Categories
ଆଜିର ଖବର ଜାତୀୟ ଖବର

‘ଆମେଠିରୁ ପଳାୟନ କଲେ କଂଗ୍ରେସ ସର୍ଦ୍ଦାର’, କେଶବ ପ୍ରସାଦ ମୌର୍ଯ୍ୟଙ୍କ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ୩୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମ ମଧ୍ୟ ରହିଛି ଏବଂ ରାହୁଲ ଗାନ୍ଧୀ ପୁଣିଥରେ କେରଳର ୱାୟନାଡ ଆସନରୁ ନିର୍ବାଚନ ଲଢିବେ। ଏହି ସମୟରେ, ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଉତ୍ତରପ୍ରଦେଶର ଆମେଠିରୁ ନୁହେଁ ବରଂ ୱାୟାନାଡରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାହୁଲ ଗାନ୍ଧୀଙ୍କ ଉପରେ କଟାକ୍ଷ କରିଛନ୍ତି।

ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ X ରେ ପୋଷ୍ଟ କରି ଲେଖିଛନ୍ତି ଯେ, “କଂଗ୍ରେସ ସର୍ଦ୍ଦାର ଆମେଠୁରୁ ପଳାୟନ କରିଛନ୍ତି, ଏଥର ୱାୟାନାଡରେ ମଧ୍ୟ ପରାଜୟ ବରଣ କରିବେ। ପ୍ରକାଶ ଯୋଗ୍ୟ ଯେ, ଉତ୍ତରପ୍ରଦେଶର ୮୦ ଟି ଲୋକସଭା ଆସନ ପାଇଁ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ମେଣ୍ଟରେ କଂଗ୍ରେସ ୟୁପିରେ ୧୭ ଟି ଆସନରେ ନିର୍ବାଚନ ଲଢିବ ଏବଂ ଏଥିପାଇଁ ଦଳ ଖୁବ ଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ।