Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୁଜିତଙ୍କ ପରେ ବିଜେପିର ତୀକ୍ଷ୍ଣ ନଜର ବିଜେଡିର ସପ୍ତରଥି, ତିନି ରଥିଙ୍କ ପାଇଁ ଫାଶ ବସାଇଲା ଦଳ
ଜାତୀୟ ଖବର

ସୁଜିତଙ୍କ ପରେ ବିଜେପିର ତୀକ୍ଷ୍ଣ ନଜର ବିଜେଡିର ସପ୍ତରଥି, ତିନି ରଥିଙ୍କ ପାଇଁ ଫାଶ ବସାଇଲା ଦଳ

September 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୁଜିତଙ୍କ ପରେ ବିଜେପିର ତୀକ୍ଷ୍ଣ ନଜର ବିଜେଡିର ସପ୍ତରଥି, ତିନି ରଥିଙ୍କ ପାଇଁ ଫାଶ ବସାଇଲା ଦଳ

ଭୁବନେଶ୍ବର: ଗତକାଲି ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ମିଶିବା ପରେ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ପ୍ରଥମେ ମମତା ମହାନ୍ତ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇ ବିଜେପିର ସାମିଲ ହେଲେ। ତାଙ୍କୁ ପୁଣି ବିଜେପି ରାଜ୍ୟସଭାକୁ ପଠାଇଲା। ଏବେ ସୁଜିତ କୁମାରଙ୍କୁ ପୁଣି ରାଜ୍ୟସଭାକୁ ପଠାଇପାରେ ବିଜେପି।

ତେବେ ଏହି ଦୁଇଜଣଙ୍କ ପରେ ପୁଣି ଆଉ କାହା ପାଳି ସେ ନେଇ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି ହେବାରେ ଲାଗିଛି। କାରଣ ଓଡିଶାର ରାଜ୍ୟସଭାରେ ମୋଟ ଦଶଟି ଆସନ ମଧ୍ୟରୁ ଦୁଇଟି ଆସନରେ ବିଜେପି ଅଛି। ସେହି ଦୁଇଟି ହେଲା ଅଶ୍ବିନୀ ବୈଷ୍ଣବ ଏବଂ ମମତା ମହାନ୍ତ। ଏହାପରେ ଆଉ ଆଠଟି ଆସନ ବିଜେଡି ହାତରେ ଥିଲା। ହେଲେ ସୁଜିତ କୁମାର ଇସ୍ତଫା ଦେବା ପରେ ବର୍ତ୍ତମାନ ବିଜେଡି ହାତରେ ସାତଟି ଆସନ ରାଜ୍ୟସଭାରେ ଅଛି।

ଯେଉଁ ସାତ ଜଣ ବିଜେଡିର ରାଜ୍ୟସଭା ସାଂସଦ ଅଛନ୍ତି ସେମାନେ ହେଲେ ସୁଲତା ଦେଓ, ସସ୍ମିତ ପାତ୍ର, ମୁନ୍ନା ଖାଁ, ମାନସ ମଙ୍ଗରାଜ, ଦେବାଶୀଷ ସାମନ୍ତରାୟ, ଶୁଭାଶୀଷ ଖୁଣ୍ଟିଆ ଏବଂ ନିରଞ୍ଜନ ବିଶି। ଏମାନଙ୍କ ମଧ୍ୟରେ ନିରଞ୍ଜନ ବିଶିଙ୍କର କାର୍ଯ୍ୟକାଳ ବହୁତ କମ ରହିଛି। 2026 ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ। ହେଲେ ଅନ୍ୟମାନଙ୍କର 2028 ଏବଂ 2029 ମସିହା ପର୍ଯ୍ୟନ୍ତ କାର୍ଯ୍ୟକାଳ ରହିଛି।

ବିଶେଷ ସୁତ୍ର ଅନୁସାରେ ବର୍ତ୍ତମାନ ବିଜେଡିରେ ଚାଲିଥିବା ରଣନିତିରେ କୁଆଡେ ତିନିଜଣ ସାଂସଦ ଭାରୀ ଅସନ୍ତୁଷ୍ଠ ଅଛନ୍ତି। ଫଳରେ ଏହାର ସୁଯୋଗକୁ ହାତଛଡା କରିବାକୁ ଚାହୁଁ ନାହିଁ ବିଜେପି। ଦଳର ଯେଉଁ ଶିକାରୀ ଗୋଷ୍ଠୀ ଅଛନ୍ତି ସେମାନେ ଏହି ସାଂସଦଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି। ତେଣୁ ବିଜେଡିର ରହିଥିବା ସପ୍ତରଥୀଙ୍କ ମଧ୍ୟରୁ ବିଜେପି କେତେବେଳେ କାହାକୁ ନେଇଯିବ ତାହା କହିହେବ ନାହିଁ।

