Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ‘ସଂସ୍ଥାଗତ ବିକାଶ ଯୋଜନା’ ଉପରେ ୟୁଜିସିର କର୍ମଶାଳା
ଜାତୀୟ ଖବର

ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ‘ସଂସ୍ଥାଗତ ବିକାଶ ଯୋଜନା’ ଉପରେ ୟୁଜିସିର କର୍ମଶାଳା

September 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଆଭିମୁଖ୍ୟ ମାଧ୍ୟମରେ ଭାରତରେ ଥିବା ପ୍ରାୟ ୫୦୦୦ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୁଧବାର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକ ପାଇଁ ସଂସ୍ଥାଗତ ବିକାଶ ଯୋଜନା(ଆଇପିଡି) ଉପରେ ଆୟୋଜିତ ଦିନିକିଆ କର୍ମଶାଳାକୁ ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ୟୁଜିସି ନିୟମାବଳୀ ସଂକଳନ (UGC Compendium of Regulations -1957-2023)କୁ ; ୟୁଜିସିର ସମସ୍ତ ନିୟମର ଏକକ, ସୁଲଭ ଏବଂ ବିଶ୍ୱସନୀୟ ଉତ୍ସ ଭାବରେ ଉନ୍ମୋଚନ କରିଥିଲେ।

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିର ମୂଲ୍ୟବୋଧ ଏବଂ ବିଚାରକୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ପରିକଳ୍ପନାକୁ ସାକାର କରିବାରେ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶିକ୍ଷାର ଉଦ୍ଦେଶ୍ୟ ଏବଂ ଢାଞ୍ଚା ଉପରେ ଆଲୋକପାତ କରିବା ସହ ଯୁବବର୍ଗଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦେଶରେ ମୋଟ ନାମଲେଖା ଅନୁପାତକୁ ଦ୍ୱିଗୁଣିତ କରିବା, ଅଧିକାଂଶ ଜନସଂଖ୍ୟାକୁ ଉଚ୍ଚ ଶିକ୍ଷା ପରିସରକୁ ଆଣିବା ପାଇଁ ଶିକ୍ଷା ଜଗତକୁ ସେ ପରାମର୍ଶ ଦେଇଥିଲେ। ଏହାବ୍ୟତିତ ଜନସଂଖ୍ୟାଗତ ସୁବିଧାର ପ୍ରଭାବଶାଳୀ ଉପଯୋଗ, ଶୈକ୍ଷିକ, ଗବେଷଣା ଏବଂ ଇନୋଭେସନ ଉତ୍କର୍ଷତା ହାସଲ କରିବା, ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଆଭିମୁଖ୍ୟ ମାଧ୍ୟମରେ ୫୦୦୦ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଦିଗରେ ଥିବା ମାର୍ଗ ଉପରେ କେନ୍ଦ୍ରମନ୍ତ୍ରୀ ଚର୍ଚ୍ଚା କରିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ଶିକ୍ଷା ଭାରତକୁ ଏକ ଉପଭୋକ୍ତା ଅର୍ଥନୀତିରୁ ଉତ୍ପାଦକ ଅର୍ଥନୀତିରେ ପରିଣତ କରିବ। ଅନୁଷ୍ଠାନିକ ଉନ୍ନତି ଯୋଜନାରେ ଆମର ବିଶାଳ ଜନସଂଖ୍ୟାର ଦକ୍ଷତା ବୃଦ୍ଧି, ଶିକ୍ଷାର୍ଥୀ-କେନ୍ଦ୍ରୀତ ଏବଂ ବହୁବିଭାଗୀୟ ଶିକ୍ଷାର ସୁବିଧା, ଉଚ୍ଚଶିକ୍ଷାରେ ଭାରତୀୟ ଭାଷାକୁ ସମନ୍ୱିତ କରିବା, ଉଦ୍ଭାବନ, ଉଦ୍ୟୋଗ ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା, ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଏବଂ ଗବେଷଣା ଓ ବିକାଶର ବିଶ୍ୱସ୍ତରୀୟ ମାନଦଣ୍ଡ ହାସଲ କରିବା ଉପରେ ପ୍ରାଥମିକତା ଦେବାକୁ ହେବ। ଆମର ଶିକ୍ଷା ଏପରି ହେବା ଦରକାର, ଯେଉଁ ଶିକ୍ଷା ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବା ସହ ସ୍ଥାନୀୟ ଏବଂ ବୈଶ୍ୱିକ ଆହ୍ୱାନର ସମାଧାନ କରିପାରିବ। ନୂଆ ମଡେଲ ଏବଂ ସାମ୍ପ୍ରତିକ ସମସ୍ୟାର ସମାଧାନ ପାଇଁ ଭାରତର ପ୍ରତିଭାବାନ ଯୁବଶକ୍ତିଙ୍କ ଉପରେ ବିଶ୍ୱର ନଜର ରହିଛି। ଶିକ୍ଷାନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର, ଉଚ୍ଚ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଏବଂ ଜାତୀୟ ପ୍ରାଥମିକତା ହାସଲ ଦିଗରେ ଏକ ସମୟବଦ୍ଧ ଢଙ୍ଗରେ କାର୍ଯ୍ୟ କରିବାକୁ ଶିକ୍ଷାବିତ୍ ମାନଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

ugc ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 13, 2026
Latest News

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 13, 2026

କେନ୍ଦୁଝରରେ ଖୋଲିବ ‘ନ୍ୟାସନାଲ ସ୍କୁଲ ଅଫ ଡ୍ରାମା’ର ରାଜ୍ୟ ଶାଖା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.