Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମଧ୍ୟବିତ୍ତଙ୍କ ସମେତ ସମାଜର ପ୍ରତ୍ୟେକ ବର୍ଗର ବିକାଶ ପାଇଁ ଆସିଲା ପାଞ୍ଚ ନବୀନ ଗ୍ୟାରେଣ୍ଟି
ଜାତୀୟ ଖବର

ମଧ୍ୟବିତ୍ତଙ୍କ ସମେତ ସମାଜର ପ୍ରତ୍ୟେକ ବର୍ଗର ବିକାଶ ପାଇଁ ଆସିଲା ପାଞ୍ଚ ନବୀନ ଗ୍ୟାରେଣ୍ଟି

May 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମଧ୍ୟବିତ୍ତଙ୍କ ସମେତ ସମାଜର ପ୍ରତ୍ୟେକ ବର୍ଗର ବିକାଶ ପାଇଁ ଆସିଲା ପାଞ୍ଚ ନବୀନ ଗ୍ୟାରେଣ୍ଟି

ଭୁବନେଶ୍ବର: ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ଡ଼ଃ ଅମର ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି ବିଜେଡିର ନିର୍ବାଚନୀ ଇସ୍ତାହାରରେ ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ କିଭଳି ଭାବେ ଗୁରୁତ୍ୱ ଦିଆଯାଇଛି, ତା ଉପରେ ବର୍ଣ୍ଣନା କରିଥିଲେ।

ମଧ୍ୟବିତ୍ତମାନେ ସମାଜର ମେରୁଦଣ୍ଡ। ତେଣୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ବିଜେଡିର ଘୋଷଣା ପତ୍ରରେ ବିଭିନ୍ନ ପ୍ରତିଶ୍ରୁତି ରଖିଛନ୍ତି। ନବୀନ ସରକାରଙ୍କ ଦ୍ୱାରା ବିପିଏଲ ପରିବାର ପାଇଁ ପ୍ରଦାନ କରା ଯାଉଥିବା ଲୋକପ୍ରିୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବିଏସକେୱାଇ ନବିନ କାର୍ଡ ମାଧ୍ୟମରେ ସମାଜର ମଧ୍ୟବିତ୍ତ ବର୍ଗର ପରିବାର ପାଇଁ ଉପଲବ୍ଧ ହେବ।

ପ୍ରତ୍ୟେକ ମଧ୍ୟବିତ୍ତ ପରିବାରର ନିଜର ଏକ ପକ୍କା ଘର ସ୍ବପ୍ନ ହୋଇଥିବାରୁ ସେମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ବ୍ୟାଙ୍କରୁ କୋଡିଏ ଲକ୍ଷ ଟଙ୍କା ଲୋନ କରି ପାରିବେ ଯାହାର ସୁଧ ଉପରେ ରାଜ୍ୟ ସରକାରଙ୍କ ତରଫରୁ ରିହାତି ପ୍ରଦାନ କରାଯିବ। ସେହିପରି ମଧ୍ୟବିତ୍ତ ପରିବାରର ପିଲାମାନେ ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ଶିକ୍ଷା ଋଣ ନେଲେ ସେଥିରେ ମଧ୍ୟ ରାଜ୍ୟ ସରକାର ରିହାତି ପ୍ରଦାନ କରିବେ।

କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନୂଆ ଓ ବୃତ୍ତି  ଯୋଜନା ମାଧ୍ୟମରେ ବର୍ଷକୁ ଛାତ୍ରୀଙ୍କୁ ଚଉଦ ହଜାର ଓ ଛାତ୍ରଙ୍କୁ ବାର ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ପବ୍ଲିକ ପରିବହନ ଗୁଡିକରେ ଯଥା ସମସ୍ତ ସରକାରୀ ବସରେ ମଧ୍ୟବିତ୍ତଙ୍କ ପାଇଁ ରିହାତି ଦର ଲାଗୁ ହେବ।

ଡ଼ଃ ପଟ୍ଟନାୟକ କହିଥିଲେ, ଅନୁସୂଚିତ ଜନଜାତି, ଓବିସି ବର୍ଗର ଲୋକଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରତିଶ୍ରୁତି ରହିଛି l ଅନୁସୂଚିତ ଜନଜାତି  ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରା ଯାଉଥିବା ସମସ୍ତ ସୁବିଧା ଚାଲୁ ରହିବ ସଂଗେ ସଂଗେ ଏହି ବର୍ଗର ଯୁବକ ମାନଙ୍କୁ ସ୍ୱାବଲମ୍ବି କରିବା ଲକ୍ଷ୍ୟରେ ଆସନ୍ତା ଦଶ ବର୍ଷରେ ଦଶ ହଜାର କୋଟି ଟଙ୍କା ବ୍ୟୟର ଯୋଜନା କରା ଯାଇଛି।

ପ୍ରତି ବର୍ଷ ଏକ ହଜାର ଅନୁସୂଚିତ ବର୍ଗର ଏକ ହଜାର ଯୁବକ ଯୁବତୀଙ୍କୁ ଏକ ଲକ୍ଷରୁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଜରିଆରେ ରିହାତି ସୁଧ ହାରରେ ଋଣ ପ୍ରଦାନ କରାଯିବ l ଓବିସି ବର୍ଗର ଲୋକଙ୍କ ସ୍ଥିତି ଉପରେ ଏକ ସର୍ଭେ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରା ଯାଇଥିଲା କିନ୍ତୁ କେନ୍ଦ୍ର ସରକାର ସେ ଦିଗରେ ଟାଳ ଟୁଳ ନୀତି ଅଵଲମ୍ବନ କରୁଥିବାରୁ ରାଜ୍ୟ ସରକାର ସର୍ଭେ କାମ ଆରମ୍ଭ କରିଛନ୍ତି ଯାହାକୁ ସମାପ୍ତ କରାଯିବ।

ସମାଜରେ ବାସ କରୁଥିବା ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ଏଜିଙ୍ଗ ସେଣ୍ଟର ପ୍ରତିଷ୍ଠା କରାଯିବ ଯେଉଁଠି ସେମାନଙ୍କ ଅବସର ବିନୋଦନ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯିବ l ସେହିପରି ଦିବ୍ୟାଙ୍ଗ ମାନେ ଯେପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ରହିବେ ସେଥିପାଇଁ ଧ୍ୟାନ ଦିଆଯିବ।

ଦିବ୍ୟାଙ୍ଗ ମାନଙ୍କୁ ସ୍ୱାବଲମ୍ବି କରିବା ଲକ୍ଷ୍ୟରେ ଶହେ କୋଟି ଟଙ୍କାର ଏକ ଇମ୍ପାକ୍ଟ ଫଣ୍ଡ ପ୍ରତିଷ୍ଠା କରାଯିବ। ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ରାଜ୍ୟର ବିକାଶ ଧାରାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧ୍ୟାନ ଦେଇଛନ୍ତି, ଯାହା ବିଜେଡିର ଘୋଷଣାପତ୍ରରେ ସ୍ଥାନ ପାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ଅନ୍ୟତମ ଜାତୀୟ ମୁଖପାତ୍ର ଡ଼ଃ ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

ଅମର ପଟ୍ଟନାୟକ ଓଡିଶା ନିର୍ବାଚନ 2024 ନବୀନ ଗ୍ୟାରେଣ୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୨୩ ତାରିଖ: ଏହି ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

March 23, 2026

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026
Latest News

ଆଜି ମାର୍ଚ୍ଚ ୨୩ ତାରିଖ: ଏହି ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

March 23, 2026

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.