Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ କଟକ ଗସ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ
ଜାତୀୟ ଖବର

ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ କଟକ ଗସ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ

June 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ କଟକ ଗସ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦାୟିତ୍ଵ ଗ୍ରହଣ ପରେ ଆଜି ପ୍ରଥମ ଥର ପାଇଁ କଟକ ଗସ୍ତ କରି ପୂଜ୍ୟ ପୂଜାର ଧାରା ଜାରୀ ରଖିଛନ୍ତି। କଟକର ଓଡ଼ିଆ ବଜାର ଠାରେ ନେତାଜୀ ଜନ୍ମ ପୀଠ ପରିଦର୍ଶନ କରି ସେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ନେତାଜୀ ମ୍ୟୁଜିଅମ୍ ପରିଦର୍ଶନ କରି ତାଙ୍କ ବାଲ୍ୟକାଳର ବ୍ୟବହୃତ ଦ୍ରବ୍ୟ ଗୁଡ଼ିକ ଦେଖିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେନେତାଜୀ ଙ୍କ ଜନ୍ମ ସ୍ଥାନ କୁ ଆସିବା ମୋ ପାଇଁ ଗର୍ବ ଓ ଗୌରବର କଥା।ଦେଶର ସ୍ବାଧୀନତାରେ ନେତାଜୀଙ୍କ ଅବଦାନ ଏ ଜାତିକୁ ଯୁଗ ଯୁଗ ପାଇଁ ପ୍ରେରଣା ଦେଉଥିବ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ କଟକ ର ଯେଉଁ ସବୁ କାମ ଅଧୁରା ରହିଛି ଯାହାବି ସମସ୍ୟା ରହିଛି ତାକୁ ଅନୁଧ୍ୟାନ କରି ଖୁବ୍ ଶିଘ୍ର ନୂଆ ଯୋଜନା ମାଧ୍ୟମ ରେ କାମ କରାଯିବ। ଯୋଜନାବଦ୍ଧ ଭାବେ ଓଡ଼ିଶା ର ୫୦ ବର୍ଷ ର ବିକାଶ କାମ ୫ ବର୍ଷ ଭିତରେ ତ୍ୱରାନ୍ୱିତ ହେବ।

ଏହାପରେ ବକ୍ସି ବଜାର ସ୍ଥିତ ସମାଜ ଅଫିସ୍ ସ୍ଥିତ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ସେ କହିଥିଲେ ଯେ ଗରିବ ଲୋକଙ୍କ ହୃଦୟ ବୁଝିବାରେ ପଣ୍ଡିତ ଗୋପବନ୍ଧୁ ଆମ ସମସ୍ତଙ୍କ ପାଇଁ ଆଦର୍ଶ ।

ପରେ ସେ କ୍ୟାଣ୍ଟନମେଣ୍ଟ ଛକ ସ୍ଥିତ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଓଡ଼ିଆ ଅସ୍ମିତାର ସୁରକ୍ଷା ଦିଗରେ ମଧୁବାବୁଙ୍କ ଅବଦାନ ଅତୁଳନୀୟ। ମଧୁ ବାବୁଙ୍କ ଆଦର୍ଶରେ ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵଭିମାନର ସୁରକ୍ଷା ପାଇଁ ନୂଆ ସରକାର ପ୍ରତିବଦ୍ଧତା ର ସହ କାମ ଆରମ୍ଭ କରିଛି ବୋଲି ସେ କହିଥିଲେ।

ଶେଷରେ ସେ ଗତି ରାଉତ ପାଟଣା ଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସଂଘ ଶିକ୍ଷା ବର୍ଗର ସମାରୋପ ଉତ୍ସବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ଓ ବିଧାୟକ ମାନେ ଯୋଗ ଦେଇଥିଲେ। ଫେରିବା ବାଟ ରେ ମୁଖ୍ୟମନ୍ତ୍ରୀ ତୁଳସୀପୁର ତଳ ସାହି ଠାରେ ଗାଡ଼ି ଅଟକାଇ ରାସ୍ତା ପାର୍ଶ୍ଵ ରେ ଛିଡ଼ା ହୋଇଥିବା ସ୍ଥାନୀୟ ବାସିନ୍ଦା ଙ୍କ ସୁବିଧା ଅସୁବିଧା ବିଷୟ ରେ ବୁଝିଥିଲେ।

ପରେ ସେ ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନ କୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ ମଧ୍ଯ ସମୀର ଦେ ଙ୍କୁ ଭେଟିଥିଲେ।

cuttack Mohan Majhi କଟକ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ସାକେତ କୋର୍ଟ କୋଠାରୁ ଡେଇଁ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା: ମିଳିଲା ସୁଇସାଇଡ ନୋଟ୍

January 9, 2026

ସୁଧୁରୁନି ବାଂଲାଦେଶ: ପୁଣିଥରେ ଭାରତ ବିରୋଧରେ ICC କୁ ପଠାଇଲା ଚିଠି

January 9, 2026

ନାଚୁଣୀ: ଆସନ୍ତା ୧୧ରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ, ଉଦଘାଟନ କରିବେ ଆଇନ ମନ୍ତ୍ରୀ

January 9, 2026

‘ମୁଁ ନେହେରୁଙ୍କ ବଡ଼ ପ୍ରଶଂସକ, କିନ୍ତୁ ସମସ୍ତ ନୀତିକୁ ସମର୍ଥନ କରେ ନାହିଁ’: କଂଗ୍ରେସ ସାଂସଦ ଶଶି ଥରୁର

January 9, 2026
Latest News

ସାକେତ କୋର୍ଟ କୋଠାରୁ ଡେଇଁ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା: ମିଳିଲା ସୁଇସାଇଡ ନୋଟ୍

January 9, 2026

ସୁଧୁରୁନି ବାଂଲାଦେଶ: ପୁଣିଥରେ ଭାରତ ବିରୋଧରେ ICC କୁ ପଠାଇଲା ଚିଠି

January 9, 2026

ନାଚୁଣୀ: ଆସନ୍ତା ୧୧ରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ, ଉଦଘାଟନ କରିବେ ଆଇନ ମନ୍ତ୍ରୀ

January 9, 2026

‘ମୁଁ ନେହେରୁଙ୍କ ବଡ଼ ପ୍ରଶଂସକ, କିନ୍ତୁ ସମସ୍ତ ନୀତିକୁ ସମର୍ଥନ କରେ ନାହିଁ’: କଂଗ୍ରେସ ସାଂସଦ ଶଶି ଥରୁର

January 9, 2026

‘ଚାକିରି ବଦଳରେ ଜମି’ ମାମଲା: ଲାଲୁ ଯାଦବଙ୍କ ପରିବାରକୁ ବଡ଼ ଝଟକା ଦେଲେ କୋର୍ଟ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.