Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉଦ୍ୟାନ କୃଷିର ସମନ୍ୱିତ ବିକାଶ ମିଶନ ଅଧୀନରେ ସ୍ୱଚ୍ଛ ଉଦ୍ଭିଦ କାର୍ଯ୍ୟକ୍ରମକୁ ଅନୁମୋଦନ
ଜାତୀୟ ଖବର

ଉଦ୍ୟାନ କୃଷିର ସମନ୍ୱିତ ବିକାଶ ମିଶନ ଅଧୀନରେ ସ୍ୱଚ୍ଛ ଉଦ୍ଭିଦ କାର୍ଯ୍ୟକ୍ରମକୁ ଅନୁମୋଦନ

August 10, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
କପା ଉପରେ ଆମଦାନୀ ଶୁଳ୍କ ଛାଡ
କପା ଉପରେ ଆମଦାନୀ ଶୁଳ୍କ ଛାଡ଼ ସୀମା ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତାବିତ ସ୍ୱଚ୍ଛ ଉଦ୍ଭିଦ କାର୍ଯ୍ୟକ୍ରମ (ସିପିପି) କୁ ଅନୁମୋଦନ ମିଳିଛି।

୧,୭୬୫.୬୭ କୋଟି ଟଙ୍କାର ଯଥେଷ୍ଟ ପୁଞ୍ଜିନିବେଶ ସହିତ ଏହି ଅଗ୍ରଣୀ ପଦକ୍ଷେପ ଭାରତରେ ଉଦ୍ୟାନ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ଏବଂ ଉତ୍କର୍ଷତା ଏବଂ ସ୍ଥାୟୀତା ପାଇଁ ନୂତନ ମାନଦଣ୍ଡ ସ୍ଥାପିତ କରିବ ବୋଲି ଆଶା କରାଯାଉଛି। ଫେବୃଆରୀ ୨୦୨୩ରେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣରେ ଘୋଷଣା କରାଯାଇଥିବା ସିପିପି ସମଗ୍ର ଦେଶରେ ଫଳ ଜାତୀୟ ଫସଲର ଗୁଣବତ୍ତା ଏବଂ ଉତ୍ପାଦକତା ବୃଦ୍ଧି ଦିଗରେ ଏକ ବଡ଼ ପଦକ୍ଷେପ।

ସ୍ୱଚ୍ଛ ଉଦ୍ଭିଦ କାର୍ଯ୍ୟକ୍ରମ (ସିପିପି) ର ପ୍ରମୁଖ ଲାଭ:

କୃଷକ: ସିପିପି ଭୂତାଣୁ ମୁକ୍ତ, ଉନ୍ନତ ମାନର ବୃକ୍ଷରୋପଣ ନିମନ୍ତେ ସାମଗ୍ରୀ ଉପଲବ୍ଧ କରାଇବ, ଯାହା ଫଳରେ ଫସଲ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଆୟ ସୁଯୋଗରେ ଉନ୍ନତି ହେବ।

ନର୍ସରୀ: ସୁବ୍ୟବସ୍ଥିତ ପ୍ରମାଣୀକରଣ ପ୍ରକ୍ରିୟା ଏବଂ ଭିତ୍ତିଭୂମି ସହାୟତା ନର୍ସରୀଗୁଡ଼ିକୁ ସ୍ୱଚ୍ଛ ବୃକ୍ଷରୋପଣ ସାମଗ୍ରୀର ଦକ୍ଷତାର ସହ ପ୍ରଚାର କରିବାରେ ସକ୍ଷମ କରିବ, ଅଭିବୃଦ୍ଧି ଏବଂ ସ୍ଥାୟୀତାକୁ ପ୍ରୋତ୍ସାହିତ କରିବ।

ଉପଭୋକ୍ତା: ଏହି ପଦକ୍ଷେପ ଯେପରି ଗ୍ରାହକମାନେ ଭୂତାଣୁ ମୁକ୍ତ ଉତ୍ତମ ଉତ୍ପାଦ, ଯାହା ଫଳର ସ୍ୱାଦ, ରୂପ ଏବଂ ପୁଷ୍ଟିକର ଗୁଣ ବୃଦ୍ଧି କରିବ, ସେଥିରୁ ଉପକୃତ ହେବେ ତାହା ସୁନିଶ୍ଚିତ କରିବ।

