Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଉ ନାହାଁନ୍ତି ‘ଇଟିଭି’ ଚ୍ୟାନେଲ ଓ ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓ
ଜାତୀୟ ଖବର

ଆଉ ନାହାଁନ୍ତି ‘ଇଟିଭି’ ଚ୍ୟାନେଲ ଓ ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓ

June 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଉ ନାହାଁନ୍ତି 'ଇଟିଭି' ଚ୍ୟାନେଲ ଓ ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓ

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ମିଡିଆ ବ୍ୟକ୍ତିତ୍ବ ତଥା ବିଖ୍ୟାତ ଫିଲ୍ମ ଷ୍ଟୁଡିଓ ଏବଂ ଚଳଚିତ୍ର ପ୍ରଯୋଜକ ରାମୋଜୀ ରାଓଙ୍କ 87 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଗତ 5 ତାରିଖରୁ ଅସୁସ୍ଥ ହୋଇ ହାଇଦ୍ରାବାଦରେ ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ଭୋର 4 ଟା 50 ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବର୍ତ୍ତମାନ ତାଙ୍କର ଧର୍ମପତ୍ନୀ ରମାଦେବୀ ଏବଂ ପୁଅ କିରଣ ଅଛନ୍ତି।

ପରିବାର ସୁତ୍ରରୁ ପ୍ରକାଶ ଯେ, ଗତ 5 ତାରିଖରେ ରାମୋଜୀ ରାଓ ଛାତିରେ ଯନ୍ତ୍ରଣା ଅନୁଭବ କଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଉଚ୍ଚ ରକ୍ତଚାପ ସହିତ ହୃଦରୋଗ ବୃଦ୍ଧି ପାଇଥିବାର ଜଣାପଡିଥିଲା। ଡାକ୍ତରମାନେ ତାଙ୍କ ଛାତିରେ ଷ୍ଟେଣ୍ଟ ଲଗାଇ ଆଇସିୟୁରେ ଚିକିତ୍ସା କରୁଥିଲେ। ହେଲେ ତାଙ୍କର ସ୍ବାସ୍ଥ୍ୟ ଗୁରୁତର ହେବାରେ ଲାଗିଲା। ଫଳରେ ସେ ଆଜି ଭୋରରୁ ଶେଷ ନିଃସ୍ବାସ ତ୍ୟାଗ କରିଛନ୍ତି। ବର୍ତ୍ତମାନ ତାଙ୍କ ମର ଶରୀର ଡାକ୍ତରଖାନାରୁ ଘରକୁ ନିଆଯାଇଥିବାର ଜଣାପଡିଛି।

ଦେଶରେ ଜଣେ ପ୍ରତିଷ୍ଠିତ ଗଣମାଧ୍ୟମ ବ୍ୟକ୍ତିତ୍ବ, ଚଳଚିତ୍ର ପ୍ରଯୋଜକ ତଥା ଚଳଚିତ୍ର ଷ୍ଟୁଡିଓ ନିର୍ମାତା ସହିତ ବହୁ ବ୍ୟବସାୟ ସହିତ ଜଡିତ ଥିଲେ ରାମୋଜୀ ରାଓ। ସେ 1936 ମସିହା ନଭେମ୍ବର 16 ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଦ୍ବାରା ପ୍ରତିଷ୍ଠିତ ଆଞ୍ଚଳିକ ଭାଷାର ‘ଇଟିଭି’ ଚ୍ୟାନେଲ ଘରେ ଘରେ ଏକ ପରିଚିତ ନାମ। ସେହିପରି ତେଲୁଗୁ ଭାଷାରେ ପ୍ରକାଶତ ଇନାଡୁ ପେପର ମଧ୍ୟ ଅବିଭକ୍ତ ଆନ୍ଧ୍ରପ୍ରଦେଶର ଏକ ପ୍ରତିଷ୍ଠିତ ଖବର କାଗଜ।

ପ୍ରଥମେ ରାମୋଜୀ ରାଓ ମାର୍ଗଦର୍ଶୀ ଚିଟ ଫଣ୍ଡ କଂପାନୀ ପ୍ରତିଷ୍ଠା କରି ନିଜର ବ୍ୟବସାୟିକ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ଏହାପରେ ସେ ଖବର କାଗଜ, ଚ୍ୟାନେଲ, ପ୍ରିୟା ଆଚାର, ଡଲଫିନ ହୋଟେଲସ, ଫିଲ୍ମ ପ୍ରଡକ୍ସନ ହାଉସ ଉଷା କିରଣ, କଳାଞ୍ଜଳି ଶାଢୀ ସୋରୁମ, ଏସିଆର ବୃହତ ଫିଲ୍ମ ଷ୍ଟୁଡିଓ ‘ରାମୋଜୀ ଫିଲ୍ମ ଷ୍ଟୁଡିଓ’, ମୟୁରୀ ଫିଲ୍ମ ବିତରଣ ସଂସ୍ଥା ପ୍ରତିଷ୍ଠା କରି ନିଜର ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରିଥିଲେ। ଯେତେବେଳେ ଯୁବକଙ୍କୁ ଚାକିରୀ ମିଳୁ ନ ଥିଲା, ସେତେବେଳେ ରାମୋଜୀ ରାଓ ହଜାର ହଜାର ବ୍ୟକ୍ତିଙ୍କୁ ଚାକିରୀ ଯୋଗାଇ ଦେଉଥିଲେ।

