Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ସାତଟି ପ୍ରମୁଖ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ
ଜାତୀୟ ଖବର

ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ସାତଟି ପ୍ରମୁଖ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

September 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ
ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ମୋଟ୍‌ ୧୩,୯୬୬ କୋଟି ଟଙ୍କାର ବ୍ୟୟବରାଦ ସହିତ ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ସାତଟି ପ୍ରମୁଖ ଯୋଜନାକୁ ମଞ୍ଜୁର କରାଯାଇଛି।

ଡିଜିଟାଲ କୃଷି ମିଶନ: ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ଢାଞ୍ଚା ଉପରେ ଆଧାରିତ, ଡିଜିଟାଲ କୃଷି ମିଶନ କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବ। ଏହି ମିଶନ ପାଇଁ ମୋଟ ୨,୮୧୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ଦୁଇଟି ମୂଳଦୁଆ ଉପରେ ଆଧାରିତ

-କୃଷି ଷ୍ଟାକ୍‌

-ଚାଷୀ ରେଜିଷ୍ଟ୍ରୀ

-ଗାଁ ଜମି ମାନଚିତ୍ର ରେଜିଷ୍ଟ୍ରୀ

-ଫସଲ ବୁଣା ରେଜିଷ୍ଟ୍ରୀ

-କୃଷି ନିର୍ଣ୍ଣୟ ସହାୟତା ପ୍ରଣାଳୀ

-ଭୂସ୍ଥାନିକ ତଥ୍ୟ

-ମରୁଡ଼ି/ବନ୍ୟା ନିରୀକ୍ଷଣ

-ପାଣିପାଗ/ଉପଗ୍ରହ ତଥ୍ୟ

-ଭୂତଳ ଜଳ/ଜଳ ଉପଲବ୍ଧତା ତଥ୍ୟ

-ଫସଲ ଉତ୍ପାଦନ ଏବଂ ବୀମା ପାଇଁ ମଡେଲିଂ

ଏହି ମିଶନରେ ନିମ୍ନ ବ୍ୟବସ୍ଥା ରହିଛି

-ମୃତ୍ତିକା ପ୍ରୋଫାଇଲ୍

-ଡିଜିଟାଲ ଫସଲ ଆକଳନ

-ଡିଜିଟାଲ ଅମଳ ମଡେଲିଂ

-ଫସଲ ଋଣ ପାଇଁ ଯୋଗାଯୋଗ

-ଏଆଇ ଏବଂ ବିଗ୍ ଡାଟା ଭଳି ଆଧୁନିକ ଜ୍ଞାନକୌଶଳ

-କ୍ରେତାଙ୍କ ସହ ଯୋଗାଯୋଗ

-ମୋବାଇଲ ଫୋନରେ ନୂଆ ଜ୍ଞାନ

ଖାଦ୍ୟ ଓ ପୋଷଣ ନିରାପତ୍ତା ପାଇଁ ଫସଲ ବିଜ୍ଞାନ: ମୋଟ ୩,୯୭୯ କୋଟି ଟଙ୍କା ବ୍ୟୟବରାଦ ସହିତ ଏହି ପଦକ୍ଷେପ କୃଷକମାନଙ୍କୁ ଜଳବାୟୁ ମୁକାବିଲା ପାଇଁ ପ୍ରସ୍ତୁତ କରିବ ଏବଂ ୨୦୪୭ ସୁଦ୍ଧା ଖାଦ୍ୟ ନିରାପତ୍ତା ପ୍ରଦାନ କରିବ । ଏହାର ସାତଟି ସ୍ତମ୍ଭ ରହିଛି ଯଥା:

-ଗବେଷଣା ଓ ଶିକ୍ଷା

-ଉଦ୍ଭିଦ ଆନୁବଂଶିକ ସମ୍ବଳ ପରିଚାଳନା

ଖାଦ୍ୟ ଏବଂ ଗୋଖାଦ୍ୟ ଫସଲ ପାଇଁ ଆନୁବଂଶିକ ସୁଧାର

-ଡାଲି ଓ ତୈଳବୀଜ ଫସଲ ଉନ୍ନତି

-ବାଣିଜ୍ୟିକ ଫସଲରେ ସୁଧାର

-କୀଟପତଙ୍ଗ, ଜୀବାଣୁ, ପରାଗୀକରଣ ଇତ୍ୟାଦି ଉପରେ ଗବେଷଣା।

କୃଷି ଶିକ୍ଷା, ପରିଚାଳନା ଏବଂ ସାମାଜିକ ବିଜ୍ଞାନର ସୁଦୃଢ଼ୀକରଣ: ମୋଟ ୨,୨୯୧ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପଦକ୍ଷେପ କୃଷି ଛାତ୍ର ଏବଂ ଗବେଷକମାନଙ୍କୁ ସାମ୍ପ୍ରତିକ ଆହ୍ୱାନ ପାଇଁ ପ୍ରସ୍ତୁତ କରିବ ଏବଂ ଏଥିରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ

