ବସିଲା ଚଳିତ ବିଧାନସଭାର ନବୀନଙ୍କ ଶେଷ କ୍ୟାବିନେଟ ବୈଠକ, ନିଆଗଲା ଏହି ବଡ ନିଷ୍ପତି

Published: Jun 3, 2024, 3:53 pm IST

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ। ଏହି କ୍ୟାବିନେଟ ବୈଠକ ହେଉଛି ଚଳିତ ବିଧାନସଭାର ଶେଷ ବୈଠକ। କାରଣ ଆସନ୍ତାକାଲି ଭୋଟ ଗଣତି ପରେ କିଏ ନୂଆ ସରକାର ଗଠନ କରିବ ତାହା ସ୍ପଷ୍ଟ ହେବ।

ତେବେ ଏହି ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ଏହି ଶେଷ କ୍ୟାବିନେଟ ବୈଠକରେ ଆଜି ରାଜ୍ୟ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳକୁ ସୁପାରିଶ କରାଯାଇଛି। ନିୟମ ଅନୁସାରେ ନୂଆ ସରକାର ଗଠନ ପୂର୍ବରୁ ପୁରୁଣା ସରକାର ଭାଙ୍ଗ ପାଇଁ ରାଜ୍ୟପାଳଙ୍କୁ କ୍ୟାବିନେଟର ସୁପାରିଶ କରାଯାଇଥାଏ।

ସେହି ଅନୁସାରେ ଆଜି ସରକାର ଭଙ୍ଗ ପାଇଁ କ୍ୟାବିନେଟ ସୁପାରିଶ କରାଯାଇଛି। ଏହାପରେ ରାଜ୍ୟପାଳ ବିଧାନସଭା ଭଙ୍ଗ ହେଲା ବୋଲି ଘୋଷଣା କରିବେ। ଏଥିସହିତ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ପର୍ଯ୍ୟନ୍ତ ପୁରୁଣା ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ରହିବେ ବୋଲି ନିର୍ଦ୍ଦେଶ ଦେବେ।

Related posts