Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୋ ବସରେ ଟିକେଟ କାଟି ଯାତ୍ରା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବୁଝିଲେ ଯାତ୍ରୀଙ୍କ ସମସ୍ୟା
ଜାତୀୟ ଖବର

ମୋ ବସରେ ଟିକେଟ କାଟି ଯାତ୍ରା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବୁଝିଲେ ଯାତ୍ରୀଙ୍କ ସମସ୍ୟା

July 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୋ ବସରେ ଟିକେଟ କାଟି ଯାତ୍ରା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବୁଝିଲେ ଯାତ୍ରୀଙ୍କ ସମସ୍ୟା

ଭୁବନେଶ୍ୱର: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡ଼ା କୃଷ୍ଣ ଚନ୍ଦ୍ର ମହାପାତ୍ର ମୋ ବସ୍‌ରେ ଯାତ୍ରା କରିଛନ୍ତି। ସେତିକି ନୁହେଁ ମୋ ବସ୍‌ରେ ଯାତ୍ରା ସମୟରେ ସାଧାରଣ ଯାତ୍ରୀଙ୍କ ପରି ନିଜ ପାଇଁ ମୋ ବସ୍‌ରେ ଟିକେଟ୍ କାଟିଛନ୍ତି ଓ ସାଧାରଣ ଜନତାଙ୍କଠୁ ମୋ ବସ୍ ବିଷୟରେ ପ୍ରତିକ୍ରିୟା ନେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “ମୋ ବସ୍ ସେବା ନାଗରିକଙ୍କୁ ସୁବିଧାଜନକ, ସ୍ଥାୟୀ ଓ ନିରାପଦ ଯାତାୟତ ବିକଳ୍ପ ଯୋଗାଉଛି। ବସ୍‌ରେ ନିୟମିତ ଯାତ୍ରୀମାନଙ୍କ ସହିତ ବିସ୍ତୃତ ଆଲୋଚନା ହେବ। ନାଗରିକଙ୍କ ଆବଶ୍ୟକତାକୁ ଆଧାର କରି ବସ୍ ସଂଖ୍ୟା ବୃଦ୍ଧି କରାଯିବ । ଆମେ ବିଭିନ୍ନ ସମୟରେ ପରିସ୍ଥିତିକୁ ଅନୁଧ୍ୟାନ କରୁଛୁ। ଆବଶ୍ୟକ ସ୍ଥଳେ ଅଧିକ ବସ୍ ସେବା ଯୋଗାଇ ଦିଆଯିବ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଇ. ବସ୍ ସେବା ଅନ୍ତର୍ଗତ ଯୋଜନାରେ କ୍ରୁଟ୍‌କୁ ୪୦୦ ଇ. ବସ୍ ଅଣାଯିବ। ବିଗତ ୬ ବର୍ଷ ମଧ୍ୟରେ କ୍ରୁଟ୍ ମୋ ବସ୍ ସେବା ଯୋଗାଇବାରେ ଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛି। ଚଳାଚଳ କରୁଥିବା ସମୁଦାୟ ବସ୍‌ରୁ ୬୩ଟି ଇ. ବସ୍ ଚଳାଚଳ କରୁଛି। ଆସନ୍ତା ଦିନରେ ଯୋଜନା ରହିଛି ଯେ କଟକ, ଭୁବନେଶ୍ୱର ଏବଂ ରାଉରକେଲା ସହର ପାଇଁ ୧୦୦ ଲେଖାଏଁ ଏବଂ ସମ୍ବଲପୁର, ବ୍ରହ୍ମପୁର ସହର ପାଇଁ ୫୦ଟି ଇ. ବସ୍ ଯୋଗ କରାଯିବ।

ମାଷ୍ଟରକ୍ୟାଣ୍ଟିନ୍‌ରୁ ମୋ ବସ୍‌ରେ ଯାତ୍ରା କରି ମାନ୍ୟବର ମନ୍ତ୍ରୀ ପହଞ୍ଚିଥିଲେ ଗାଡ଼କଣ ଡ଼ିପୋ।ଏହାପରେ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ପରିଚାଳନା ନିର୍ଦ୍ଦେଶକ ତଥା ଭାରତୀୟ ପୁଲିସ୍ ସେବା ଅଧିକାରୀ ଶ୍ରୀ ଅରୁଣ ବୋଥ୍ରାଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଗାଡ଼କଣ ଇ. ବସ୍ ଡ଼ିପୋ ପରିଦର୍ଶନ କରି ବିଭିନ୍ନ ସ୍ଥିତି ବିଷୟରେ ପଚାରି ବୁଝିବା ସହିତ କ୍ରୁଟ୍ ପରିଚାଳନା ଟିମ୍ ସହିତ ଏକ ସମୀକ୍ଷା ବୈଠକ ବସିଥିଲା। ଯେଉଁଥିରେ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ଏବଂ ବ୍ୟସ୍ତ ରହୁଥିବା ରୁଟ୍ ଗୁଡ଼ିକରେ ଅଧିକ ବସ୍ ଚଳାଚଳ ନେଇ ଗୁରୁତ୍ୱାରୋପ ଦେବାକୁ କହିଛନ୍ତି।

ବର୍ତ୍ତମାନ କ୍ରୁଟ୍ ପକ୍ଷରୁ କଟକ, ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ଭଳି ପ୍ରମୁଖ ୬ଟି ସହରରେ ସମ୍ପୂର୍ଣ୍ଣ ୯୫ଟି ରୁଟ୍‌ରେ ମୋ ବସ୍ ଚଳାଚଳ କରୁଛି। ଦୈନିକ ସାଧାରଣ ଜନତାଙ୍କ ମଧ୍ୟରୁ ୨.୫ ଲକ୍ଷ ଯାତ୍ରୀ ଏହି ମୋ ବସ୍ ସେବା ଉପରେ ନିର୍ଭରଶୀଳ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନଗର ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୋ ବସ
Share. Facebook Twitter LinkedIn Email WhatsApp Copy Link

Related Posts

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026

ଭାରତ ପାଇଁ ଆଶ୍ବସ୍ତିକର ଖବର: ହର୍ମୁଜ୍ ପାର ହୋଇ ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଟ୍ୟାଙ୍କର

May 17, 2026

ପହଲଗାମରେ ଦୁର୍ଘଟଣା: ଦମ୍ପତି ମୃତ

May 17, 2026
Latest News

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026

ଭାରତ ପାଇଁ ଆଶ୍ବସ୍ତିକର ଖବର: ହର୍ମୁଜ୍ ପାର ହୋଇ ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଟ୍ୟାଙ୍କର

May 17, 2026

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ

May 17, 2026

ବଢିଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.