-ଭାରତୀୟ କୃଷି ଗବେଷଣା ପରିଷଦ ଅଧୀନରେ

-କୃଷି ଗବେଷଣା ଓ ଶିକ୍ଷାର ଆଧୁନିକୀକରଣ

ନୂତନ ଶିକ୍ଷା ନୀତି ୨୦୨୦ର ଅନୁସରଣ

-ଅତ୍ୟାଧୁନିକ ଜ୍ଞାନକୌଶଳ… ଡିଜିଟାଲ ଡିପିଆଇ, ଏଆଇ, ବିଗ୍ ଡାଟା, ରିମୋଟ୍ ଇତ୍ୟାଦିର ବ୍ୟବହାର

-ପ୍ରାକୃତିକ ଚାଷ ଏବଂ ଜଳବାୟୁ ସହନଶୀଳତା ସାମିଲ କରିବା

ଦୀର୍ଘସ୍ଥାୟୀ ଗୃହପାଳିତ ପ୍ରାଣୀ ସ୍ୱାସ୍ଥ୍ୟ ଓ ଉତ୍ପାଦନ : ମୋଟ ୧୭୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନରୁ କୃଷକଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ନିମ୍ନଲିଖିତ ରହିଛି

-ପ୍ରାଣୀ ସ୍ୱାସ୍ଥ୍ୟ ପରିଚାଳନା ଓ ପ୍ରାଣୀ ଚିକିତ୍ସା ଶିକ୍ଷା

-ଦୁଗ୍ଧ ଉତ୍ପାଦନ ଓ ବୈଷୟିକ ଜ୍ଞାନକୌଶଳ ବିକାଶ

ପ୍ରାଣୀ ଆନୁବଂଶିକ ସମ୍ବଳ ପରିଚାଳନା, ଉତ୍ପାଦନ ଓ ଉନ୍ନତି

-ପ୍ରାଣୀ ପୋଷଣ ଏବଂ କ୍ଷୁଦ୍ର ପ୍ରାଣୀ ଉତ୍ପାଦନ ଓ ବିକାଶ

ଉଦ୍ୟାନ କୃଷି କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶ: ମୋଟ ୮୬୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ଏହି ପଦକ୍ଷେପ ଉଦ୍ୟାନ କୃଷି ଉଦ୍ଭିଦରୁ କୃଷକଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଏହା ନିମ୍ନଲିଖିତ ବିଷୟକୁ ନେଇ ଗଠିତ

-ଗ୍ରୀଷ୍ମମଣ୍ଡଳୀୟ, ଉପ-ଗ୍ରୀଷ୍ମମଣ୍ଡଳୀୟ ଏବଂ ସମଶୀତୋଷ୍ଣ ଉଦ୍ୟାନ କୃଷି ଫସଲ

-ମୂଳ, କନ୍ଦ, କନ୍ଦ ଜାତୀୟ ଓ ଶୁଷ୍କ ଫସଲ

ପନିପରିବା, ଫୁଲ ଓ ଛତୁ ଜାତୀୟ ଫସଲ

-ବଗିଚା, ମସଲା, ଔଷଧୀୟ ଏବଂ ସୁଗନ୍ଧିତ ଉଦ୍ଭିଦ

– ୧୨୦୨ କୋଟି ଟଙ୍କାର ବ୍ୟୟବରାଦ ସହିତ କୃଷି ବିଜ୍ଞାନ କେନ୍ଦ୍ରର ସୁଦୃଢ଼ିକରଣ

– ୧,୧୧୫ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ସହିତ ପ୍ରାକୃତିକ ସମ୍ବଳ ପରିଚାଳନା

କେନ୍ଦ୍ର କ୍ୟାବିନେଟ୍ ଚାଷୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

କିଏ ହେବ କେରଳର ମୁଖ୍ୟମନ୍ତ୍ରୀ ? ନିର୍ବାଚନ ଫଳାଫଳ ଘୋଷଣା ହେବାର ୧୦ ଦିନ ପରେ ବି ଚୟନ ହୋଇପାରୁନି

May 13, 2026

CBI ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବୃଦ୍ଧି

May 13, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026
Latest News

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026

କିଏ ହେବ କେରଳର ମୁଖ୍ୟମନ୍ତ୍ରୀ ? ନିର୍ବାଚନ ଫଳାଫଳ ଘୋଷଣା ହେବାର ୧୦ ଦିନ ପରେ ବି ଚୟନ ହୋଇପାରୁନି

May 13, 2026

CBI ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବୃଦ୍ଧି

May 13, 2026

ଅମୁଲ ପରେ ମଦର ଡେରୀ ମଧ୍ୟ କ୍ଷୀରର ମୂଲ୍ୟରେ ବୃଦ୍ଧି କଲା

May 13, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.