ରପ୍ତାନି: ଉନ୍ନତ ମାନର, ରୋଗମୁକ୍ତ ଫଳ ଉତ୍ପାଦନ କରି ଭାରତ ଏକ ଅଗ୍ରଣୀ ବିଶ୍ୱ ରପ୍ତାନିକାରୀ ଭାବରେ ନିଜର ସ୍ଥିତି ସୁଦୃଢ଼ କରିବ, ବଜାର ସୁଯୋଗ ବୃଦ୍ଧି କରିବ ଏବଂ ଅନ୍ତର୍ଜାତୀୟ ଫଳ ବ୍ୟବସାୟରେ ଏହାର ଭାଗୀଦାରୀ ବୃଦ୍ଧି କରିବ।

ଏହି କାର୍ଯ୍ୟକ୍ରମ ସମସ୍ତ କୃଷକମାନଙ୍କ ପାଇଁ ସେମାନଙ୍କର ଜମି ଧାରଣ ଆକାର କିମ୍ବା ସାମାଜିକ – ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ସ୍ୱଚ୍ଛ ଉଦ୍ଭିଦ ସାମଗ୍ରୀର ସୁଲଭ ଉପଲବ୍ଧତାକୁ ପ୍ରାଥମିକତା ଦେବ।

ଏହି କାର୍ଯ୍ୟକ୍ରମ ମହିଳା କୃଷକମାନଙ୍କୁ ଏହାର ଯୋଜନା ଏବଂ କାର୍ଯ୍ୟକାରିତାରେ ସକ୍ରିୟ ଭାବରେ ନିୟୋଜିତ କରିବ, ସମ୍ବଳ, ପ୍ରଶିକ୍ଷଣ ଏବଂ ନିଷ୍ପତ୍ତି ନେବାର ସୁଯୋଗ ସୁନିଶ୍ଚିତ କରିବ।

ଏହି କାର୍ଯ୍ୟକ୍ରମ ଅଞ୍ଚଳ ଭିତ୍ତିକ ସ୍ୱଚ୍ଛ ଉଦ୍ଭିଦ ପ୍ରଜାତି ଏବଂ ଜ୍ଞାନକୌଶଳର ବିକାଶ କରି ସମଗ୍ର ଭାରତରେ ବିଭିନ୍ନ କୃଷି ଜଳବାୟୁ ପରିସ୍ଥିତିର ସମାଧାନ କରିବ।

ସିପିପିର ମୁଖ୍ୟ ଉପାଦାନ:

