Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୨୦୨୨ ବର୍ଷ ପାଇଁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର
ଜାତୀୟ ଖବର

୨୦୨୨ ବର୍ଷ ପାଇଁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

August 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୨ ବର୍ଷ ପାଇଁ ଆଜି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଘୋଷଣା ପୂର୍ବରୁ ଚଳଚ୍ଚିତ୍ର ପୁରସ୍କାରର ବିଚାରକ ମଣ୍ଡଳୀ ଆଜି ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀଙ୍କୁ ପୁରସ୍କାର ବିଜେତାଙ୍କ ନାମ ତାଲିକା ହସ୍ତାନ୍ତର କରିଥିଲେ। ବିଚାରକ ମଣ୍ଡଳୀର ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ ଫିଚର ଫିଲ୍ମ ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ରାହୁଲ ରାୱେଲ, ଅଣ-ଫିଚର ଫିଲ୍ମ ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ନୀଳମାଧବ ପଣ୍ଡା, ଚଳଚ୍ଚିତ୍ର ଉପରେ ଶ୍ରେଷ୍ଠ ଲେଖା  ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ଗଙ୍ଗାଧର ମୁଦାଲାୟାର ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍‌. ମୁରୁଗନ, ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଓ ଯୁଗ୍ମ ସଚିବ ବୃନ୍ଦା ଦେଶାଇ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ବିଚାରକ ମଣ୍ଡଳୀରେ ଭାରତୀୟ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଏବଂ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସାମିଲ ରହିଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବୃନ୍ଦା ଦେଶାଇଙ୍କ ଉପସ୍ଥିତିରେ ଫିଚର ଫିଲ୍ମ ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ରାହୁଲ ରାୱେଲ, ଅଣ-ଫିଚର ଫିଲ୍ମ ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ନୀଳମାଧବ ପଣ୍ଡା, ଚଳଚ୍ଚିତ୍ର ଉପରେ ଶ୍ରେଷ୍ଠ ଲେଖା  ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ଗଙ୍ଗାଧର ମୁଦାଲାୟାର ପୁରସ୍କାର ଘୋଷଣା କରିଥିଲେ।

ଆନନ୍ଦ ଏକର୍ଶୀଙ୍କ ଦ୍ୱାରା ନିର୍ଦ୍ଦେଶିତ ମାଲୟାଲମ ଚଳଚ୍ଚିତ୍ର ଆତ୍ତମ (ଖେଳ)କୁ ଶ୍ରେଷ୍ଠ ଫିଚର୍‌ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଶ୍ରେଷ୍ଠ ଅଣଫିଚର ଫିଲ୍ମ ବର୍ଗରେ ହିନ୍ଦୀ/ଊର୍ଦ୍ଦୁ ଭାଷାରେ ନିର୍ମିତ ଚଳଚ୍ଚିତ୍ର ଆୟେନାକୁ ଜାତୀୟ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ସିଦ୍ଧାନ୍ତ ସରିନ୍‌ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

ଅନିରୁଦ୍ଧ ଭଟ୍ଟାଚାର୍ଯ୍ୟ ଓ ପାର୍ଥିବ ଧରଙ୍କ ଦ୍ୱାରା ଲିଖିତ ପୁସ୍ତକ ଶ୍ରେଷ୍ଠ ଚଳଚ୍ଚିତ୍ର ପୁସ୍ତକ ପୁରସ୍କାର ମିଳିଛି।

ସାମଗ୍ରିକ ମନୋରଞ୍ଜନ ଯୋଗାଇ ଦେଇଥିବା ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ‘କାନ୍ତାରା’କୁ ଜାତୀୟ ପୁରସ୍କାର ମିଳିଛି।

‘କାନ୍ତାରା’ରେ ମୁଖ୍ୟ ଭୂମିକା ପାଇଁ ରିଷଭ ସେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ‘ତିରୁଚିତ୍ରାମ୍ବଲମ’ ପାଇଁ ଅଗ୍ରଣୀ ଭୂମିକାରେ ଅଭିନୟ କରିଥିବା ନିତ୍ୟା ମେନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି।

ଫିଚର୍‌ ଚଳଚ୍ଚିତ୍ର ବର୍ଗରେ ପବନରାଜ ମାଲହୋତ୍ରାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତା ଏବଂ ନୀନା ଗୁପ୍ତା ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ମିଳିଛି।

ଆୟନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ତଥା ଭିଏଫଏକ୍ସ ସୁପରଭାଇଜର୍‌ ଜୟକର ଅରୁଦ୍ରା, ବିରାଲ ଠକ୍କର ଓ ନୀଲେଶ ଗୋର୍‌ଙ୍କ ଦ୍ୱାରା ପ୍ରସ୍ତୁତ ‘ବ୍ରହ୍ମାସ୍ତ୍ର-ଭାଗ 1 : ଶିବା’କୁ ଏଭିଜିସି (ଏନିମେସନ୍, ଭିଜୁଆଲ୍ ଇଫେକ୍ସଟ୍ସ୍ ଗେମିଂ ଓ କମିକ୍) ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

ବିଶାଳ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କାଙ୍କ ଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ପୁରସ୍କାର ସ୍ୱରୂପ ରଜତ କମଳ ଏବଂ ୨ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଦମନ
Share. Facebook Twitter LinkedIn Email WhatsApp Copy Link

Related Posts

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026
Latest News

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.