ବର୍ତ୍ତମାନ ବିଜେଡିର ସପ୍ତରଥିଙ୍କ ମଧ୍ୟରୁ ତିନିଜଣଙ୍କ କଥା ବିଚାର କରାଯାଉ। ସେମାନେ ହେଲେ ନିରଞ୍ଜନ ବିଶି, ଦେବାଶୀଷ ସାମନ୍ତରାୟ ଏବଂ ଶୁଭାଶୀଷ ଖୁଣ୍ଟିଆ।  ନିରଞ୍ଜନ ବିଶିଙ୍କର ରାଜନୀତିରେ କୌଣସି ପତିୟାରା ନ ଥିବା ବେଳେ ଜଣେ ଆଦିବାସୀ ନେତା ହିସାବରେ ବିଜେଡି ତାଙ୍କୁ ଟିକେଟ ଦେଲା। ହେଲେ ସେ ସାଂସଦ ହେବା ପରେ ତାଙ୍କୁ ନେଇ ବିଜେଡିର କୌଣସି ଲାଭ ହେଲା ନାହିଁ କି ନିରଞ୍ଜନ ମଧ୍ୟ ବିଜେଡିକୁ ନେଇ ବେଶ ଅସନ୍ତୁଷ୍ଠ ହୋଇ ରହିଲେ।

ସେହିପରି ଦେବାଶୀଷ ଏବଂ ଶୁଭାଶୀଷଙ୍କୁ 2024 ନିର୍ବାଚନରେ ବିଧାୟକ ନ କରିବା ପାଇଁ ସେମାନଙ୍କୁ କେବଳ ରାଜ୍ୟସଭାକୁ ପଠାଯାଇଛି। ସେମାନେ ଭଲଭାବରେ ଜାଣନ୍ତି ଯେ, ବିଜେଡି ସେମାନଙ୍କୁ ସନ୍ତୁଷ୍ଠ କରାଇବା ପାଇଁ ବିଧାୟକ ଟିକେଟ ନ ଦେଇ ରାଜ୍ୟସଭାକୁ ପଠାଇଛି। ହେଲେ ସେମାନେ ବିଧାୟକ ଟିକେଟ ପାଇଁ ବଡ ଦାବୀଦାର ଥିଲେ। ଏହି ଦୁଇଜଣଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଥିଲେ ମଧ୍ୟ ତାଙ୍କ ଭିତରେ ସେହି ଅସନ୍ତୁୋଷ କୁହୁଳୁଛି। ବାହାରକୁ ନ କହୁଥିଲେ ମଧ୍ୟ ସେମାନେ ବିଜେଡିର ଏହି କାର୍ଯ୍ୟ ପାଇଁ ବେଶ ଅସନ୍ତୁଷ୍ଠ ଅଛନ୍ତି।

ଏସବୁକୁ ବିଜେପି ଭଲ ଭାବରେ ଜାଣି ସାରି ହିସାବ କରିସାରିଛି। ଫଳରେ ବିଜେପିର ଶିକାରୀ ଗୋଷ୍ଠୀ ବର୍ତ୍ତମାନ ଏମାନଙ୍କ ଉପରେ ନଜର ରଖି ଫାସ ବସାଇ ସାରିଛନ୍ତି। ହେଲେ ପ୍ରଶ୍ନ ଉଠୁଛି ସେହି ଫାସରେ ଏମାନେ ପଡୁଛନ୍ତି କି ନାହିଁ।

ବିଜେଡ଼ି ସାଂସଦ ବିଜେଡିରୁ ଇସ୍ତଫା ରାଜ୍ୟସଭା ସାଂସଦ ସୁଜିତ କୁମାର
Share. Facebook Twitter LinkedIn Email WhatsApp Copy Link

Related Posts

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

June 25, 2026

‘ନାଗରିକତ୍ୱ ପ୍ରମାଣପତ୍ର ନୁହେଁ ପାସପୋର୍ଟ’: ସରକାରଙ୍କୁ ଟାର୍ଗେଟ କଲେ ରୋହିଣୀ ଆଚାର୍ଯ୍ୟ

June 25, 2026
Latest News

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ବଡ ଔଷଧ, ନିୟମିତ ସେବନରେ ରକ୍ତ ଶର୍କରାକୁ କରେ ନିୟନ୍ତ୍ରଣ

June 25, 2026

‘ନାଗରିକତ୍ୱ ପ୍ରମାଣପତ୍ର ନୁହେଁ ପାସପୋର୍ଟ’: ସରକାରଙ୍କୁ ଟାର୍ଗେଟ କଲେ ରୋହିଣୀ ଆଚାର୍ଯ୍ୟ

June 25, 2026

ସୁଜାତାଙ୍କୁ ବିଜେଡିରେ ସାମିଲ କରି ନବୀନ ପଟ୍ଟନାୟକ କହିଦେଲେ ଏକ ବଡ କଥା..

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.