Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୁଭଦ୍ରା ଯୋଜନାକୁ ସମାଲୋଚନା କଲେ ନବୀନ, କହିଲେ ମା’ମାନଙ୍କୁ ଏହା କ’ଣ ବିଜେପି ଗ୍ୟାରେଣ୍ଟି?
ଜାତୀୟ ଖବର

ସୁଭଦ୍ରା ଯୋଜନାକୁ ସମାଲୋଚନା କଲେ ନବୀନ, କହିଲେ ମା’ମାନଙ୍କୁ ଏହା କ’ଣ ବିଜେପି ଗ୍ୟାରେଣ୍ଟି?

August 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୁଭଦ୍ରା ଯୋଜନା ନେଇ ସମାଲୋଚନା କଲେ ନବୀନ, କହିଲେ ମା'ମାନଙ୍କୁ ଏହା କ'ଣ ବିଜେପି ଗ୍ୟାରେଣ୍ଟି?

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଘୋଷଣା କରିଥିବା ସୁଭଦ୍ରା ଯୋଜନାକୁ ନେଇ ବିଭିନ୍ନ ମହଲରେ ବେଶ ସମାଲୋଚନା କରାଯାଇଛି। କାରଣ ବିଜେପି ନିର୍ବାଚନ ବେଳେ ଯେଉଁ ପ୍ରତିଶୃତି ଦେଇଥିଲା ତାହା ବର୍ତ୍ତମାନ ପୂର୍ଣ୍ଣ ରୂପରେଖ ନେଇ ପାରୁନାହିଁ। ଏହାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ,

“ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି ‘ଗ୍ୟାରେଣ୍ଟି’ ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ। ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି?

ଆମର ୪.୫ କୋଟି ଜନସଂଖ୍ୟାର ପ୍ରାୟ ୨.୨୫ କୋଟି ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ବିଜେପି ସରକାରଙ୍କ କହିବା ମୁତାବକ କେବଳ ମାତ୍ର ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିବେ।

ତାହେଲେ ବିଜେପି ସରକାରଙ୍କ ‘ପ୍ରତ୍ୟେକ’ ମହିଳାଙ୍କୁ ଏ ଯୋଜନାରେ ସାମିଲ କରିବା ଅର୍ଥ କ’ଣ ଏଇୟା? ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି? ନା ଏହା ଏକ ଧୂଆଁବାଣ?

ମା’ମାନେ ଅନେକ ଆଶା ରଖିଥିଲେ। ଟଙ୍କା ମିଳିଲେ କିଛି ଭଲ କାମରେ ଲଗାଇବେ ବା ବ୍ୟବସାୟ କରିବେ। ହେଲେ ଏବେ କହୁଛନ୍ତି ମା’ମାନଙ୍କୁ ୬ମାସରେ ମାତ୍ର ୫,୦୦୦ ଟଙ୍କାର ସହାୟତା; ଯାହା ମାସକୁ ମାତ୍ର ୮୦୦ ଟଙ୍କା ପଡ଼ୁଛି।ଏହା କେଉଁ କାମରେ ଲାଗିବ? ଏକ ସାଙ୍ଗରେ ୫୦,୦୦୦ ଟଙ୍କାର ପ୍ରୋତ୍ସାହନ ମିଳିଥିଲେ ମା’ମାନେ ଏହାକୁ କୌଣସି କାମରେ ଲଗାଇ ପାରିଥାନ୍ତେ। କିଛି ବ୍ୟବସାୟ କରି ସଶକ୍ତ ହୋଇ ସମାଜରେ ଆଗକୁ ବଢ଼ିଥାନ୍ତେ।

ସୁଭଦ୍ରା ବା କିଛି ଗ୍ୟାରେଣ୍ଟି ଯୋଜନାକୁ କାର‌୍ୟ୍ୟକ୍ଷମ କରିବାକୁ ବିଜେପି ସରକାର ଚଳିତ ବଜେଟରେ ୫୦,୦୦୦ କୋଟି ଟଙ୍କାର ଋଣ କରିଛନ୍ତି। ଏହା ଆମ ସମସ୍ତଙ୍କ ମୁଣ୍ଡରେ ଋଣ ବୋଝ। ଆମ ମା’ ଓ ଭଉଣୀମାନଙ୍କୁ ଏହାକୁ ସୁଧ ସହ ସୁଝିବାକୁ ପଡ଼ିବ। କାରଣ ଏହା ସରକାରୀ ଅର୍ଥ ନୁହେଁ, ଋଣ ହୋଇ ଆସିଥିବା ଟଙ୍କା। ଏଥିରେ କ’ଣ ନାରୀ ସଶକ୍ତିକରଣ ସମ୍ଭବ ହେବ? ଆମେ ଖାଲି ଯାହା ଋଣ କରି ପରବ ପାଳିବା ସାର ହେବ।”

Naveen Patnaik subhadra yojana ସୁଭଦ୍ରା ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026

ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କଲେ ଅମିତ ଶାହ

February 16, 2026
Latest News

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026

ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କଲେ ଅମିତ ଶାହ

February 16, 2026

ରାଶିଫଳ- ଆଜି ଫେବୃୟାରୀ ୧୬ ତାରିଖ ସୋମବାର କଣ ରହିବ ଆପଣଙ୍କର ଭାଗ୍ୟ

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.