ସ୍ୱଚ୍ଛ ଉଦ୍ଭିଦ କେନ୍ଦ୍ର (ସିପିସି): ଉନ୍ନତ ନୈଦାନିକ ଚିକିତ୍ସା ବିଜ୍ଞାନ ଏବଂ ଟିସୁ କଲଚର ଲ୍ୟାବ୍ ସହିତ ସଜ୍ଜିତ ୯ଟି ବିଶ୍ୱସ୍ତରୀୟ ଅତ୍ୟାଧୁନିକ ସିପିସି ସମଗ୍ର ଭାରତରେ ପ୍ରତିଷ୍ଠା କରାଯିବ। ସେଗୁଡ଼ିକ ମଧ୍ୟରେ ଅଙ୍ଗୁର (ଏନଆରସି, ପୁଣେ), ସମଶୀତୋଷ୍ଣ ଫଳ – ସେଓ, ବାଦାମ, ଅଖରୋଟ ଇତ୍ୟାଦି (ସିଆଇଟିଏଚ, ଶ୍ରୀନଗର ଏବଂ ମୁକ୍ତେଶ୍ୱର), ଖଟା ଜାତୀୟ ଫଳ (ସିସିଆରଆଇ, ନାଗପୁର ଏବଂ ସିଆଇଏଏଏଚ, ବିକାନେର), ଆମ୍ବ / ପିଜୁଳି / ଆଭାକାଡୋ (ଆଇଆଇଏଚଆର, ବେଙ୍ଗାଲୁରୁ), ଆମ୍ବ / ପିଜୁଳି / ଲିଚୁ (ସିଆଇଏସଏଚ, ଲକ୍ଷ୍ନୌ), ଡାଳିମ୍ବ (ଏନଆରସି, ସୋଲାପୁର) ଏବଂ ପୂର୍ବ ଭାରତର ଟ୍ରପିକାଲ / ସବ୍‌- ଟ୍ରପିକାଲ ଫଳ ଗୁଡିକ ଅନ୍ତର୍ଭୁକ୍ତ। ଏହି କେନ୍ଦ୍ରଗୁଡ଼ିକ ବୃହତ ପ୍ରସାର ପାଇଁ ଉଦ୍ଦିଷ୍ଟ ଭୂତାଣୁ ମୁକ୍ତ ରୋପଣ ସାମଗ୍ରୀ ଉତ୍ପାଦନ ଏବଂ ରକ୍ଷଣାବେକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ପ୍ରମାଣନ ଏବଂ ଆଇନଗତ ଢାଂଚା : ବିହନ ଅଧିନିୟମ ୧୯୬୬ ଅଧୀନରେ ଏକ ନିୟାମକ ଢାଞ୍ଚା ଦ୍ୱାରା ସମର୍ôଥତ ଏକ ସୁଦୃଢ଼ ପ୍ରମାଣୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ, ଯାହା ଦ୍ରବ୍ୟ ଉତ୍ପାଦନ ଏବଂ ବିକ୍ରୟରେ ସମ୍ପୂର୍ଣ୍ଣ ଉତ୍ତରଦାୟିତ୍ୱକୁ ଏବଂ ଏହା ସମ୍ପର୍କରେ ଜାଣିବାର କ୍ଷମତାକୁ ସୁନିଶ୍ଚିତ କରିବ।

ଉନ୍ନତ ଭିତ୍ତିଭୂମି : ଭିତ୍ତିଭୂମି ସଂରଚନାର ବିକାଶ ପାଇଁ ବୃହତ ସ୍ତରର ନର୍ସରୀଗୁଡ଼ିକୁ ସହାୟତା ପ୍ରଦାନ କରାଯିବ, ସ୍ୱଚ୍ଛ ବୃକ୍ଷରୋପଣ ସାମଗ୍ରୀର କୁଶଳୀ ଗୁଣୀକରଣକୁ ସୁଗମ କରାଯିବ।

ସ୍ୱଚ୍ଛ ଉଦ୍ଭିଦ କାର୍ଯ୍ୟକ୍ରମ ମିଶନ ଏଲଆଇଏଫଇ ଏବଂ ୱାନ ହେଲ୍‌ଥ ଇନିସିଏଟିଭ୍ (ଏକ ସ୍ୱାସ୍ଥ୍ୟ ପଦକ୍ଷେପ) ସହିତ ଯୋଡ଼ି ହୋଇ ଭାରତର ଉଦ୍ୟାନ କୃଷି କ୍ଷେତ୍ରକୁ ଉଲ୍ଲେଖନୀୟ ଭାବରେ ପ୍ରୋତ୍ସାହିତ କରିବ। ଏହା ସ୍ଥାୟୀ ଏବଂ ପରିବେଶ ଅନୁକୂଳ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବ ଏବଂ ଆମଦାନୀ ହୋଇଥିବା ରୋପଣ ସାମଗ୍ରୀ ଉପରେ ନିର୍ଭରଶୀଳତା ହ୍ରାସ କରିବ। ଭାରତକୁ ଫଳର ଏକ ଅଗ୍ରଣୀ ବିଶ୍ୱ ରପ୍ତାନୀକାରୀ ଭାବରେ ପ୍ରତିଷ୍ଠିତ କରିବା ଏବଂ ସମଗ୍ର କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଜାତୀୟ ଉଦ୍ୟାନ କୃଷି ବୋର୍ଡ ଏବଂ ଇଣ୍ଡିକାନ୍ କାଉନସିଲ୍ ଅଫ୍ ଏଗ୍ରିକଲଚରାଲ୍ ରିସର୍ଚ୍ଚ (ଆଇସିଏଆର) ସହଯୋଗରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ।

ଉଦ୍ୟାନ କୃଷି କେନ୍ଦ୍ର କ୍ୟାବିନେଟ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Latest News

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.