Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସଡ଼କ ସୁରକ୍ଷାରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ, ‘ଫିକି’ ପକ୍ଷରୁ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ
ଜାତୀୟ ଖବର

ସଡ଼କ ସୁରକ୍ଷାରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ, ‘ଫିକି’ ପକ୍ଷରୁ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

August 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସଡ଼କ ସୁରକ୍ଷାରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ, ‘ଫିକି’ ପକ୍ଷରୁ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ନୂଆଦିଲ୍ଲୀ/ ଭୁବନେଶ୍ବର: ସଡ଼କ ସୁରକ୍ଷାରେ ପଦକ୍ଷେପ ନେବାରେ ଦେଶରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି। ଦିଲ୍ଲୀରେ ଫିକି ପକ୍ଷରୁ ଆୟୋଜିତ ଷଷ୍ଠ ସଡ଼କ ସୁରକ୍ଷା କନକ୍ଲେଭ ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଓଡ଼ିଶାକୁ ସମ୍ମାନିତ କରିଛନ୍ତି। ଓଡ଼ିଶା ପକ୍ଷରୁ ଯୁଗ୍ମ ପରିବହନ କମିସନର (ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କ ନିକଟରୁ ସମ୍ମାନ ଗ୍ରହଣ କରିଛନ୍ତି।

ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସମସ୍ତ ରାଜ୍ୟ ନେଉଥିବା ପଦକ୍ଷେପ ମଧ୍ୟରେ ଓଡ଼ିଶାର ପଦକ୍ଷେପ ଉଚ୍ଚ ପ୍ରଶଂସିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଓଡ଼ିଶାକୁ ସମ୍ମାନିତ କରିବା ସହ ଏନଫୋର୍ସମେଣ୍ଟ, ରୋଡ୍‌ ଇଞ୍ଜିନିୟରିଂ ଉପରେ ଅଧିକରୁ ଅଧିକ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି। ସଡ଼କ ସୁରକ୍ଷା ଦିଗରେ ଚାଳକମାନଙ୍କ ପ୍ରଶିକ୍ଷଣ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ଏ କ୍ଷେତ୍ରରେ ଓଡ଼ିଶାର ‘ସୁବାହକ’ ଯୋଜନାକୁ ସମଗ୍ର ଦେଶରୁ ସମବେତ ସଡ଼କ ସୁରକ୍ଷା ବିଶେଷଜ୍ଞମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ସରକାର ସମସ୍ତ ଖର୍ଚ୍ଚ ବହନ କରି ରାଜ୍ୟରେ ଚାରିଟି ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠାପୂର୍ବକ ଯାନଚାଳକମାନଙ୍କୁ ଦେଉଥିବା ପ୍ରଶିକ୍ଷଣ ପଦ୍ଧତି ଓ ସେଠାରୁ ପ୍ରଶିକ୍ଷିତ ଚାଳକମାନଙ୍କ ଶୂନ୍ୟ ଦୁର୍ଘଟଣା କୀର୍ତ୍ତିମାନ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାବ୍ୟସ୍ତ ହୋଇଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଅଭିଭାଷଣରେ କହିଥିଲେ ଯେ ଦେଶରେ ସଡ଼କ ଦୁର୍ଘଟଣା ସଂଖ୍ୟା ହ ୍ରାସ ଦିଗରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ପଦକ୍ଷେପଗୁଡ଼ିକ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଅଧିକରୁ ଅଧିକ ଆଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରିବାକୁ ସମସ୍ତ ରାଜ୍ୟଙ୍କୁ କୁହାଯାଇଛି । ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ଜରିମାନା ରାଶି ପରିମାଣ ବୃଦ୍ଧି କରିଛନ୍ତି।

ତଥାପି ଅନେକ ଚାଳକ ଆଇନ ପ୍ରତି ଭୟ ଓ ସମ୍ମାନ ପ୍ରଦର୍ଶନ କରୁନାହାନ୍ତି। ସେମାନଙ୍କୁ ଧରିବାକୁ ସ୍ୱୟଂକ୍ରିୟ ବ୍ୟବସ୍ଥାଗୁଡ଼ିକ ଲାଗୁ କରାଯାଉଛି। ସେହିଭଳି ରାସ୍ତାର ଇଞ୍ଜିନିୟରିଂ ଠିକ୍‌ ରଖିବାକୁ ସେ ଗୁରୁତ୍ୱ ଦେଇଥିଲେ। ସଡ଼କ ଦୁର୍ଘଟଣାରେ ଅନେକ ଯୁବକ ପ୍ରାଣ ହରାଉଥିବାବେଳେ ତାହା ରୋକିବାର ଆବଶ୍ୟକତା ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସହ ସମନ୍ୱୟ ରକ୍ଷା କରାଯାଇ ସଚେତନତା ପାଇଁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି।

