Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ୟୁପିରେ ପରିବର୍ତ୍ତନ ହେବେ ଉଭୟ ଉପ-ମୁଖ୍ୟମନ୍ତ୍ରୀ?: ବିଜେପି ବୈଠକ ମଧ୍ୟରେ ଏହି ନେତାଙ୍କ ଦାବି
ଜାତୀୟ ଖବର

ୟୁପିରେ ପରିବର୍ତ୍ତନ ହେବେ ଉଭୟ ଉପ-ମୁଖ୍ୟମନ୍ତ୍ରୀ?: ବିଜେପି ବୈଠକ ମଧ୍ୟରେ ଏହି ନେତାଙ୍କ ଦାବି

July 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଚାଲିଥିବା ବିଜେପିର ତଥାକଥିତ ଆଭ୍ୟନ୍ତରୀଣ ମତଭେଦ ମଧ୍ୟରେ ଦିଲ୍ଲୀରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଏହି ବୈଠକ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଏକ ବଡ ଦାବି କରିଛନ୍ତି, ଯାହା ୟୁପି ରାଜନୀତିକୁ ଗରମ କରିଛି। ଏସପି ନେତା ଆଇପି ସିଂ କହିଛନ୍ତି ଯେ, ୟୁପିରେ ଉଭୟ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକଙ୍କୁ ପରିବର୍ତ୍ତନ କରାଯାଉଛି।

ସୋସିଆଲ ମିଡିଆରେ ଏସପି ନେତା ଆଇପି ସିଂ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ୨୦୨୭ରେ ସମାଜବାଦୀ ପାର୍ଟି ୩୦୦ ଅତିକ୍ରମ କରୁଛି, ଭାଜପା ୨୭ ଟି ଆସନରେ ସୀମିତ ରହୁଛି। ଉଭୟ ଉପ-ମୁଖ୍ୟମନ୍ତ୍ରୀ ନକଲି ନେତା ଅଟନ୍ତି, ଯିଏ ବିଜେପି ର ମଧ୍ୟ ନୁହନ୍ତି। କେଶବ ମୌର୍ଯ୍ୟଙ୍କୁ ଅମିତ ଶାହା ତଳୁ ଆଣି ଉପରେ ବସାଇଛନ୍ତି, ଯିଏ ଯୋଗ୍ୟ ନୁହଁନ୍ତି। ଦ୍ଵିତୀୟରେ ବ୍ରଜେଶ ପାଠକଙ୍କୁ କ୍ଷମତାର ଲଡୁ ଖୁଆଇବା ପାଇଁ ବିଏସପିରୁ ଆଣି ବିଜେପିରେ ସାମିଲ କରାଯାଇଛି। ସେପଟେ ବିଜେପିର ମୂଳ କାର୍ଯ୍ୟକର୍ତ୍ତା ଡାଃ ଦିନେଶ ଶର୍ମାକୁ ହଟାଇ ବ୍ରଜେଶ ପାଠକଙ୍କୁ ବସେଇଦିଆଯାଇଛି, ଯିଏ ନିଜର ଅସଲି ରଙ୍ଗ ଦେଖାଇଦେଇଛନ୍ତି। ଯାହା ଜଣାପଡୁଛି ସଂଘ ନିଜ ହାତକୁ ନେତୃତ୍ଵ ନେଇଛି, ବର୍ତ୍ତମାନ ସମସ୍ତେ ବୁଡୁଥିବା ଜାହାଜରୁ ଡେଇଁବା ପାଇଁ ଚେଷ୍ଟା କରୁଛନ୍ତି। ଏସପି କେବେ ବି ଏପରି ମୂର୍ଖ ନେତାଙ୍କୁ ସାମିଲ କରିବ ନାହିଁ।

ଏହା ସହ ଆଇପି ସିଂ ସୂତ୍ରରୁ ପ୍ରକାଶ ଯେ, ଲକ୍ଷ୍ମୀକାନ୍ତ ବାଜପେୟୀ ଏବଂ ସ୍ଵତନ୍ତ୍ର ଦେବ ସିଂ ୟୁପିର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ସେ କହିଛନ୍ତି ଯେ, ଲକ୍ଷ୍ମୀକାନ୍ତ ବାଜପେୟୀ ଏବଂ ସ୍ଵତନ୍ତ୍ର ଦେବ ସିଂ ଉପ-ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଏବଂ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସ୍ଥାନ ନେଇପାରନ୍ତି।

ପ୍ରକାଶ ଯେ, ଗତ କିଛି ଦିନ ହେବ ୟୁପି ବିଜେପିରେ ସବୁକିଛି ଠିକ୍ ଚାଲିନାହିଁ। ୟୁପି ବିଜେପିର କିଛି ନେତାଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ମତଭେଦ ଚାଲିଛି ବୋଲି ବିଶ୍ୱାସ କରାଯାଉଛି। ତେବେ ଦିଲ୍ଲୀରେ ଆୟୋଜିତ ବିଜେପି ବୈଠକରେ ଏହି ବିବାଦ ବର୍ତ୍ତମାନ ଶେଷ ହୋଇପାରେ।

BJP Keshav Prasad Maurya samajwadi party UP news
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ସରକାର, ନାଗାଲାଣ୍ଡ ସରକାର ଏବଂ ଇ.ଏନ୍.ପି.ଓ. ମଧ୍ୟରେ ଐତିହାସିକ ରାଜିନାମା ସ୍ୱାକ୍ଷରିତ

February 6, 2026

ଭାରତର ପ୍ରଥମ ସମବାୟ-ଭିତ୍ତିକ ଟ୍ୟାକ୍ସି ସେବା ‘ଭାରତ ଟ୍ୟାକ୍ସି’ର ଶୁଭାରମ୍ଭ କଲେ ଅମିତ ଶାହ

February 6, 2026

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ

February 6, 2026

ହୋଲି ଅବସରରେ ଯାତ୍ରୀଙ୍କ ସୁଗମ ପରିବହନ ପାଇଁ ରେକର୍ଡ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ

February 6, 2026
Latest News

ଏବେ ଜଖପୁରା ଷ୍ଟେସନରେ ରହଣି କରିବନାହିଁ ଏହି ଯାତ୍ରୀବାହୀ ଟ୍ରେନ୍‌: ଦେଖନ୍ତୁ ତାଲିକା

February 6, 2026

ଭୁବନେଶ୍ୱରରେ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

February 6, 2026

ଭାରତ ସରକାର, ନାଗାଲାଣ୍ଡ ସରକାର ଏବଂ ଇ.ଏନ୍.ପି.ଓ. ମଧ୍ୟରେ ଐତିହାସିକ ରାଜିନାମା ସ୍ୱାକ୍ଷରିତ

February 6, 2026

ରେଢ଼ାଖୋଲରେ ନୂତନ ମାର୍କେଟ କମ୍ପ୍ଲେକ୍ସ ପାଇଁ ସରକାର ଦେଲେ ୧.୫ କୋଟି

February 6, 2026

ରେଢ଼ାଖୋଲରେ ରକ୍ତଦାନ ଶିବିର, ୫୧ ୟୁନିଟ ସଂଗ୍ରହ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.