Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ୫୧୦୦ ଛାତ୍ରଛାତ୍ରୀଙ୍କୁ ମିଳିବ ୨ ଲକ୍ଷ ପର୍ଯ୍ୟନ୍ତ ଛାତ୍ରବୃତ୍ତି: କରନ୍ତୁ ଆବେଦନ
ଜାତୀୟ ଖବର

ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ୫୧୦୦ ଛାତ୍ରଛାତ୍ରୀଙ୍କୁ ମିଳିବ ୨ ଲକ୍ଷ ପର୍ଯ୍ୟନ୍ତ ଛାତ୍ରବୃତ୍ତି: କରନ୍ତୁ ଆବେଦନ

August 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ୫,୧୦୦ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି ଏବଂ ଏଥିପାଇଁ ଆବେଦନ ଆହ୍ୱାନ କରାଯାଇଛି। ସମଗ୍ର ଭାରତରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରୁ ପୂର୍ଣ୍ଣକାଳୀନ ନିୟମିତ ଡିଗ୍ରି ପାଠ୍ୟକ୍ରମରେ ନାମଲେଖାଉଥିବା ପ୍ରଥମ ବର୍ଷ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ।

ସ୍ନାତକ ପାଠ୍ୟକ୍ରମରେ ସମସ୍ତ ବିଷୟରେ ଛାତ୍ରବୃତ୍ତି ଦିଆଯାଉଛି ଏବଂ ଯୋଗ୍ୟ ବିବେଚିତ ୫୦୦୦ ସ୍ନାତକ ଛାତ୍ରଛାତ୍ରୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ। ସ୍ନାତକ ପାଠ୍ୟକ୍ରମରେ ପ୍ରଥମ ବର୍ଷରେ ଯୋଗ ଦେଉଥିବା ସମସ୍ତ ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ଯୋଗ୍ୟତା ଏବଂ ପାରିବାରିକ ଆୟ ଆଧାରରେ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ, ଯାହା ଦ୍ୱାରା ବିନା ଆର୍ଥିକ ବୋଝରେ ସେମାନେ ନିଜ ପାଠପଢ଼ା ଜାରି ରଖିପାରିବେ।

ସ୍ନାତକୋତ୍ତର ପାଠ୍ୟକ୍ରମରେ ଇଞ୍ଜିନିୟରିଙ୍ଗ, ଟେକ୍ନୋଲୋଜି, ଶକ୍ତି ଏବଂ ଲାଇଫ ସାଇନ୍ସ ବିଷୟଗୁଡ଼ିକରେ ଛାତ୍ରବୃତ୍ତି ଦିଆଯାଉଛି ଏବଂ ଏହା କେବଳ ଯୋଗ୍ୟତା ଆଧାରରେ ଦିଆଯିବ। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖାଉଥିବା ୧୦୦ ଛାତ୍ରଛାତ୍ରୀମାନଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ।

ରିଲାଏନ୍ସ ଫାଉଣ୍ଡେସନ କେବଳ ପାଠପଢା ପାଇଁ ପାଣ୍ଠି ଦେଇନଥାଏ ବରଂ ଛାତ୍ରଛାତ୍ରୀମାନଙ୍କୁ ବିଶେଷଜ୍ଞ ସହାୟତା ମଧ୍ୟ ଉପଲବ୍ଧ କରାଇଥାଏ ଯାହା ଦ୍ୱାରା ସେମାନେ ନିଜର ସାମର୍ଥ୍ୟକୁ ବୁଝିପାରିବେ ଏବଂ ଭବିଷ୍ୟତର ଲକ୍ଷ୍ୟ ସ୍ଥିର କରିପାରିବେ। ରିଲାଏନ୍ସ ଏପର୍ଯ୍ୟନ୍ତ ୨୩,୦୦୦ ରୁ ଅଧିକ ଛାତ୍ରବୃତ୍ତି ପ୍ରଦାନ କରିଛି। ରିଲାଏନ୍ସ ଫାଉଣ୍ଡେସନର ୱେବସାଇଟ www.scholarships.reliancefoundation.org ମାଧ୍ୟମରେ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିପାରିବେ ଏବଂ ଅଧିକ ସୂଚନା ହାସଲ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୬, ୨୦୨୪।

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତିର ଉଦ୍ଦେଶ୍ୟ ହେଉଛି ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଏବଂ ଭାରତର ଅଭିବୃଦ୍ଧି କାହାଣୀର ନେତୃତ୍ୱ ନେବାରେ ଅଗ୍ରଣୀ ହେବା ପାଇଁ ଯୁବକମାନଙ୍କୁ ସଶକ୍ତ କରିବା। ସାମଗ୍ରିକ ସହାୟତା ଏବଂ ଉଦାର ଆର୍ଥିକ ଅନୁଦାନ ମାଧ୍ୟମରେ ଏହି ବୃତ୍ତି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଶିକ୍ଷାଗତ ଏବଂ ବୃତ୍ତିଗତ ଆକାଂକ୍ଷା ହାସଲ କରିବାରେ ସାହାଯ୍ୟ କରିବ।

ବାଲ୍ୟ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ରିଲାଏନ୍ସ ଫାଉଣ୍ଡେସନ କାର୍ଯ୍ୟର କେନ୍ଦ୍ରରେ ରହିଛି ଶିକ୍ଷା। ୨୦୨୨ ଡିସେମ୍ବରରେ, ରିଲାଏନ୍ସର ପ୍ରତିଷ୍ଠାତା-ଅଧ୍ୟକ୍ଷ ଧୀରୁଭାଇ ଅମ୍ବାନୀଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀ ଆସନ୍ତା ୧୦ ବର୍ଷ ମଧ୍ୟରେ ରିଲାଏନ୍ସ ଫାଉଣ୍ଡେସନ ୫୦,୦୦୦ ବୃତ୍ତି ପ୍ରଦାନ କରିବ ବୋଲି ଘୋଷଣା କରିଥିଲେ। ଯାହା ଫଳରେ ଏହା ଭାରତର ସର୍ବବୃହତ ଘରୋଇ ଛାତ୍ରବୃତ୍ତିରେ ପରିଣତ ହୋଇଛି। ସେବେଠାରୁ ପ୍ରତିବର୍ଷ ୫୧୦୦ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଉଛି।

Reliance Foundation Scholarships
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026
Latest News

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.