Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କ୍ଲଷ୍ଟର ସ୍ତରୀୟ ବୈଠକ: ପାଠ ଯୋଜନା, ଟ୍ରାକର, ସ୍ଲାସ, ବିଦ୍ୟାଳୟ ନିରାପତ୍ତା, ସାଇବର ସୁରକ୍ଷା ଉପରେ ଗୁରୁତ୍ୱ
ଜାତୀୟ ଖବର

କ୍ଲଷ୍ଟର ସ୍ତରୀୟ ବୈଠକ: ପାଠ ଯୋଜନା, ଟ୍ରାକର, ସ୍ଲାସ, ବିଦ୍ୟାଳୟ ନିରାପତ୍ତା, ସାଇବର ସୁରକ୍ଷା ଉପରେ ଗୁରୁତ୍ୱ

July 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡିକରେ ଆଜି ଦ୍ଵିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଓ ନରସିଂହପୁର ମଧ୍ୟଇଁରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ସହଯୋଗରେ ଏହି ବୈଠକ ସଫଳତାର ସହ ସମାପ୍ତ ହୋଇଛି।

ଏହି ବୈଠକରେ ପାଠ ଯୋଜନା, ଟ୍ରାକର, ସ୍ଲାସ, ବିଦ୍ୟାଳୟ ନିରାପତ୍ତା, ସାଇବର ସୁରକ୍ଷା, ଯାଦୁଇ ପିଟାରା ବ୍ୟବହାର, ମୋ ସ୍କୁଲ, ଶିକ୍ଷା ସପ୍ତାହ ପାଳନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି ବୈଠକର ଆଲୋଚନା ବିଷୟ ବସ୍ତୁଗୁଡିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଦୈନଦିନ ବିଦ୍ୟାଳୟ ପରିଚାଳନା, ଶ୍ରେଣୀରେ ଶୈକ୍ଷିକ କାର୍ଯ୍ୟ ପରିଚାଳନା ସହ ଛାତ୍ରଛାତ୍ରୀମାନଙ୍କ ଅସୁବିଧାକୁ ଚିହ୍ନଟ କରି ତାର ସମାଧାନରେ ସାହାଯ୍ୟ କରିବ।

ଏହି ବୈଠକରେ କ୍ଲଷ୍ଟରର ୧୦ଟି ବିଦ୍ୟାଳୟରୁ ୧୦ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ଶିକ୍ଷକ ଅଜୟ କୁମାର ସାହୁ, ରମେଶ ଚନ୍ଦ୍ର ନାୟକ, କୁନି ମଙ୍ଗରାଜ, ଶରତ ନାୟକ, ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ।

ସେହିଭଳି ସୁଧାକର ମିଶ୍ରଙ୍କ ତତ୍ୱାବଧାନରେ ଗୌରାଙ୍ଗପୁର କ୍ଲଷ୍ଟରରେ ମଧ୍ୟ ଏହି ବୈଠକ ଅନୁଷ୍ଠିତ ହୋଇ ଯାଇଛି।

ଟ୍ରାକର ପାଠ ଯୋଜନା ରଣପୁର ସାଇବର ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ଅମ୍ଳୀୟ ମାଟିରେ ହେବ ୧୦-୧୫% ଡିଏପି ସଞ୍ଚୟ

May 30, 2026

ହେଲେଇ କ୍ରସର ବନ୍ଦ ଦାବିର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ

May 30, 2026

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର!: ବିଧାୟକ ଦଳର ନେତା ଭାବେ ହେଲେ ମନୋନୀତ

May 30, 2026

ଦିଲ୍ଲୀରେ ଏକ ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ: ପାକିସ୍ତାନୀ ଏଜେନ୍ସି ISIର ୮ ଏଜେଣ୍ଟ ଗିରଫ

May 30, 2026
Latest News

ଓଡ଼ିଶାର ଅମ୍ଳୀୟ ମାଟିରେ ହେବ ୧୦-୧୫% ଡିଏପି ସଞ୍ଚୟ

May 30, 2026

ହେଲେଇ କ୍ରସର ବନ୍ଦ ଦାବିର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ

May 30, 2026

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର!: ବିଧାୟକ ଦଳର ନେତା ଭାବେ ହେଲେ ମନୋନୀତ

May 30, 2026

ଦିଲ୍ଲୀରେ ଏକ ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ: ପାକିସ୍ତାନୀ ଏଜେନ୍ସି ISIର ୮ ଏଜେଣ୍ଟ ଗିରଫ

May 30, 2026

ବଙ୍ଗଳାରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.