ରାମୋଜୀ ରାଓଙ୍କ ଓଡିଶା ସହିତ ମଧ୍ୟ ବେଶ ଭାବାବେଗ ରହିଛି। 2001 ମସିହାରେ ଓଡିଶାରେ ‘ଇଟିଭି ଓଡିଆ’ ଚ୍ୟାନେଲ ପ୍ରତିଷ୍ଠା କରି ସେ ଇଲୋଟ୍ରୋନିକ ଗଣମାଧ୍ୟମର ଏକ ନୂଆ ଯୁଗର ଶୁଭାରମ୍ଭ କରିଥିଲେ। ସେତେବେଳେ ରାଜ୍ୟରେ ଓଡିଆ ଭାଷାରେ କୌଣସି ଟିଭି ଚ୍ୟାନେଲ ନ ଥିଲା। ରାମୋଜୀ ରାଓ ଏହାକୁ ପ୍ରତିଷ୍ଠା କରି ବହୁ ଓଡିଆଙ୍କୁ ନିଯୁକ୍ତି ଦେବା ସହିତ ଗଣମାଧ୍ୟମ ଜଗତର ଏକ ନୂଆ ଯୁଗର ପ୍ରତିଷ୍ଠା କରିଥିଲେ।

‘ଇଟିଭି ଓଡିଆ’ ର ଧାରାବାହିକ ସେତେବେଳେ ସାରା ରାଜ୍ୟରେ ଚହଳ ପକାଇଥିଲା। ଧାରାବାହିକରେ ଯେଉଁମାନେ ଅଭିନୟ କରୁଥିଲେ ସେମାନଙ୍କୁ ଦେଖିବା ପାଇଁ ସାଧାରଣରେ ବେଶ ଗହଳି ହେଉଥିଲା। ସେହିପରି ଇଟିଭି ର ଖବର “ଆମରି ଓଡିଶା’ ଦେଖିବା ପାଇଁ ନେତାଙ୍କଠାରୁ ଆରମ୍ଭ କରି ଜନତା ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରୁଥିଲେ। କାରଣ ସେତେବେଳେ ନିରପେକ୍ଷ ତଥା ଭିନ୍ନ ଢଙ୍ଗରେ ଖବର ପରିବେଷଣ କରିବା ଦିଗରେ ଇଟିଭି ର ବେଶ ପ୍ରତିଷ୍ଠା ରହିଥିଲା। ପରବର୍ତ୍ତି ସମୟରେ ଇଟିଭି ର ସମସ୍ତ ଆଞ୍ଚଳିକ ଭାଷା ଚ୍ୟାନେଲକୁ ଅନ୍ୟତମ ଶିଳ୍ପପତି ମୁକେଶ ଆମ୍ବାନୀ କିଣି ନେଇଛନ୍ତି।

Ramoji Rao ଇଟିଭି ଓଡିଆ ରାମୋଜୀ ରାଓ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ‘ଡ଼ବା ଭିତରେ ପଶ’ ଗୀତ ମହା ସମାରୋହରେ ମହାରାଜା ପ୍ରାଙ୍ଗଣରେ ମୁକ୍ତିଲାଭ

April 26, 2026

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026
Latest News

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

୨୦୨୫–୨୬ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ଥିକ ପ୍ରଦର୍ଶନ

April 26, 2026

ଏଥର ରଜ କୁଇନ୍ ଫେରୁଛି ନିଜ ମାଟିକୁ: ‘ଗାଁରେ ହେବ ଗାଲା ରାଉଣ୍ଡ

April 26, 2026

ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ‘ଡ଼ବା ଭିତରେ ପଶ’ ଗୀତ ମହା ସମାରୋହରେ ମହାରାଜା ପ୍ରାଙ୍ଗଣରେ ମୁକ୍ତିଲାଭ

April 26, 2026

ମେମୁ ଟ୍ରେନ୍ ସେବା ସମୟସୂଚୀରେ ପରିବର୍ତ୍ତନ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.