକ୍ରମ ଶେଷରେ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର ) ପ୍ରୀତିଶ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

sum hospital
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.