Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚିଲିକା ଓ ମାହାଙ୍ଗାରେେ ଗର୍ଜନ କଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ନବୀନଙ୍କୁ ସମାଲୋଚନା
ଜାତୀୟ ଖବର

ଚିଲିକା ଓ ମାହାଙ୍ଗାରେେ ଗର୍ଜନ କଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ନବୀନଙ୍କୁ ସମାଲୋଚନା

May 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକା ଓ ମାହାଙ୍ଗାରେେ ଗର୍ଜନ କଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ନବୀନଙ୍କୁ ସମାଲୋଚନା

ଭୁବନେଶ୍ବର: ଆଜି ଓଡିଶା ପ୍ରଚାରରେ ଆସି ନବୀନ ସରକାରଙ୍କୁ ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ଓଡିଶାରେ ପହଞ୍ଚିବା ପରେ ପ୍ରଥମେ ବାଣପୁରର ପଲଟନ ପଡିଆରେ ଆୟୋଜିତ ସମାବେଶକୁ ଉଦବୋଧନ ଦେଇଥିଲେ। ସେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ଚିଲିକା ବିଧାନସଭା ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନଙ୍କୁ ଭୋଟ ଦେବା ପାଇଁ ସେ ନିବେଦନ କରିଥିଲେ।

ତାଙ୍କ ଅଭିଭାଷଣରେ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ନବୀନ ପଟ୍ଟନାୟକଙ୍କୁ ନୌକରଶାହା ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ବାବୁମାନେ ତାଙ୍କ ଚାରିପାଖେ ଘେରି ରହିଛନ୍ତି ବୋଲି ସେ କହିଥିଲେ। ଏହାଦ୍ବାରା ଓଡିଶାରେ ଖଣି, ଜମି ମାଫିଆ ଏବଂ ବାଲି ମାଫିଆଙ୍କ ରାଜ ଚାଲିଛି। ଉତ୍ତର ପ୍ରଦେଶ ପରି ଓଡିଶାରେ ମଧ୍ୟ ବୁଲଡୋଜର ମାଧ୍ୟମରେ ସେମାନଙ୍କୁ ସାବାଡ କରାଯିବ ବୋଲି ଯୋଗୀ କହିଥିଲେ।

ଏହି ଅବସରରେ ସେ କହିଥିଲେ ଯେ, ପୁରୀ ବିନା ଦେଶରେ ସନାତନ ଧର୍ମର ବିଚାର କରାଯାଇପାରିବ ନାହିଁ। ମୁଁ ପ୍ରଭୃ ଶ୍ରୀରାମ କ୍ଷେତ୍ରରୁ ପ୍ରଭୃ ଜଗନ୍ନାଥ ଧାମକୁ ଆସିଛି। ଆପଣମାନେ ଯାଆନ୍ତୁ ରାମମନ୍ଦିରକୁ ଦେଖିବେ କିପରି ହୋଇଛି। ହେଲେ ଓଡିଶା ସରକାର ପ୍ରଭୃଙ୍କ ରତ୍ନଭଣ୍ଡାର ଚାବି କେଉଁଆଡେ ହଜିଯାଉଛି ତାହା ଜାଣିପାରୁ ନାହାଁନ୍ତି। ଏପରି ସରକାରଙ୍କୁ ବିଦାୟ କରିଦେବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ସଭାରେ ସେ ସମ୍ବିତ ପାତ୍ର ଏବଂ ପୃଥୀରାଜଙ୍କୁ ଅନୁରୋଧ କରିଥିଲେ ଯେ ଆପଣମାନେ ନିର୍ବାଚନ ପରେ ଏହି ପୁରୀ ଲୋକଙ୍କ ରାମମନ୍ଦିର ଦର୍ଶନ କରାଇବା ପାଇଁ ନିଅନ୍ତୁ। ଆମେ ସେଠାରେ ସ୍ବାଗତ କରିବୁ। ଆପଣମାନେ ଦେଖିବେ କିପରି ସେ ମନ୍ଦିର ହୋଇଛି ବୋଲି ଯୋଗୀ କହିଥିଲେ।  ଏହାପରେ ଯୋଗୀ ଆଦିତ୍ୟନାଥ ମହାଙ୍ଗାର କୁଳିଆରେ ଆୟୋଜିତ ଏକ ଜନସମାବେଶରେ ଉଦବୋଧନ ଦେଇଥିଲେ।

ସେଠାରେ ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ମହାଙ୍ଗା ବିଧାନସଭା ପ୍ରାର୍ଥୀ ସୁମନ୍ତ ଘଡାଇଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ। ଏହି ଅବସରରେ ସେ ନବୀନ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଓଡିଶାରେ ବର୍ତ୍ତମାନ ବାବୁରାଜ ଚାଲିଛି। ଏହି ବାବୁରାଜ ଯୋଗୁଁ ରାଜ୍ୟରେ ଅରାଜକତା ବଢିଗଲାଣି। ଓଡିଶା ପଚିଶ ବର୍ଷ ପଛକୁ ଫେରିଗଲାଣି। ହେଲେ ଏଥର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଓଡିଶାରେ ଡବଲ ଇଂଜିନ ସରକାର ଆଣନ୍ତୁ ଦେଖିବେ ରାଜ୍ୟର ଶାସନ ବୁଲେଟ ଟ୍ରେନ ପରି ଚାଲିବ।

yogi adityanath ଓଡିଶା ନିର୍ବାଚନ 2024 ଚିଲିକା ମାହାଙ୍ଗା
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ

February 13, 2026

ଦୁଇଟି ବନ୍ଦେ ଭାରତ ଟ୍ରେନ୍ ବନ୍ଦ କଲା ରେଳବାଇ: ଜାଣନ୍ତୁ ରୁଟ ଏବଂ କାରଣ

February 13, 2026

ଟି-୨୦ ବିଶ୍ଵକପର ବଡ ବିପର୍ଯ୍ୟୟ: ଜିମ୍ବାୱେ ଠାରୁ ଅଷ୍ଟ୍ରେଲିଆ ପରାସ୍ତ

February 13, 2026

ସମାଜବାଦୀ ପାର୍ଟି ମୁଖପାତ୍ର ମନୋଜ ଯାଦବ ଗିରଫ, ଜାଣନ୍ତୁ କାହିଁକି?

February 13, 2026
Latest News

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ

February 13, 2026

ବର୍ଷା ଯୋଗୁଁ ଧୋଇଯିବ କି ଭାରତ-ପାକିସ୍ତାନ ମ୍ୟାଚ୍?: ଜାଣନ୍ତୁ ପାଣିପାଗ ଅପଡେଟ୍

February 13, 2026

BNP ର ବିଜୟ ପରେ ନିର୍ବାସିତ ଲେଖିକାଙ୍କ ପ୍ରଥମ ପ୍ରତିକ୍ରିୟା: ତାରିକ ରହମାନଙ୍କୁ ଦେଲେ ଏହି ପରାମର୍ଶ

February 13, 2026

ଦୁଇଟି ବନ୍ଦେ ଭାରତ ଟ୍ରେନ୍ ବନ୍ଦ କଲା ରେଳବାଇ: ଜାଣନ୍ତୁ ରୁଟ ଏବଂ କାରଣ

February 13, 2026

ଟି-୨୦ ବିଶ୍ଵକପର ବଡ ବିପର୍ଯ୍ୟୟ: ଜିମ୍ବାୱେ ଠାରୁ ଅଷ୍ଟ୍ରେଲିଆ ପରାସ୍ତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.