ଏହି ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ଓଡ଼ିଶା ପକ୍ଷରୁ ଯୁଗ୍ମ ପରିବହନ କମିସନର ଶ୍ରୀ ପ୍ରଦୀପ କୁମାର ମହାନ୍ତି ରାଜ୍ୟ ପକ୍ଷରୁ ସଡ଼କ ସୁରକ୍ଷା ଦିଗରେ ନିଆଯାଇଥିବା ଅଭିନବ ଯୋଜନା ସଂପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଇଏମଏସ), ସ୍ୱୟଂଚାଳିତ ଯାନ ପରୀକ୍ଷଣ ବ୍ୟବସ୍ଥା, ଫିଟନେସ ଯାଞ୍ଚ ପାଇଁ ସ୍ୱୟଂକ୍ରିୟ କେନ୍ଦ୍ର ଏବଂ ‘ସୁବାହକ’ ଯୋଜନା ଉପରେ ସେ ଉଲ୍ଲେଖ କରିଥିଲେ। ଯାନଚାଳକମାନଙ୍କୁ ପ୍ରଶିକ୍ଷିତ କରିବା ସହ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶ ଦିଗରେ ଓଡ଼ିଶା କାର୍ଯ୍ୟ କରୁଛି ବୋଲି ସେ ସୂଚନା ଦେଇଥିଲେ।

ଏହି ସମ୍ମାନଜନକ ସଫଳତା ହାସଲ ଅବସରରେ ରାଜ୍ୟ ପରିବହନ କମିସନର ଶ୍ରୀ ଅମିତାଭ ଠାକୁର କହିଛନ୍ତି, ବାଣିଜ୍ୟ ଓ ପରିବହନ ବିଭାଗ ତଥା ରାଜ୍ୟ ପରିବହନ ପ୍ରାଧିକରଣ ଦୁର୍ଘଟଣା ହ୍ରାସ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବାବେଳେ ଏହି ସମ୍ମାନ ଆମକୁ ଉତ୍ସାହିତ କରିଛି। ଏହି କନକ୍ଲେଭରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ପରାମର୍ଶ ଆଧାରରେ ଆମେ ଆହୁରି ଭଲ କାର୍ଯ୍ୟ କରିବାକୁ ଉଦ୍ୟମ ଜାରି ରଖିବୁ ବୋଲି ଶ୍ରୀ ଠାକୁର ଉଲ୍ଲେଖ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଜାତୀୟ ସଡକ ସୁରକ୍ଷା ନୀତିନ ଗଡକରୀ ସଡକ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ଶସ୍ତା ହେଲା ନା ମହଙ୍ଗା?, ଜାଣନ୍ତୁ ଆଜିର ମୂଲ୍ୟ

July 22, 2025

‘ଏହା କୌଣସି ସାଧାରଣ ଘଟଣା ନୁହେଁ, ବହୁତ କିଛି ହେବାକୁ ଯାଉଛି…’: ଧନଖରଙ୍କ ଇସ୍ତଫା ଉପରେ ସଂଜୟ ରାଉତ ଆଶଙ୍କା

July 22, 2025

ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର: ପୋଲିସ ର ତଦନ୍ତ ଜାରି

July 22, 2025

ଚେସ୍ ମହିଳା ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ପହଞ୍ଚିଲେ ଦିବ୍ୟା ଦେଶମୁଖ, ଜିତିବା ପରେ ହେଲେ ଭାବପ୍ରବଣ

July 22, 2025
Latest News

ସୁନା ଶସ୍ତା ହେଲା ନା ମହଙ୍ଗା?, ଜାଣନ୍ତୁ ଆଜିର ମୂଲ୍ୟ

July 22, 2025

‘ଏହା କୌଣସି ସାଧାରଣ ଘଟଣା ନୁହେଁ, ବହୁତ କିଛି ହେବାକୁ ଯାଉଛି…’: ଧନଖରଙ୍କ ଇସ୍ତଫା ଉପରେ ସଂଜୟ ରାଉତ ଆଶଙ୍କା

July 22, 2025

ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର: ପୋଲିସ ର ତଦନ୍ତ ଜାରି

July 22, 2025

ଚେସ୍ ମହିଳା ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ପହଞ୍ଚିଲେ ଦିବ୍ୟା ଦେଶମୁଖ, ଜିତିବା ପରେ ହେଲେ ଭାବପ୍ରବଣ

July 22, 2025

ଯୋଗୀ ସରକାରଙ୍କ ଐତିହାସିକ ନିଷ୍ପତ୍ତି: ପୂର୍ବ ପାକିସ୍ତାନର ପରିବାରକୁ ଭୂମି ଅଧିକାର, ୧୦ ହଜାର ପରିବାରରେ ଖୁସି

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.